ଦିଲ୍ଲୀ ସରକାର କରିବେ ସାମ୍ବାଦିକମାନଙ୍କର କରୋନା ନମୁନା ପରୀକ୍ଷା

Advertisment
ଦିଲ୍ଲୀ ସରକାର କରିବେ ସାମ୍ବାଦିକମାନଙ୍କର କରୋନା ନମୁନା ପରୀକ୍ଷା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌- ୧୯ର ନମୁନା ପରୀକ୍ଷା କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଘୋଷଣା କରିଛନ୍ତି। ଗତକାଲି ମହାରାଷ୍ଟ୍ରରର ୧୭୧ ଜଣ ସାମ୍ବାଦିକଙ୍କର ନମୁନା ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୫୩ ଜଣ ସାମ୍ବାଦିକଙ୍କୁ କରୋନା ପଜିଟିଭ୍‌ ରୂପେ ଚିହ୍ନଟ କରାଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।

publive-image News Nation

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଯେ ମହାରାଷ୍ଟ୍ରରେ ୧୭୧ ଜଣ ସାମ୍ବାଦିକଙ୍କର ନମୁନା ପରୀକ୍ଷା ରିପୋର୍ଟରୁ ୫୩ ଜଣ କରୋନା ପଜିଟିଭ୍‌ ରୂପେ ଚିହ୍ନଟ ହେବା ଘଟଣା ଆମ ଚିନ୍ତାକୁ ବଢ଼ାଇ ଦେଇଛି। ତେଣୁ, ଆମେ ଦିଲ୍ଲୀରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସେମାନଙ୍କର କରୋନା ନମୁନା ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଛୁ। ଖୁବ ଶୀଘ୍ର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe