ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ ଘଟଣାରେ ସାମିଲ ଥିବା ଆତଙ୍କବାଦୀ ଉମର ଉନ-ନବିକୁ ନେଇ ତଦନ୍ତ କରୁଥିବା ଅଧିକାରୀମାନେ ଏକ ଚାଞ୍ଚଲ୍ୟକର ତଥ୍ୟ ପାଇଛନ୍ତି।
ଆତଙ୍କବାଦୀ ଆକ୍ରମଣର ତଦନ୍ତରେ ଜଡ଼ିତ ଥିବା ଦିଲ୍ଲୀ ପୁଲିସର ଜଣେ ଅଧିକାରୀ କହିଛନ୍ତି, ‘ ସେପ୍ଟେମ୍ବର-ଅକ୍ଟୋବରରେ ଯାତ୍ରା ସମୟରେ ଉମର ତାର ଭାଇ ଜହୁର ଏଲାହିକୁ ଏକ ମୋବାଇଲ୍ ଫୋନ୍ ଦେଇଥିଲା। ଆଉ କହିଥିଲା, ‘‘ ଯଦି କେବେ ମୋ ବିଷୟରେ କୌଣସି ଖବର ଶୁଣିବାକୁ ପାଉ ତେବେ ଏ ଫୋନକୁ ତୁରନ୍ତ ନଷ୍ଟ କରିଦେବୁ।’’
ଜଳଭଣ୍ଡାରରୁ ମିଳିଲା ଆତଙ୍କବାଦୀର ଫୋନ
କାର ବିସ୍ଫୋରଣ ଘଟଣାର ଯାଞ୍ଚ ସମୟରେ ଜହୁର ଏଲାହିକୁ ହେପାଜତକୁ ନେବା ସମୟରେ ସେ ଅଧିକାରୀମାନଙ୍କ ସମ୍ମୁଖରେ ଉମର ଦେଇ ମୋବାଇଲ୍ ଫୋନ୍ ବିଷୟରେ ସୂଚନା ଦେଇଥିଲା। ଏହାପରେ ଫରେନସିକ୍ ବିଶେଷଜ୍ଞମାନେ ଜମ୍ମୁ ଏବଂ କାଶ୍ମୀରର ପୁଲୱାମାର କୋଏଲ୍ ଅଞ୍ଚଳରେ ଥିବା ଉମରର ଘର ପାଖ ଏକ ଜଳଭଣ୍ଡାରରୁ ଉକ୍ତ ଫୋନକୁ ଉଦ୍ଧାର କରିଥିଲେ। ନଷ୍ଟ ହୋଇଯାଇଥିବା ଫୋନକୁ ଅଧିକାରୀମାନେ ଜବତ କରି ସେଥିରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବାହାର କରିବାରେ ସକ୍ଷମ ହୋଇଥିଲେ। ଯାହାକି ଆଗାମୀ ଯାଞ୍ଚରେ ଖୁବ ସାହାଯ୍ୟ କରିବ ବୋଲି ଆଶା ରଖାଯାଇଛି।
ଅଧିକାରୀମାନେ କ୍ଷତିଗ୍ରସ୍ତ ମୋବାଇଲ ଫୋନରୁ ଏକ ଭିଡିଓ ପାଇଛନ୍ତି। ଏହି ଭିଡିଓ ୧ ମିନିଟ୍ ୨୦ ସେକେଣ୍ଡ ଥିବା ଜଣାପଡ଼ିଛି। ଏହା ଚଳିତ ବର୍ଷ ଏପ୍ରିଲରେ ରେକର୍ଡ ହୋଇଥିବା ସୂଚନା ମିଳିଛି। କ୍ଲିପରେ ଆତଙ୍କବାଦୀ ଉମର ଉନ ନବି ଏକ କୋଠରିରେ ଏକା ବସି ଆତ୍ମଘାତୀ ଆକ୍ରମଣର ବିବରଣୀ ଇଂରାଜୀରେ ବିସ୍ତୃତ ଭାବରେ ବର୍ଣ୍ଣନା କରୁଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି।
ଅଧିକପଢ଼ନ୍ତୁ: ପୁଅକୁ ସୁଧାରିବା ପାଇଁ ରାଗିଲା ବାପା, ଗୁଳି କରି ହତ୍ୟା କଲା ପୁଅ
ଅଧିକପଢ଼ନ୍ତୁ: ଛୋଟ ଓ ବଡ଼ ସମସ୍ତଙ୍କ ପାଇଁ ଘରେ ତିଆରି କରନ୍ତୁ ଗହମ ଅଟାରେ ସ୍ବାଦିଷ୍ଟ କୁରକୁରେ
ଅଧିକପଢ଼ନ୍ତୁ:ମାଓସ୍ଥିତି ସମୀକ୍ଷା କଲେ ଅତିରିକ୍ତ ଡିଜିପି, ଆତ୍ମସମର୍ପଣ ପାଇଁ କଲେ ଆହ୍ବାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/19/untitled-28-2025-11-19-18-34-50.jpg)