ନୂଆଦିଲ୍ଲୀ: ଜାନୁଆରି ୬ତାରିଖ ରାତି ପ୍ରାୟ ୧ଟା ସମୟରେ ଦିଲ୍ଲୀର ରାମଲୀଳା ମଇଦାନ ନିକଟରେ ଥିବା ଏକ ମସଜିଦ ଏବଂ କବରସ୍ଥାନ ସଂଲଗ୍ନ ଜମିରୁ ଜବରଦଖଲ ହଟାଯାଇଥିଲା। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, MCD ୧୭ଟି ବୁଲଡୋଜର ବ୍ୟବହାର କରି ଏଠାରେ ଥିବ‌େ ବିବାହ ହଲ, ଡାଇଗ୍ନୋଷ୍ଟିକ୍ ସେଣ୍ଟର ଏବଂ ଦୋକାନ ଭାଙ୍ଗି ଦେଇଥିଲା। ଯେତେବେଳେ ତୁର୍କମାନ ଗେଟ୍ ସ୍ଥିତ ଫୈଜ-ଏ-ଇଲାହି ମସଜିଦ ନିକଟରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଉଥିଲା, ସେତେବେଳେ ଏକାଧିକ ଲୋକ ପୁଲିସ ଓ MCD କର୍ମଚାରୀଙ୍କ ଉପରେ ପଥର ମାଡ଼ କରିଥିଲା। ଭିଡ଼ କାର୍ଯ୍ୟ ବନ୍ଦ କରିବା ପାଇଁ ବ୍ୟାରିକେଡ୍ ଭାଙ୍ଗିଥିଲା, କିନ୍ତୁ ପୁଲିସ ଲୁହ ବୁହା ଗ୍ୟାସ୍ ଛାଡ଼ି ସେମାନଙ୍କୁ ଘଉଡ଼ାଇ ଦେଇଥିଲା।

Advertisment

ଭିଡିଓରେ ମିଥ୍ୟା ସୂଚନା ଦେଇ ଲୋକଙ୍କୁ ଉସୁକାଯାଇଥିଲା

ଏତେ ସଂଖ୍ୟକ ଲୋକ ଆସିଲେ କିପରି ସେ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏବେ ଏହାର ଉତ୍ତର ସାମ୍ନାକୁ ଆସିଛି। ଦିଲ୍ଲୀ ପୁଲିସ ତଦନ୍ତରୁ ଜଣାପଡିଛି ଯେ, ଘଟଣାସ୍ଥଳେ ପରିସ୍ଥିତି ଖରାପ ହେବା ପୂର୍ବରୁ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଉସୁକାଇବା ପାଇଁ ଚେଷ୍ଟା କରାଯାଇଥିଲା। କିଛି ଲୋକ ଭିଡିଓ ତିଆରି କରି ମିଥ୍ୟା ଖବର ପ୍ରଚାର କରିଥିଲେ। ଭିଡିଓରେ ଦାବି କରାଯାଇଥିଲା ଯେ, ମସଜିଦ ଭଙ୍ଗାଯାଉଛି ଏବଂ ମୁସଲମାନମାନେ ବହୁ ସଂଖ୍ୟାରେ ବାହାରକୁ ଆସିବା ଉଚିତ। ଏହି ଭ୍ରାମକ ଭିଡିଓର ଉଦ୍ଦେଶ୍ୟ ଥିଲା ଭିଡ଼ ଏକତ୍ର କରିବା ଏବଂ ଉତ୍ତେଜନାପୂର୍ଣ୍ଣ ସୃଷ୍ଟି କରିବା। ଭିଡିଓ ଦେଖି ଏକାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚି ପଥରମାଡ଼ କରିବା ଆରମ୍ଭ କରିଥିଲେ।

ଉପସ୍ଥିତ ଥିଲେ ସପା ସାଂସଦ

ଏବେ ସୂଚନା ମିଳିଛି ଯେ, ପଥର ମାଡ଼ ବେଳେ ସେଠ‌ରେ ଉତ୍ତରପ୍ରଦେଶ ରାମପୁରର ସମାଜବାଦୀ ପାର୍ଟି(ସପା) ସାଂସଦ ମୋହିବୁଲ୍ଲା ନଦବୀ ଉପସ୍ଥିତ ଥିଲେ। ସେ ବିଳମ୍ବିତ ରାତିରେ ଭିଡ଼କୁ ଉସୁକାଇଥିବା ଅଭିଯୋଗ ହୋଇଛି। ପୁଲିସ ଏବେ ତାଙ୍କୁ ପଚରାଉଚରା କରିବ। 

ବିଜେପିର ପ୍ରତିକ୍ରିୟା

ଏହି ପ୍ରସଙ୍ଗରେ ବିଜେପି ନେତା ଏବଂ ମୁଖପାତ୍ର ନବୀନ କୋହଲି କହିଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଉଛି। ସମ୍ପ୍ରଦାୟ ସହିତ ଏନେଇ ଆଲୋଚନା ହୋଇଛି। ଏହା ସତ୍ତ୍ବେ ବି ସପା ସାଂସଦ ସେଠାକୁ ଯାଇଥିଲେ। ଭିଡ଼କୁ ପଥର ଫିଙ୍ଗିବାକୁ ଉସୁକାଇଥିଲେ। ସପା ଏହାର ଜବାବ ଦେବା ଉଚିତ। ଅଖିଳେଶ ଯାଦବ ସ୍ପଷ୍ଟୀକରଣ ଦେବା ଉଚିତ। ସପା, ଦିଲ୍ଲୀ ପୁଲିସକୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିବା ଉଚିତ। 

ଆହୁରି ପଢ଼ନ୍ତୁ: Ridhima Pathak ‌‌Leave Bangladesh League: ଭାରତ ପାଇଁ ବାଂଲାଦେଶ ଲିଗ୍ ଛାଡ଼ିଲେ ସ୍ପୋର୍ଟସ୍ ବ୍ରଡକାଷ୍ଟର ରିଦ୍ଧିମା ପାଠକ

ଆହୁରି ଦେଖନ୍ତୁ: