ଦିଲ୍ଳୀରେ ଗୋଟାଏ ସପ୍ତାହରେ ୯୯ କରୋନା ଆକ୍ରାନ୍ତ ଚିହ୍ନଟ, ସମୁଦାୟ ୧୦୪

୨୦୨୦ ମସିହାରେ ସାରା ବିଶ୍ବରେ ହାହାକାର ସୃଷ୍ଟି କରିଥିବା କରୋନା ଭାଇରସ୍‌ ପୁଣି ଥରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଗତ ସପ୍ତାହରେ ଭାରତରେ ୧୦୦୦ ରୁ ଅଧିକ କୋଭିଡ୍-୧୯ ମାମଲା ରିପୋର୍ଟ ହୋଇଛି।

୍ି୍ତଗୂଚୁ

ନୂଆଦିଲ୍ଳୀ: ୨୦୨୦ ମସିହାରେ ସାରା ବିଶ୍ବରେ ହାହାକାର ସୃଷ୍ଟି କରିଥିବା କରୋନା ଭାଇରସ୍‌ ପୁଣି ଥରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଗତ ସପ୍ତାହରେ ଭାରତରେ ୧୦୦୦ ରୁ ଅଧିକ କୋଭିଡ୍-୧୯ ମାମଲା ରିପୋର୍ଟ ହୋଇଛି।

କେରଳରେ ସର୍ବାଧିକ ୪୦୩ଟି କୋଭିଡ୍-୧୯ ମାମଲା ରେକର୍ଡ ହୋଇଛି। ଏହା ପରେ ଦ୍ବିତୀୟରେ ରହିଛି ମୁମ୍ବାଇ। ମୁମ୍ବାଇରେ ୨୦୯ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୦୪ ଟି ମାମଲା ପଞ୍ଜିକୃତ ହୋଇ ସାରିଲାଣି।

କେନ୍ଦ୍ର ସରକାରଙ୍କ ସଂସ୍ଥା ଇଣ୍ଡିଆନ୍ ଏସ୍‌ଏଆର୍ଏସ୍‌-କୋଭ୍‌-୨  ଜେନୋମିକ୍ସ କନସୋର୍ଟିୟମ୍ (ଇନସାକୋଗ୍)ର ସଦ୍ୟତମ ତଥ୍ୟ ଅନୁଯାୟୀ, ଅନେକ ସହରରେ ନୂତନ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବା ମଧ୍ୟରେ ଦେଶରେ ଦୁଇଟି ନୂତନ ପ୍ରକାରର ମାମଲା ଚିହ୍ନଟ ହୋଇଛି।

ଉଲ୍ଲେଖଯୋଗ୍ୟ,ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ନୂଆ ପ୍ରଜାତିରେ ଆକ୍ରାନ୍ତ ୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ବେଙ୍ଗାଲୁରୁରେ ଜଣେ ୮୪ ବର୍ଷୀୟ  କରୋନା ପୀଡ଼ିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଥାଣେରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଗତ ୨୪ ଘଣ୍ଟାରେ ୨୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଥାଣେରେ ୮, ରାଜସ୍ଥାନ ଓ କର୍ଣ୍ଣାଟକରେ ୫, ଉତ୍ତରାଖଣ୍ଡ ଓ ହରିୟାଣାରେ ୩ ଜଣ ଲେଖାଏଁ, ମଧ୍ୟପ୍ରଦେଶର ଇନ୍ଦୋରରେ ୨ ଜଣ ଏବଂ ଉତ୍ତରପ୍ରଦେଶର ନୋଏଡାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୩ରେ ପହଞ୍ଚିଛି।  ସାରା ଦେଶରେ ବଢୁଥିବା ସଂକ୍ରମଣ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଗତକାଲି ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍), ସ୍ବାସ୍ଥ୍ୟ ଗବେଷଣା ବିଭାଗ (ଡିଏଚ୍ଆର୍), ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚ୍ଏସ୍) ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‌ସିଡିସି)ର ଅଧିକାରୀମାନେ ଉପସ୍ଥିତ ଥିଲେ। କେରଳ, ତାମିଲନାଡ଼ୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି। ତେବେ ଅଧିକାଂଶ ମାମଲା ସାମାନ୍ୟ ଥିବା ବେଳେ ରୋଗୀ ହୋମ୍ ଆଇସୋଲେସନରେ ରହି ସୁସ୍ଥ ହେଉଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe