୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକମାନଙ୍କୁ ମାଗଣା କୋଭିଡ୍‌ ଟିକା ଦେବେ ଦିଲ୍ଲୀ ସରକାର

Advertisment
୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକମାନଙ୍କୁ ମାଗଣା କୋଭିଡ୍‌ ଟିକା ଦେବେ ଦିଲ୍ଲୀ ସରକାର

Image Courtesy of India Today

ନୂଆଦିଲ୍ଲୀ: ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦେବା ଲାଗି ଦିଲ୍ଲୀ ସରକାର ସ୍ଥିର କରିଥିବା କଥା ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଘୋଷଣା କରିଛନ୍ତି।

ସେ କହିଛନ୍ତି, ସମଗ୍ର ଦେଶରେ କୋଭିଡ୍‌-୧୯ ଧ୍ୱଂସ ସାଧନ କରୁଥିବା ଆମେ ଦେଖି ପାରୁଛନ୍ତି। ତେଣୁ, ସମସ୍ତଙ୍କର ମନେହୁଏ ଯେ, କେବଳ ଟିକାକରଣଦ୍ୱାରା ହିଁ ଏହି ରୋଗକୁ ପରାସ୍ତ କରିହେବ। ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ଦିଲ୍ଲୀ ସରକାର ସ୍ଥିର କରିଛନ୍ତି। ୧.୩୪ କୋଟି ଟିକା ଖରିଦ କରିବା ଲାଗି ଆଜି ସକାଳେ ଆମେ ଅନୁମୋଦନ ଦେଇଛୁ। ଖୁବ୍‌ ଶୀଘ୍ର ଯେମିତି ଟିକା ଖରିଦ କରାଯାଇ ଲୋକମାନଙ୍କୁ ଦିଆଯାଏ, ସେଥିପ୍ରତି ସୁନିଶ୍ଚିତ ହେବାକୁ ଆମେ ଉଦ୍ୟମ କରିବୁ।

publive-image Image Courtesy of India Today

ମେ ପହିଲାରୁ ଦେଶରେ ଆରମ୍ଭ ହେଉଥିବା ତୃତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଆଗରୁ ଦିଲ୍ଲୀ ସରକାର ଏଭଳି ଘୋଷଣା କରିଛନ୍ତି। ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ଟିକା ଦେବା ଏହି ଅଭିଯାନର ଉଦ୍ଦେଶ୍ୟ।

ସୂଚନାଯୋଗ୍ୟ, ନୂଆଦିଲ୍ଲୀର ଛତରପୁର ଅଞ୍ଚଳର ରାଧା ସୋଆମି ବେୟସ୍‌ସ୍ଥିତ ‘ଆଇଟିବିପି’ଦ୍ୱାରା ପରିଚାଳିତ ସର୍ଦାର ପଟେଲ୍‌ କୋଭିଡ୍‌ କେୟାର୍‌ ସେଣ୍ଟର୍‌ରେ ଆଜି ପୂର୍ବାହ୍ନ ୧୦ଟାରୁ ରୋଗୀ ଭର୍ତ୍ତି କରାଇବା ସହ କାର୍ଯ୍ୟକ୍ଷମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe