The Indian Express
ନୂଆଦିଲ୍ଲୀ: ଗତ ଫେବ୍ରୁଆରିରେ ଦିଲ୍ଲୀରେ ସଂଘଟିତ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ଦଙ୍ଗା ମାମଲାରେ ପୁଲିସ ଦାଖଲ କରିଥିବା ଅତିରିକ୍ତ ଚାର୍ଜସିଟ୍ରେ ସିପିଆଇ(ଏମ୍ର ବରିଷ୍ଠ ନେତା ସୀତାରାମ ୟେଚୁରୀ, ସ୍ବରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟତୀ ଘୋଷ ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟ ପ୍ରାଧ୍ୟାପକ ଅପୂର୍ବାନନ୍ଦଙ୍କ ନାମ ରହିଛି। ଏମାନେ ସମସ୍ତେ ଦଙ୍ଗାକାରୀମାନଙ୍କୁ ସିଏଏ ବିରୋଧରେ ଉସୁକାଇବା ସହ ଉତ୍ତେଜନା ସୃଷ୍ଟି କରିଥିଲେ ବୋଲି ପୁଲିସ ଚାର୍ଜସିଟ୍ରେ ଉଲ୍ଲେଖ କରିଛି। ଏହି ମାମଲାରେ ଗିରଫ ହୋଇଥିବା ୩ ଜଣ ଛାତ୍ରୀଙ୍କ ଜମାନବନ୍ଦୀକୁ ଭିତ୍ତି କରି ଚାର୍ଜସିଟ୍ରେ ଆହୁରି କେତେ ଜଣଙ୍କ ନାଁ ମଧ୍ୟ ରହିଛି। ସିଏଏ/ଏନ୍ଆର୍ସି(ଜାତୀୟ ନାଗରିକ ପଞ୍ଜୀକରଣ) କୁଆଡ଼େ ମୁସଲିମ୍ ବିରୋଧୀ କହି ଏହି ଅଭିଯୁକ୍ତମାନେ ଆନ୍ଦୋଳନକାରୀଙ୍କୁ ଯେ କୌଣସି ସୀମା ଲଂଘିବାକୁ ପ୍ରବର୍ତ୍ତାଇଥିଲେ। ଏପରିକି ଭାରତ ସରକାରଙ୍କ ଭାବମୂର୍ତ୍ତିକୁ ବଦନାମ କରିବା ପାଇଁ ଶୋଭାଯାତ୍ରାମାନ ମଧ୍ୟ ଆୟୋଜନ କରାଇଥିଲେ ବୋଲି ପୁଲିସ ଚାର୍ଜସିଟ୍ରେ ଦର୍ଶାଇଛି। ଫେବ୍ରୁଆରି ୨୩ ଓ ୨୬ ତାରିଖରେ ଉତ୍ତର ପୂର୍ବ ଦିଲ୍ଲୀରେ ସଂଘଟିତ ଏହି ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ଘଟିବା ସହ ୫୮୧ ଜଣ ଆହତ ହୋଇଥିଲେ। ଏପରିକି ଆହତମାନଙ୍କ ମଧ୍ୟରୁ ୯୭ ଜଣଙ୍କୁ ଗୁଳିମାଡ଼ ହୋଇଥିଲା।
Follow Us