ଜୀବନ ନେଇଗଲା ଜିକ୍ରା: ଦିଲ୍ଲୀ ସିଲମପୁର ନାବାଳକ ହତ୍ୟାକାଣ୍ଡରେ ଧରାପଡ଼ିଲା ଲେଡି ଡନ୍

LADY DON

Photograph: (Sambad.in)

ନୂଆଦିଲ୍ଲୀ: ସିଲମପୁରରେ ନାବାଳକ ହତ୍ୟାକାଣ୍ଡ ଘଟଣା ନେଇ ଉଠୁଛି ପଡୁଛି ରାଜଧାନୀ ଦିଲ୍ଲୀ । ୧୭ ବର୍ଷିୟ ନାବାଳକ କୁନାଲ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଇତି ମଧ୍ୟରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଲେଡି ଡନକୁ ଧରିଛି ପୋଲିସ । ହତ୍ୟାକାଣ୍ଡ ପଛରେ ଥିବା ମାଷ୍ଟରମାଇଣ୍ଡ ଲେଡି ଡନ ଜିକ୍ରାକୁ ଧରିବାରେ ସଫଳ ହୋଇଛି ପୋଲିସ । ଏଥିସହ ଜିକ୍ରାର ଭାଇ ସାହିଲକୁ ମଧ୍ୟ ଅଟକ ରଖିଛି ପୋଲିସ । ଘଟଣାରେ ତଦନ୍ତ ଜାରି ରହିଥିବା ଦିଲ୍ଲୀ ପୋଲି ସୂଚନା ଦେଇଛି ।

ତେବେ ଗତକାଲି ସନ୍ଧ୍ୟାରେ କୁନାଲ ଘରପାଖ ଦୋକାନକୁ କ୍ଷୀର ଆଣିବାକୁ ଯାଉଥିବା ବେଳେ ହଠାତ୍ ୫ ଜଣ ଦୁର୍ବୃତ୍ତ ହାତରେ ଛୁରି ଧରି ଆସି କୁନାଲଙ୍କୁ ଭୁସି ଚାଲିଥିଲେ । କୁନାଲଙ୍କ ଦେହ ସାରା ଛୁରିରେ ଲଗାତାର ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହାପରେ ଗତକାଲି ଠାରୁ ଉତ୍ତେଜନା ଦେଖା ଦେଇଖିବା ବେଳେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ଆଜି ଲୋକେ ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ । 

ସେପଟେ ଲେଡି ଡନ୍ କୁହାଯାଉଥିବା ଜିକ୍ରା ଅତୀତରେ କେଉଁ ଏକ ଗ୍ୟାଙ୍ଗଷ୍ଟର ଗ୍ୟାଙ୍ଗ୍ ସହ ସମ୍ପୃକ୍ତ ଥିବା କୁହାଯାଉଛି ଏବଂ ସେ ଏବେ ନିଜେ ଗୋଟେ ଗ୍ୟାଙ୍ଗ ଗଢି ୧୦ରୁ ୧୫ ଜଣ ଯୁବକଙ୍କୁ ରଖିଛି ଏବଂ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଛି । ଜିକ୍ରାକୁ ଅନେକ ସମୟରେ ମାରଣାସ୍ତ୍ର ଧରି ରିଲ୍ସ କରିବା ଦେଖିବାକୁ ମିଳେ । ଗତ କିଛି ଦିନ ତଳେ ଜିକ୍ରା ଜେଲରୁ ଫେରିଛି । ଦେଶୀ ବନ୍ଧୁକ ଧରି ଭିଡିଓ କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe