ନୂଆଦିଲ୍ଲୀ: ଦିଲ୍ଲୀରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ କରିଥିବା ଡାକ୍ତର ଉମର ଉନ୍ ନବି ଜମ୍ମୁ-କାଶ୍ମୀରର ଅନନ୍ତନାଗସ୍ଥିତ ସରକାରୀ ମେଡିକାଲ୍ କଲେଜ୍ (ଜିଏମ୍‌ସି)ରେ କାର୍ଯ୍ୟ କରୁଥିବା ସମୟରେ ମହିଳା ରୋଗୀଙ୍କ ସହ ଯେଉଁଭଳି କଥା ହେଉଥିଲା ସେଥିରୁ ସେ ମୌଳବାଦୀ ଚିନ୍ତାଧାରା ପୋଷଣ କରୁଥିବା ସୂଚନା ମିଳୁଛି। ଏହା ଅନୁସନ୍ଧାନକାରୀଙ୍କୁ ନବିର ଚିନ୍ତାଧାରାର ଏକ ସ୍ପଷ୍ଟ ଚିତ୍ର ଦେଇଛି, ଯିଏ ଆତ୍ମଘାତୀ ଆକ୍ରମଣ କରି ୧୩ ଜଣଙ୍କୁ ହତ୍ୟା କରିଥିଲା।

Advertisment

'ଦିନକୁ କେତେଥର ନମାଜ କରନ୍ତି' ପଚାରୁଥିଲା ଉମର

ଜିଏମ୍‌ସି ଅନନ୍ତନାଗର ଲୋକମାନେ କହିଛନ୍ତି ଯେ ଡାକ୍ତର ଜଣକ ପ୍ରାୟତଃ ମହିଳା ରୋଗୀଙ୍କୁ ଟାର୍ଗେଟ୍ କରୁଥିଲା ଯେଉଁମାନଙ୍କୁ ସେ ‘ସମସ୍ୟାଜନକ’ ବୋଲି କହୁଥିଲା ଏବଂ ହିଜାବ ପିନ୍ଧୁ ନଥିଲେ ସେମାନଙ୍କୁ ଗାଳି କରୁଥିଲା । ସେ ମହିଳା ରୋଗୀଙ୍କ ସହ କଥାବାର୍ତ୍ତା ବେଳେ ପଚାରୁଥିଲା, ତୁମେ କାହିଁକି ହିଜାବ ପିନ୍ଧି ନାହଁ? ତୁମର ମୁଣ୍ଡ କାହିଁକି ଠିକ୍ ଭାବରେ ଘୋଡ଼ାଇ ରଖି ନାହିଁ? ସେ ପୁଣି ପଚାରିବାର ଦେଖାଯାଏ, ଆପଣ ଦିନକୁ କେତେଥର ନମାଜ କରନ୍ତି? ଡାକ୍ତରଖାନାରେ ଥିବା ଅନ୍ୟମାନେ ନବୀକୁ ଏପରି ଜଣେ ବ୍ୟକ୍ତି ଭାବରେ ଜାଣିଥିଲେ ଯିଏ ଧର୍ମ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ରଖିଥିଲା। କିଛି ଲୋକ ତଦନ୍ତକାରୀ ଅଫିସର୍‌ଙ୍କୁ କହିଥିଲେ ଯେ, ନବୀ ଜଣେ ଅତ୍ୟନ୍ତ ଉଗ୍ରବାଦୀ ବ୍ୟକ୍ତି ଯିଏ ଯେକୌଣସି ମୂଲ୍ୟରେ ଅନ୍ୟ ଧର୍ମ ଉପରେ ଇସଲାମିକ ଆଧିପତ୍ୟକୁ ପ୍ରୋତ୍ସାହିତ କରିବାକୁ ଚାହୁଥିଲା। କିଛି ରୋଗୀ ତା’ ପ୍ରଶ୍ନକୁ ନେଇ ଚିନ୍ତା ପ୍ରକଟ କରିଥିଲେ।  ରୋଗୀମାନେ ବାରମ୍ବାର ଅଭିଯୋଗ କରିବାପରେ ଉମରକୁ ଚାକିରିରୁ ବରଖାସ୍ତ କରାଯାଇଥିଲା। ସେଠାରୁ ସେ ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବରେ ଯୋଗ ଦେଇଥିଲା ।

ଅଧିକ ପଢନ୍ତୁ- Blast in Pakistan: ପାକିସ୍ତାନରେ ପୁଣି ବିସ୍ଫୋରଣ: କାରଖାନାରେ ଗ୍ୟାସ୍ ଲିକ୍ ପରେ ବଡ଼ଧରଣର ଅଘଟଣ, ୧୫ ଜଣଙ୍କ ମୃତ୍ୟୁ…

ଦେଶ ଛାଡ଼ି ପଳାଇବାକୁ ଅଲ୍‌ ଫଲାହ ମାଲିକଙ୍କ ଯୋଜନା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ କୋର୍ଟରେ ଦାବି କରିଛି ଯେ, ଅଲ୍‌ ଫଲାହ ଗ୍ରୁପ୍‌ର ଅଧ୍ୟକ୍ଷ ଜୱାଦ ଅହମ୍ମଦ ସିଦ୍ଦିକିଙ୍କ  ‘ଭାରତରୁ ପଳାୟନ କରିବାର ଯୋଜନା’ ରହିଛି।  ବିଭିନ୍ନ ଆରବ ରାଷ୍ଟ୍ରରେ ତାଙ୍କର ସପର୍କୀୟମାନେ ଥିବା ଖୋଳତାଡ଼ରୁ ଜଣାପଡ଼ିଛି।  ତଦନ୍ତକାରୀ ସଂସ୍ଥା ଯୁକ୍ତି ବାଢ଼ିଛି ଯେ, ସିଦ୍ଦିକିଙ୍କ ପାଖରେ ୪୧୫ କୋଟି ଟଙ୍କାରୁ ଅଧିକ ବେଆଇନ ପାଣ୍ଠି ସହିତ ବହୁ ପରିମାଣରେ ଆର୍ଥିକ ସମ୍ବଳ ରହିଛି, ଯାହା ତାଙ୍କୁ ହେପାଜତରେ ନ ରଖିଲେ ଦେଶରୁ ପଳାୟନ କରିବା  ଆଶଙ୍କାକୁ ବଢ଼ାଇ ଦେଉଛି। ଇଡି ସ୍ପଷ୍ଟ ଭାବରେ ସିଦ୍ଦିକିଙ୍କ ପରିବାର ସଦସ୍ୟଙ୍କ ଉପସାଗରୀୟ ରାଷ୍ଟ୍ରରେ ରହଣୀକୁ ଉଲ୍ଲେଖ କରିଛି। ଦେଶ ଛାଡି ପଳାଇବା ପାଇଁ ସିଦ୍ଦିକିଙ୍କ ଯୋଜନା ପଛରେ ଏହା ମୁଖ୍ୟ କାରଣ ବୋଲି ଦର୍ଶାଇଛି। ସୂଚନାଯୋଗ୍ୟ, ପୂର୍ବରୁ, ଇଡି ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରେ ଅଲ୍‌ ଫଲାହ ସଂପର୍କିତ ୨୫ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଇଡି ୪୮ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା, ଅନେକ ଡିଜିଟାଲ୍ ଉପକରଣ ଏବଂ ବ୍ୟାପକ ଦସ୍ତାବିଜ୍   ଜବତ କରିଥିଲା। ବିଶ୍ୱବିଦ୍ୟାଳୟ ଲାଇବ୍ରେରିରେ ଲୁଚାଯାଇଥିବା ଏକ ହାର୍ଡ ଡିସ୍କରୁ ବ୍ୟାକଅପ୍ ଡାଟା ମିଳିଥିବା ଜଣାପଡିଛି। 

ଅଧିକ ପଢନ୍ତୁ- Delhi Pollution: ବିଷ ବଳୟରେ ଦିଲ୍ଲୀ ! ସ୍କୁଲ ବାହାରେ ହେବନି କୌଣସି ବି କାର୍ଯ୍ୟକଳାପ, ଡିସେମ୍ବର ଯାଏଁ କ୍ରୀଡ଼ା କାର୍ଯ୍ୟକ୍ରମ ବ୍ୟାନ୍...

ତଦନ୍ତକାରୀମାନେ ବଡ଼ ଧରଣର ପାଣ୍ଠି ହେରଫେର  ପ୍ରମାଣ ହାସଲ କରିଛନ୍ତି। ଅଲ୍‌ ଫଲାହ ଚାରିଟେବଲ ଟ୍ରଷ୍ଟରୁ କୋଟି କୋଟି ଟଙ୍କା ସିଦ୍ଦିକିଙ୍କ ପତ୍ନୀ ଏବଂ ପିଲାମାନଙ୍କ ମାଲିକାନାରେ ଥିବା ନଅଟି ସେଲ୍ କମ୍ପାନି ଏବଂ ସଂସ୍ଥାକୁ ପଠାଯାଇଥିଲା। ବିଭିନ୍ନ ନିର୍ମାଣ ଏବଂ କ୍ୟାଟରିଂ ପାଇଁ ଚୁକ୍ତିନାମା ଏହି ପରିବାର ସମ୍ପର୍କିତ ସଂସ୍ଥାମାନଙ୍କୁ ଦିଆଯାଇଥିଲା।