କରୋନା ମୁକାବିଲା: ଦୈନିକ ୪ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇବ ଦିଲ୍ଲୀ

Advertisment
ଦିଲ୍ଲୀରେ ଲକ୍‌ଡାଉନ୍‌ କୋହଳ ହେବନି, ୧୮୬ ଟି ମାମଲାରେ କୌଣସି ଲକ୍ଷଣ ନାହିଁ

Image Source: Hindustan Times

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ନିଜର ତତ୍ପରତା ପ୍ରକାଶ କରିଛନ୍ତି। ଦିଲ୍ଲୀରେ ଖାଦ୍ୟର ଆବଶ୍ୟକତା ଥିବା ବ୍ୟକ୍ତିମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ପ୍ରାୟ ୩୨୫ଟି ସ୍କୁଲ୍‌ରେ ମଧ୍ୟାହ୍ନ ଓ ରାତ୍ର ଭୋଜନର ବନ୍ଦୋବସ୍ତ କରିବାକୁ ଚିନ୍ତା କରିଛନ୍ତି। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ପ୍ରଭାବରୁ ଅନେକ ଲୋକ ଭୋକ ଉପାସ ରହୁଥିବା କାରଣରୁ କେଜ୍ରିୱାଲ୍‌ ଶୁକ୍ରବାର ଏପରି ଘୋଷଣା କରିଛନ୍ତି।

ଶନିବାରଠାରୁ ଦିଲ୍ଲୀରେ ଦୈନିକ ୪ ଲକ୍ଷ ଲୋକଙ୍କୁ ଭୋଜନ ପ୍ରଦାନ କରାଯିବ ବୋଲି ଗଣମାଧ୍ୟମକୁ ସମ୍ବୋଧନ କରି କେଜ୍ରିୱାଲ୍‌ କହିଛନ୍ତି। ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି ‘ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା ସମୁଦାୟ ୩୨୫ଟି ସ୍କୁଲ୍‌ରେ ଶନିବାର ଠାରୁ ରନ୍ଧା ଭୋଜନର ବନ୍ଦୋବସ୍ତ କରାଯିବ। ପୂର୍ବରୁ ମଧ୍ୟ ଏହି ସ୍କୁଲ୍‌ମାନଙ୍କରେ ଭୋଜନ ବ୍ୟବସ୍ଥା କରାଯାଇଛି। ୨୦ ହଜାର ଲୋକଙ୍କୁ ଖାଦ୍ୟ ‌ଯୋଗାଇ ଦେବାରୁ ଏହା ଆରମ୍ଭ ହୋଇ ଏବେ ସୁଦ୍ଧା ୨ ଲକ୍ଷରେ ପହଞ୍ଚି ସାରିଛି। ଶନିବାରରୁ ୪ ଲକ୍ଷ ଲୋକଙ୍କୁ ଦୈନିକ ଖାଦ୍ୟ ଦେବାର ବନ୍ଦୋବ‌ସ୍ତ କରାଯିବ।

ମହାମାରୀ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ସୁଦ୍ଧା ଦିଲ୍ଲୀରେ ୩୯ରେ ପହଞ୍ଚିଥିବା ବେଳେ କେଜ୍ରିୱାଲ୍‌ କହିଛନ୍ତି କି ସେ ସମସ୍ତ ପ୍ରକାରର ଚ୍ୟାଲେଞ୍ଜ ପାଇଁ ତାଙ୍କ ସରକାର ପ୍ରସ୍ତୁତ ଅଛନ୍ତି। ୩୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ ବାହାର ଦେଶରୁ ଆସିଥିବା ସୂଚନା ରହିଛି। ସେମାନଙ୍କୁ ଏକେ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ବାକି ୧୦ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ବୋଲି କେଜ୍ରିୱାଲ୍‌ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe