Delhi SWAT Commando: ‘ତୋ ଭଉଣୀକୁ ମୁଁ ହତ୍ୟା କରୁଛି’, ଭାଇକୁ ଫୋନ୍ ଲାଇନରେ ରଖି ଭଉଣୀକୁ ହତ୍ୟା କରିଥିଲା ଅଭିଯୁକ୍ତ

Advertisment

କାଜଲଙ୍କୁ ହତ୍ୟା କରିବା ସମୟରେ ତାଙ୍କ ଭାଇଙ୍କୁ ଫୋନ୍ କରି ଲାଇନରେ ରଖିଥିଲା ଅଭିଯୁକ୍ତ ଅଙ୍କୁର। ଭଉଣୀର ଚିତ୍କାର ଶୁଣି ରେକର୍ଡ କରିବାକୁ ମଧ୍ୟ ଅଭିଯୁକ୍ତ କହିଥିଲା। ଏବେ ଏହି ଘଟଣାର ଆଉ ଏକ ଛାତିଥରା କଥା ସାମ୍ନାକୁ ଆସିଛି।

କାଜଲଙ୍କୁ ହତ୍ୟା କରିବା ସମୟରେ ତାଙ୍କ ଭାଇଙ୍କୁ ଫୋନ୍ କରି ଲାଇନରେ ରଖିଥିଲା ଅଭିଯୁକ୍ତ ଅଙ୍କୁର। ଭଉଣୀର ଚିତ୍କାର ଶୁଣି ରେକର୍ଡ କରିବାକୁ ମଧ୍ୟ ଅଭିଯୁକ୍ତ କହିଥିଲା। ଏବେ ଏହି ଘଟଣାର ଆଉ ଏକ ଛାତିଥରା କଥା ସାମ୍ନାକୁ ଆସିଛି।

Untitled-7.jpg

Delhi SWAT Commando's Brother Heard Kajal Screaming On Last Call Photograph: (@sambad.in)

ନୂଆଦିଲ୍ଲୀ: ଯୌତୁକ ପାଇଁ ଦିଲ୍ଲୀ ପୁଲିସର ଜଣେ ଗର୍ଭବତୀ ମହିଳା କନେଷ୍ଟବଳ ତଥା ସ୍ବାତ୍ କମାଣ୍ଡୋଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏବେ ଏହି ଘଟଣାର ଆଉ ଏକ ଛାତିଥରା କଥା ସାମ୍ନାକୁ ଆସିଛି। କାଜଲଙ୍କୁ ହତ୍ୟା କରିବା ସମୟରେ ତାଙ୍କ ଭାଇଙ୍କୁ ଫୋନ୍ କରି ଲାଇନରେ ରଖିଥିଲା ଅଭିଯୁକ୍ତ ଅଙ୍କୁର। ଭଉଣୀର ଚିତ୍କାର ଶୁଣି ରେକର୍ଡ କରିବାକୁ ମଧ୍ୟ ଅଭିଯୁକ୍ତ କହିଥିଲା। ସବୁଠୁ ବଡ଼ କଥା ହେଉଛି ଭାଇକୁ ଫୋନ୍ ଲାଇନରେ ରଖି ଭଉଣୀ କାଜଲକୁ ହତ୍ୟା କରିଥିଲା ଅଙ୍କୁର।

କାଜଲଙ୍କ ଭାଇ ନିଖିଲଙ୍କ କହିବା ଅନୁସାରେ, ଅଙ୍କୁର ପ୍ରଥମେ ତାଙ୍କୁ କଲ କରିଥିଲା। ଆଉ କଲକୁ ରେକର୍ଡ କରିବାକୁ କହିଥିଲା। ସେ କହିଥିଲା, ମୁଁ ତୋ ଭଉଣୀକୁ ହତ୍ୟା କରୁଛି, ତୁ ତା'' ଚିତ୍କାରକୁ ଫୋନରେ ରେକର୍ଡ କରି ରଖେ। ପୁଲିସ ଷ୍ଟେସନରେ ଏହା କାମରେ ଆସିବ। ଆଉ ତାପରେ ମୁଁ ମୋ ଭଉଣୀର ଚିତ୍କାର ଶୁଣିଲି।

ଅଧିକପଢ଼ନ୍ତୁ:ଇରାନ୍-ଆମେରିକା ଉତ୍ତେଜନା, ଚିନ୍ତାରେ ଭାରତ

ଅଙ୍କୁର କାଜଲଙ୍କ ମୁଣ୍ଡକୁ ଡମ୍ବଲରେ ଆଘାତ କରିଥିଲା

ନିଖିଲ ଆହୁରି କହିଛନ୍ତି, କାଜଲ ତା'' ଶାଶୁ ଘର ସମ୍ପର୍କରେ କେବେ କିଛି କୁହେନି, କିନ୍ତୁ ସେଦିନ ସେ ମତେ ସବୁ ଘଟଣା ବାବଦରେ କହୁଥିଲା। ଏତିକିରେ ଅଙ୍କୁର ଚାଲିଆସିଥିଲା, ଭଉଣୀ ମତେ ସବୁକଥା କହୁଥିବା ଶୁଣି ଫୋନ୍ ଛଡ଼ାଇନେଇ କାଟିଦେଇଥିଲା। ମାତ୍ର ୫ମିନିଟ୍ ବିତିନଥିଲା ମୋ ଫୋନ୍ ପୁଣି ବାଜିଥିଲା। ଫୋନରେ ଅଙ୍କୁର ମତେ କହିଲା ମୁଁ ତୋ ଭଉଣୀକୁ ହତ୍ୟା କରୁଛି। ତୁ ଆସି ହସ୍ପିଟାଲରୁ ତୋ ଭଉଣୀର ଲାସ୍ ନେଇଯିବୁ। ଅଙ୍କୁରର କଥା ଶୁଣି ମୁଁ ଅଙ୍କୁରକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲି ଏବଂ ତୁରନ୍ତ କାଜଲକୁ କଲ୍ କରିଥିଲି, କିନ୍ତୁ ସେତେବେଳକୁ ଡେରି ହୋଇସାରିଥିଲା। ନିଖିଲ୍ ଫୋନ୍ କଲରେ ଥିବା ସମୟରେ ହିଁ ଅଙ୍କୁର କାଜଲଙ୍କୁ ହତ୍ୟା କରିଥିଲା।

କାଜଲ ୪ମାସର ଗର୍ଭବତୀ ଥିଲେ

ପରିବାରଙ୍କ କହିବା ଅନୁସାରେ, ଅଙ୍କୁର କାଜଲଙ୍କ ମୁଣ୍ଡକୁ ଡମ୍ବଲରେ ଆଘାତ କରିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଯେଉଁଥିଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସବୁଠୁ ଦୁଃଖଦ କଥା ହେଉଛି, କାଜଲ ୪ମାସର ଗର୍ଭବତୀ ଥିଲେ ଓ ତାଙ୍କର ଦେଢ଼ ବର୍ଷର ଏକ ପୁଅ ବି ଅଛି। ଏବେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅଙ୍କୁରକୁ ଗିରଫ କରାଯାଇଛି।

ଅଧିକପଢ଼ନ୍ତୁ:ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ, ଚାଲିବ ଯୌତୁକ ନିର୍ଯାତନା ମାମଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe