ସବୁଠି ହାଡ଼ଥରା ଶୀତ : ଦିଲ୍ଲୀରେ ତାପମାତ୍ରା ୧.୭ ଡିଗ୍ରିକୁ ଖସିଲା, ହିସାରରେ ୦.୨

ସବୁଠି ହାଡ଼ଥରା ଶୀତ : ଦିଲ୍ଲୀରେ ତାପମାତ୍ରା ୧.୭ ଡିଗ୍ରିକୁ ଖସିଲା, ହିସାରରେ ୦.୨

Hindustan times

ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଏବେ ହାଡ଼ଥରା ଶୀତ ଅନୁଭୂତ ହେଉଛି। ଦିଲ୍ଲୀରେ ଶୀତ ୧୨୦ ବର୍ଷର ରେକର୍ଡ ଭାଙ୍ଗିଲାଣି। ଦିଲ୍ଲୀ ବାସିନ୍ଦା ୧୦ ଦିନ ହେଲାଣି ପ୍ରବଳ ଶୀତରେ ଥରୁଛନ୍ତି। ଦ୍ରାସ୍‌ରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଶୀତର ଭୟଙ୍କର ପ୍ରକୋପ। ପଦାକୁ ପାଦ କାଢ଼ିବାକୁ ଭୟ। ଘନ କୁହୁଡ଼ି ବି ସମସ୍ୟା ବଢ଼ାଇ ଦେଇଛି। ଆଜି ଦିଲ୍ଲୀରେ ଚଳିତ ଶୀତ ଋତୁର ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ଦିଲ୍ଲୀର ଲୋଧି ରୋଡ୍‌ରେ ଆଜି ସକାଳ ୮.୩୦ ରେ ତାପମାତ୍ରା ୧.୭ ଡିଗ୍ରି ଥିଲା ଏବଂ ଅୟା ନଗରରେ ତାପମାତ୍ରା ୧.୯ ଡିଗ୍ରି ଥିଲା। ସଫଦରଜଙ୍ଗରେ ମଧ୍ୟ ସକା‌ଳ ତାପମାତ୍ରା ୨.୪ ଡିଗ୍ରି ରହିଥିଲା। ୧୯୯୨ ମସିହାରେ ସଫଦରଜଙ୍ଗରେ ଚଳିତ ବର୍ଷ ସବୁଠୁ କମ୍‌ ତାପମାତ୍ରା ରହିଛି। ୧୯୩୦ରେ ସଫଦରଜଙ୍ଗରେ ତାପମାତ୍ରା ସବୁଠୁ୍‌ କମ୍‌ ତଥା ୦.୦ ଡିଗ୍ରି ସେଲ୍‌ସିୟସ ରହିଥିଲା। ତେବେ ଆସନ୍ତା‌ ୩୧ ତାରିଖରୁ ୨ ତାରିଖ ମଧ୍ୟରେ ଦିଲ୍ଲୀରେ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂତ୍ରରୁ କୁହାଯାଇଛି ଯେ ଜାନୁଆରି ୩ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ। ଦିଲ୍ଲୀରେ ଲଗାତାର ୧୧ ଦିନ ଧରି ପ୍ରବଳ ଶୀତ ଲାଗି ରହିଛି। ହରିୟାଣାରେ ହିସାରରେ ଆଜି ତାପମାତ୍ରା ସର୍ବନିମ୍ନ ୦.୨ ଡିଗ୍ରି ରହିଛି। ପ୍ରବଳ ଶୀତ ଯୋଗୁଁ ହିସାରରେ ଗତ ରାତିରେ ଜଣଙ୍କର ମୃତ୍ୟୁ ହୋଇଛି।

ଘନ କୁହୁଡ଼ି ସମସ୍ୟା ଯୋଗୁଁ ଦିଲ୍ଲୀରେ ଆଜି ୪ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ପଂଜାବ, ହରିୟାଣ, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତର ରାଜସ୍ଥାନରେ ପ୍ରବଳ କୁହୁଡ଼ି ହୋଇଛି। ଉତ୍ତରପ୍ରଦେଶରେ ମଧ୍ୟ ଶୀତ ଲହରି ପୂର୍ବ ରେକର୍ଡ ଭାଙ୍ଗିଛି। ଲକ୍ଷ୍ନୌ, ବାଗପତ, ମିରଟ ଏବଂ ହାପୁରରେ ସମସ୍ତ ସ୍କୁଲ୍‌ କଲେଜ୍‌ ବନ୍ଦ ରହିଛି। ମୁଜାଫରନଗରରେ ସର୍ବନିମ୍ନ ତାପମାତ୍ରା ୧.୯ ଡିଗ୍ରି ରହିଥିବା ବେଳେ ବାହାରେଚ୍‌ରେ ୨.୯. କାନପୁରରେ ୨.୦, ବରେଲିରେ ୩.୧ , ଲକ୍ଷ୍ନୌରେ ୩.୫, ଆଲିଗଡ଼ରେ ୩.୬, ପ୍ରୟାଗରାଜରେ ୩.୬, ଆଗ୍ରା ଏବଂ ମିରଟରେ ତାପମାତ୍ରା ୪.୧ ରହିଛି। ଜମ୍ମୁ କାଶ୍ମୀରର ବିଭିନ୍ନ ଅଂଚଳ ଏବଂ ଲଦାଖରେ ମଧ୍ୟ ଶୀତ ଲହରି ସାଂଘାତିକ ରୂପ ନେଇଛି। ଗତ ରାତିରେ ଶ୍ରୀନଗରରେ ଚଳିତ ଶୀତ ଋତୁର ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। ଗତକାଲି ତାପମାତ୍ରା ବିଯୁକ୍ତ ୫.୮ ଡିଗ୍ରି ଥିଲା। ଲେହ ଏବଂ ଦ୍ରାସରେ ତାପମାତ୍ରା ବିଯୁକ୍ତ ୧୯.୧ ଡିଗ୍ରିକୁ ଡିଗ୍ରିକୁ ଖସି ଆସିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଶ୍ରୀନଗରର ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ଲାଇନ୍‌ ବରଫ ‌ପାଲଟି ଯାଉଛି। ତେବେ କାଶ୍ମୀରରେ ଆସନ୍ତା ନୂଆବର୍ଷ ସନ୍ଧ୍ୟାରେ ତାପମାତ୍ରା ବିଯୁକ୍ତ ୫.୬ ଡିଗ୍ରି ରହିବ ବୋଲି ଅନୁମାନ କରାଯାଇଛି। ଡିସେମ୍ବର ୩୧ରୁ କାଶ୍ମୀରରେ ଲଗାତାର ବର୍ଷା ଏବଂ ବରଫପାତ ହେବ। ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଅଧୀନସ୍ଥ ପହଲଗାମ୍‌ରେ ସବୁଠୁ ଅଧିକ ଶୀତ ଅନୁଭବ ହେଉଛି।

ସିକ୍କିମରେ ପ୍ରବଳ ବରଫପାତ ଯୋଗୁଁ ରାସ୍ତା ବନ୍ଦ, ୧୫୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା
ପୂର୍ବ ସିକ୍କିମ: ସିକ୍କିମରେ ପ୍ରବଳ ବରଫପାତ ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି। ପ୍ରବଳ ବରଫପାତ ଯୋଗୁଁ ପ୍ରାୟ ୧୫୦୦ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସିଥିବା ବେଳେ ସେମାନଙ୍କୁ ‌ସେନା ଉଦ୍ଧାର କରିଛି। ପ୍ରାୟ ୩୦୦ ଟାକ୍ସିରେ ଯାତ୍ରା କରିଥିବା ୧୫୦୦ ପର୍ଯ୍ୟଟକ ନାଥୁଲାରୁ ଫେରୁଥିବା ବେଳେ ବାଟରେ ଫସି ଯାଇଥିଲେ।‌ ସେମାନଙ୍କୁ ସେନା ସୁରକ୍ଷିତ ଉଦ୍ଧାର କରି ଏକ ଶିବିରରେ ରଖାଇଛି। ପର୍ଯ୍ୟଟକଙ୍କୁ ସେନା ଶିବିରରେ ଖାଦ୍ୟ, ଗରମ ପୋଷାକ ପ୍ରଦାନ ସହ ଚିକିତ୍ସା ସୁବିଧା ମଧ୍ୟ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe