୭୦ହଜାର ଟଙ୍କା ପାଇଁ ଦୀପାବଳି ଦିନ ମୋ ପୁଅକୁ ମାରିଦେଲେ

Advertisment

୭୦ହଜାର ଟଙ୍କା ପାଇଁ ଦୀବାପାଳି ଦିନ ଦାଦା, ପୁତୁରା ଓ ପୁଅକୁ ଗୁଳି। ଅଭିଯୁକ୍ତର ଗୁଳିରେ ଦାଦା ଓ ପୁତୁରାଙ୍କ ହେଲା ମୃତ୍ୟୁ। ପୁଅ କୃଷ୍ଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ହୋଇଛି ଭର୍ତ୍ତି।

Updated On

୭୦ହଜାର ଟଙ୍କା ପାଇଁ ଦୀବାପାଳି ଦିନ ଦାଦା, ପୁତୁରା ଓ ପୁଅକୁ ଗୁଳି। ଅଭିଯୁକ୍ତର ଗୁଳିରେ ଦାଦା ଓ ପୁତୁରାଙ୍କ ହେଲା ମୃତ୍ୟୁ। ପୁଅ କୃଷ୍ଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ହୋଇଛି ଭର୍ତ୍ତି।

ଅଦ୍ୟତନ ହୋଇଛି
ପ


ନୂଆଦିଲ୍ଲୀ: ସମଗ୍ର ଦେଶ ଦୀପାବଳି ଉତ୍ସବ ପାଳୁଥିବା ବେଳେ ରାଜଧାନୀ ଦିଲ୍ଲୀର ଶାହଦରା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।  ଘର ବାହାରେ ବାଣ ଫୁଟାଉଥିବା ବେଳେ ଦାଦା ଓ ପୁତୁରାଙ୍କୁ ଏକାଠି ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଦ୍ୱୟ ହେଲେ ଆକାଶ ଶର୍ମା ଓ ଋଷଭ । ଋଷଭ  ଆକାଶଙ୍କ ପୁତୁରା ବୟସ ୧୬ବର୍ଷ ବୋଲି ଜଣାପଡ଼ିଛି।

ଶାହଦରା ଡିସିପି ପ୍ରଶାନ୍ତ ଗୌତମ ଗୌତମ କହିଛନ୍ତି, ‘ମୃତ ଆକାଶ ଅଭିଯୁକ୍ତକୁ ଅନେକ କାମ ଦେଇଥିଲେ। ଏହି କାମ ହୋଇଗଲେ ସେ ୭୦ହଜାର ଟଙ୍କା ଦେବେ ବୋଲି ଅଭିଯୁକ୍ତକୁ କଥା ଦେଇଥିଲେ  କାମ ପୁରା ହୋଇଯାଇଥି‌ଲେ ବି ଆକାଶ ନା ଟଙ୍କା ଦେଇଥିଲେ ନା ଅଭିଯୁକ୍ତର ଫୋନ ଉଠାଇଥିଲେ। ଏହି କାରଣରୁ ଅଭିଯୁକ୍ତ ରାଗରେ ଦୀପାବଳି ଦିନ ଆକାଶଙ୍କ ଘରେ ପହଞ୍ଚି ଗୁଳି କରି ହତ୍ୟା କରିଛି। ନାବାଳକ ଜଣକ ଏହି ହତ୍ୟାକାଣ୍ଡ ପାଇଁ ଅନେକ ଦିନରୁ ଯୋଜନା କରି ରଖିଥିଲା। ସେ ଏହି ହତ୍ୟା ପୂର୍ବରୁ ଅନେକ ଅପରାଧିକ ମାମଲାରେ ସାମିଲ ଥିବା ଜଣାପଡ଼ିଛି। 

ଅଭିଯୁକ୍ତର କହିବାନୁସାରେ ଟାର୍ଗେଟ ଥିଲା ଆକାଶଙ୍କୁ ଗୁଳି କରିବାର କିନ୍ତୁ ଗୁଳି ଆକାଶଙ୍କ ପୁଅ କୃଷ୍ଣ ଓ ପରେ ତାଙ୍କ ପୁତୁରା ଋଷଭଙ୍କୁ ବାଜିଥିଲା। ଦୁଃଖର ବିଷୟ ଗୁଳି ବାଜିବାରୁ ଋଷଭଙ୍କ ମୃତ୍ୟୁ ହୋଇଯାଇଛି।

ମୃତ ଆକାଶଙ୍କ ମା’ଙ୍କ କହିବାନୁଯାୟୀ, ଅଭିଯୁକ୍ତ କିଛି ଦିନ ହେବ ତାଙ୍କ ଘର ପାଖରେ ବୁଲୁଥିଲା। ଦୀପାବଳି ପୂର୍ବ ଦିନ ସେ ଘରକୁ ମିଠା ଦେବାକୁ ଆସିଥିଲା। କିନ୍ତୁ ଆମେ ଗେଟ୍ ଖୋଲି ନଥିଲୁ। ପଳାଇଥିଲା। ଏହାପରେ ସେ ଦୀପାବଳି ଦିନ ଆସି ଆକାଶ, ଋଷଭ ଓ କୃଷ୍ଣ ଘର ବାହାରେ ବାଣ ଫୁଟାଉଥିବା ବେଳେ ସେ ଆଖି ବୁଜା ଗୁଳି ଚଳାଇଥିଲା।

ଅଧିକପଢ଼ନ୍ତୁ ବାରରେ ନୃତ୍ୟକୁ ନା, ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe