ଦିଲ୍ଲୀରେ ୨୦ ହଟ୍‌ସ୍ପଟ୍‌ ସିଲ୍‌

କରୋନାରେ ଆଖି ବୁଜିଲା ୧୪ ମାସର ଶିଶୁ

ଦିଲ୍ଲୀରେ ୨୦ ହଟ୍‌ସ୍ପଟ୍‌ ସିଲ୍‌

ABP News

ନୂଆଦିଲ୍ଲୀ : ଜମାତୀଙ୍କ ଯୋଗୁଁ ଜାତୀୟ ରାଜଧାନୀ ଦିଲ୍ଲୀ ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି। ଦିଲ୍ଲୀରେ ଚିହ୍ନଟ ହୋଇଥିବା ୨୦ଟି ହଟ୍‌ସ୍ପଟ୍‌କୁ ଆଜି ସରକାର ସିଲ୍‌ କରି ବ୍ୟାପକ କଟକଣା ଲଗାଇଛନ୍ତି। ଦିଲ୍ଲୀରେ ସମୁଦାୟ ୫୭୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆଜି ସ୍ପଷ୍ଟ କରିଛନ୍ତି। ଏମାନଙ୍କ ମଧ୍ୟରୁ ୩୫ ଜଣ ଆଇସିୟୁରେ ଅଛନ୍ତି ଏବଂ ୮ ଜଣ ଭେଣ୍ଟିଲେଟରରେ ଅଛନ୍ତି। ଜାରି ହୋଇଥିବା ନୂଆ ସ୍ବାସ୍ଥ୍ୟ ବୁଲେଟିନ୍‌ ଅନୁଯାୟୀ ଦିଲ୍ଲୀରେ ବୁଧବାର ୫୧ଟି ନୂଆ ମାମଲା ସ୍ପଷ୍ଟ ହୋଇଛି। ଦିଲ୍ଲୀରେ ତବ୍‌ଲିଗି ଜମା‌ତ୍‌ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ୨୭୦୦ ଜଣଙ୍କୁ ସରକାର କ୍ବାରାଣ୍ଟିନ୍‌‌ରେ ରଖିଛନ୍ତି।

କରୋନାରେ ଆଖି ବୁଜିଲା ୧୪ ମାସର ଶିଶୁ
ନୂଆଦିଲ୍ଲୀ : କୋଭିଡ୍‌-୧୯ ଯୋଗୁଁ ପ୍ରାଣ ହରାଇଥିବା ଦେଶର ସର୍ବକନିଷ୍ଠ ରୋଗୀ ହେଉଛି ଏକ ୧୪ ମାସର ଶିଶୁ। ଗୁଜରାଟର ଜାମନଗରରେ ଏକ ସରକାରୀ ହସ୍ପିଟାଲ୍‌ରେ ଏହି ୧୪ ମାସିଆ ଶିଶୁ ଆଖି ବୁଜି ଦେଇଛି। ଶିଶୁଟି ଏପ୍ରିଲ ୫ ତାରିଖରେ ଭାଇରସ୍‌ ସଂକ୍ରମିତ ହୋଇଥିଲା। ହସ୍ପିଟାଲ୍‌ରେ ଭର୍ତ୍ତି ହେବାପରେ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା ଏବଂ ଆଜି ତା'ର ମୃତ୍ୟୁ ହୋଇ ଯାଇଛି। ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଯିବାରୁ ଶିଶୁଟିର ମୃତ୍ୟୁ ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe