ଦିଲ୍ଲୀ ଦଙ୍ଗା ଦେଶ ବିଭାଜନ ପରେ ସବୁଠୁ ଭୟାନକ ହିଂସା: କୋର୍ଟ

Advertisment
ଦିଲ୍ଲୀ ଦଙ୍ଗା ଦେଶ ବିଭାଜନ ପରେ ସବୁଠୁ ଭୟାନକ ହିଂସା: କୋର୍ଟ

Free Press Journal

ନୂଆଦିଲ୍ଲୀ : ଚଳିତ ବର୍ଷ ଫେବ୍ରୁଆରିରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଦେଶ ବିଭାଜନ ପରଠାରୁ ସବୁଠୁ ଭୟା‌ନକ ହିଂସା ବୋଲି ଦିଲ୍ଲୀର ଏକ କୋର୍ଟ କହିଛନ୍ତି। ବିଶ୍ବ ନେତୃତ୍ବ ନେବାକୁ ଇଛୁକ ଥିବା ଦେଶ ପକ୍ଷେ ଏଭଳି ହିଂସାକାଣ୍ଡ ଶୋଭନୀୟ ନୁହେଁ ବୋଲି କୋର୍ଟ କହିଛନ୍ତି।

ଦିଲ୍ଲୀ ଦଙ୍ଗା ଘଟଣାର ଅଭିଯୁକ୍ତ ଆମ୍‌ ଆଦ୍‌ମି ପାର୍ଟିର ପୂର୍ବତନ କାଉନସିଲର ତାହିର ହୁସେନ୍‌ର ଜାମିନ ଆଦେବନକୁ ଅଗ୍ରାହ୍ୟ କରିବା ଅବସରରେ କୋର୍ଟ ଏଭଳି କହିଛନ୍ତି। ତାହିର ହୁସେନ୍‌ ନିଜର ବାହୁବଳ ଓ ଅର୍ଥବଳ ପ୍ରୟୋଗ କରି ଦିଲ୍ଲୀ ଦଙ୍ଗାକୁ ବ୍ୟାପକ କରିବାରେ ସହାୟକ ହୋଇଛି ବୋଲି କୋର୍ଟ ଭର୍ତ୍ସନା କରିଛନ୍ତି। ଏଭଳି ଭୟଙ୍କର ଦଙ୍ଗା ଦେଶ ବିଭାଜନ ପରଠାରୁ କେବେ ଘଟି ନଥିଲା ବୋଲି ବୋଲି ବିଚାରପତି ବିନୋଦ ଯାଦବ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe