ଶାହିନ୍ ବାଗରେ ସିଏଏ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଲେ ଯୁବକ, ଅଟକ ରଖି ପଚରାଉଚରା କରୁଛି ପୁଲିସ

Advertisment
ଶାହିନ୍ ବାଗରେ ସିଏଏ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଲେ ଯୁବକ, ଅଟକ ରଖି ପଚରାଉଚରା କରୁଛି ପୁଲିସ

aajtak.intoday.in

ନୂଆଦିଲ୍ଲୀ: ଦିଲ୍ଲୀର ଶାହିନ୍ ବାଗ ଅଞ୍ଚଳରେ ଜଣେ ଯୁବକ ଗୁଳିଚାଳନା କରିଥିବା ଖବର ମିଳିଛି। ଘଟଣା ପରେ ପୁଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଘଟଣାଟି ଜସୋଲା ରେଡ୍ ଲାଇଟ୍ ଅଞ୍ଚଳରେ ସନ୍ଧ୍ୟା ୪ଟା ୫୩ମିନିଟରେ ଘଟିଥିବା ବେଳେ ଏହି ଗୁଳିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଯୁବକଜଣଙ୍କ ପ୍ରଥମେ ଫାଙ୍କା ଗୁଳିଚାଳନା କରିବା ପରେ ସେଠାରେ ଉପସ୍ଥିତ ଥିବା ପୁଲିସ ଯୁବକଙ୍କୁ କାବୁ କରିନେଇଥିଲା। ଏହି ସମୟରେ ଯୁବକଜଣଙ୍କ କହିଥିଲେ, ‘ଏ ଦେଶରେ କାହାର ରାଜୁତି ଚାଲିବନି। କେବଳ ହିନ୍ଦୁମାନଙ୍କ ରାଜୁତି ଚାଲିବ।’ ଅଭିଯୁକ୍ତର ନାଁ କପିଲ ଗୁଜ୍ଜର ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ ପୂର୍ବ ଦିଲ୍ଲୀର ଦଲ୍ଲୁପୁରା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ଦିଲ୍ଲୀର ଶାହିନ୍ ବାଗରେ ଗତ ଦେଢ଼ ମାସ ହେଲାଣି ଲୋକେ ସିଏଏକୁ ବିରୋଧ କରି ଆନ୍ଦୋଳନରେ ବସିଥିବା ବେଳେ ଆଜି ଏଭଳି ଗୁଳିକାଣ୍ଡ ଘଟିଛି। ତେବେ ପୂର୍ବରୁ ଦିଲ୍ଲୀର ଜାମିଆ ନିକଟରେ ସିଏଏ ବିରୋଧୀ ବିକ୍ଷୋଭ ଚାଲିଥିବା ବେଳେ ଜଣେ ଛାତ୍ର ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଏହି ଗୁଳିକାଣ୍ଡରେ ଜଣେ ଜାମିଆ ଛାତ୍ରଙ୍କ ହାତରେ ଗୁଳି ବାଜିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ନିଜର ନାଁ ରାମଭକ୍ତ ଗୋପାଳ ବୋଲି କହିବା ସହ ସେ ଶାହିନ୍ ବାଗକୁ ଯାଇ ଗୁଳିଚାଳନା କରିବାକୁ ଚାହୁଥିବା କଥା କହିଥିଲା ଅଭିଯୁକ୍ତ। ଅଟୋ ଚ‌ାଳକ ଆଗକୁ ନ ଯିବାରୁ ଅଭିଯୁକ୍ତ ଜାମିଆରେ ଓହ୍ଲାଇ ଛାତ୍ର-ଛାତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରୁଥିବାର ଦେଖିଥିଲା। ଯାହା ପରେ ସେ ଶାହିନ୍ ବାଗ ନଯାଇ ଜାମିଆ ଛାତ୍ରଙ୍କ ଉପରକୁ ଗୁଳି ଚଳାଇବା ପାଇଁ ନିଷ୍ପତ୍ତି ନେଇଥିବା ପୁଲିସକୁ ଜଣାଇଥିଲା ଅଭିଯୁକ୍ତ। ଏହା ସହ ଘଟଣା ପୂର୍ବରୁ ଫେସବୁକରେ ଲାଇଭ୍ ଭିଡିଓ କରିଥିବା ମଧ୍ୟ ପରେ ସାମ୍ନାକୁ ଆସିଥିଲା। ଏହି ଘଟଣାର ଦୁଇ ଦିନ ପରେ ଆଜି ଶାହିନ୍ ବାଗରେ ସମାନ ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe