Theprint
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ପ୍ରକୋପ ବଢ଼ିଚାଲିଥିବା ବେଳେ ଦିଲ୍ଲୀରେ ଖୁବ୍ ଶୀଘ୍ର ଦ୍ୱିତୀୟ ପ୍ଲାଜ୍ମା ବ୍ୟାଙ୍କ ପ୍ରତିଷ୍ଠା ହେବ ବୋଲି ଆଜି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିିଆ ଘୋଷଣା କରିଛନ୍ତି।
ଦିଲ୍ଲୀର ଲୋକ ନାୟକ ଡାକ୍ତରଖାନାରେ ଏହି ଦ୍ୱିତୀୟ ପ୍ରସ୍ତାବିତ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିିଆ। ଏବଂ ଏହି ପ୍ରସ୍ତାବିତ ପ୍ଲାଜମା ବ୍ୟାଙ୍କର କାର୍ଯ୍ୟ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବ ବୋଲି ସେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଭାରତର ପ୍ରଥମ ପ୍ଲାଜମା ବ୍ୟାଙ୍କ ଚଳିତ ମାସ ଆରମ୍ଭରେ ଜାତୀୟ ରାଜଧାନୀରେ ଖୋଲା ଯାଇଥିଲା ଏବଂ ପ୍ରତିଦିନ ହାରାହାରି ୨୦ ଜଣ ଦାତାଙ୍କ ଠାରୁ କରୋନା ଚିକିତ୍ସା ନିମନ୍ତେ ପ୍ଲାଜ୍ମା ସଂଗ୍ରହ କରା ଯାଉଛି। ତେବେ, କରୋନା ବା କୋଭିଡ୍-୧୯ ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍ମା ଚିକିତ୍ସା ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଥିବା କାରଣରୁ ଦିଲ୍ଲୀ ସରକାର ଏବେ ଏହି ଦ୍ୱିତୀୟ ପ୍ଲାଜ୍ମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିବା ଗଣମାଧ୍ୟମକୁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/07/Plasma2.jpg)