ନୂଆଦିଲ୍ଲୀ: ଭାରତ ପାଇଁ ବାଂଲାଦେଶ ଲିଗ୍ ଛାଡ଼ିଲେ ସ୍ପୋର୍ଟସ୍ ବ୍ରଡକାଷ୍ଟର ରିଦ୍ଧିମା ପାଠକ । ରିଦ୍ଧିମା ନିଜେ ବାଂଲାଦେଶ ପ୍ରିମିୟର ଲିଗ୍ (BPL)ର ପ୍ରସାରଣ ପ୍ୟାନେଲରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ନିଶ୍ଚିତ କରିଛନ୍ତି ଏବଂ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ଦ୍ୱାରା ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ହେଉଥିବା ଚର୍ଚ୍ଚାକୁ ଖାରଜ କରିଛନ୍ତି। ତାଙ୍କର ସ୍ପଷ୍ଟୀକରଣ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଏବଂ ବାଂଲାଦେଶୀ କ୍ରିକେଟ୍ ବୋର୍ଡ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।
BCB ବାହାର କରିଦେଇଥିବା ନେଇ ହେଉଥିବା ଚର୍ଚ୍ଚା
ପ୍ରଥମେ ଖବର ମିଳିଥିଲା ଯେ, BCB ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ରିଦ୍ଧିମା ବଳି ପଡ଼ିଥିଲେ। ତାଙ୍କୁ BCB ବିଦା କରିଥିବା କୁହାଯାଉଥିଲା। ହେଲେ ଏବେ ରିଦ୍ଧିମା ଏହି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି। ହେଉଥିବା ଚର୍ଚ୍ଚା ମିଛ ବୋଲି ସେ କହିଛନ୍ତି।
ମୋତେ ବାହାର କରାଯାଇନି, ମୁଁ ଛାଡ଼ିଛି: ରିଦ୍ଧିମା
ସେ କହିଛନ୍ତି ଯେ, "ସତ୍ୟ ଗୁରୁତ୍ୱପୂର୍ଣ୍ଣ। ଗତ କିଛି ଘଣ୍ଟା ହେଲାଣି ଚର୍ଚ୍ଚା ହେଉଛି ଯେ, ମୋତେ BPLରୁ ବିଦା କରାଯାଇଛି। ଏହା ସତ ନୁହେଁ। ମୁଁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି, ମୋତେ ବିଦା କରାଯାଇନି। ମୋ ପାଇଁ, ମୋ ଦେଶ ସବୁବେଳେ ପ୍ରଥମେ ଆସେ। ଏବଂ ମୁଁ କ୍ରିକେଟକୁ ବହୁତ ଗୁରୁତ୍ବ ଦିଏ। ବର୍ଷ ବର୍ଷ ଧରି ସଚ୍ଚୋଟତା, ସମ୍ମାନ ଏବଂ ଆଗ୍ରହ ସହିତ ଏହି କ୍ରୀଡ଼ାର ସେବା କରିବାର ସୌଭାଗ୍ୟ ମୁଁ ପାଇଛି। ଏହି ନିଷ୍ପତ୍ତି ସହିତ କିଛି ବଦଳିବ ନାହିଁ। ମୁଁ ସର୍ବଦା ଏହି ସହିତ ରହିବି। ସମର୍ଥନ ପାଇଁ ମୋ ସହିତ ଯୋଗାଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ। ଆପଣଙ୍କ ବାର୍ତ୍ତାଗୁଡିକ ମୋ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ।"
ଆହୁରି ପଢ଼ନ୍ତୁ: SS Rajamouli controversy: ମୁଁ ପ୍ରଭୁ ଶ୍ରୀରାମଙ୍କୁ ପସନ୍ଦ କରେ ନାହିଁ କହି ଫସିଲେ ରାଜାମୌଲି
/filters:format(webp)/sambad/media/media_files/2026/01/07/riddhima-pathak-2026-01-07-13-15-52.png)
ଆହୁରି ଦେଖନ୍ତୁ:
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/07/ridhima-pathak-2026-01-07-12-57-45.jpg)