ସ୍କର୍ପିଓ ବନେଟ ଉପରେ ବସି ବୁଲିବା ସ୍ପାଇଡର ମ୍ୟାନଙ୍କୁ ମହଙ୍ଗା ପଡ଼ିଲା

Advertisment
ସ୍କର୍ପିଓ ବନେଟ ଉପରେ ବସି ବୁଲିବା ସ୍ପାଇଡର ମ୍ୟାନଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ବାରକାରେ ସ୍ପାଇଡର ମ୍ୟାନ ଭଳି ପୋଷାକ ପିନ୍ଧିଥିବା  ଜଣେ ଯୁବକଙ୍କୁ ସ୍କର୍ପିଓ ବନେଟ ଉପରେ ବସି ବୁଲିବା ମହଙ୍ଗା ପଡ଼ିଛି। ଦିଲ୍ଲୀର ଟ୍ରାଫିକ ପୁଲିସ ଉକ୍ତ ସ୍ପାଇଡର ମ୍ୟାନଙ୍କୁ ଅଟକ ରଖିବା ସହିତ ମୋଟା ଅଙ୍କର ଜରିମାନା ରାଶି ଲାଗୁ କରିଛି।

ସୂଚନାଯୋଗ୍ୟ, ଆଦିତ୍ୟଙ୍କୁ ସ୍ପାଇଡର ମ୍ୟାନ ଭଳି ପୋଷାକ ପିନ୍ଧି ସ୍କର୍ପିଓ ବନେଟ ଉପରେ ବସି ବୁଲୁଥିବାର ଦେଖି କିଛି ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଦ୍ବାରକାର ରାମପାଲ ଛକ ନିକଟରେ ଆଦିତ୍ୟଙ୍କୁ କାବୁ କରିଥିଲା। ଆଦିତ୍ୟଙ୍କ ବାପାଙ୍କ ନାମ ରୋହିତ ଥିବା ବେଳେ ସ୍କର୍ପିଓ ଚଲାଉଥିବା ଚାଳକଙ୍କ ନାମ  ଗୌରବ ସିଂହ ଥିବା ଜଣାପଡ଼ିଛି।

ଟ୍ରାଫିକ ପୁଲିସ ଗାଡ଼ି ମାଲିକ ଓ ଚାଳକଙ୍କ ବିରୋଧରେ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଲାଉଥିବା ଓ ପଲ୍ୟୁସନ ସାର୍ଟିଫିକେଟ ନଥିବାରୁ ହେତୁ ୨୬ହଜାର ଟଙ୍କାର ଚାଲାଣ କାଟିଛି। ଏଥିସହିତ  ଆଦିତ୍ୟ ଓ ଗୌରବଙ୍କ ବିରୋଧରେ ମାମଲା ବି ରୁଜୁ କରିଛି ପୁଲିସ।

ଏହି ଘଟଣାକୁ ନେଇ ପୁଲିସ କହିଛି, ‘ଆମେ କ୍ରମାଗତ ଭାବେ ସଡ଼କ ସୁରକ୍ଷା ଅଭିଯାନ କରୁଛୁ। ଲୋକଙ୍କୁ ସଡ଼କ ନିୟମ ପ୍ରତି ଜାଗ୍ରତ କରିବା ସହିତ ଗାଡ଼ି କିପରି ଚଲାଇବେ ସେଥିପାଇଁ ସତର୍କ କରାଉଛି।

ଏଥିସହିତ ରାସ୍ତାରେ ଯେଉଁମାନେ ସଡ଼କ ନିୟମ ବାହାରେ ଗାଡ଼ି ଚଲାଉଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତୁ ଆମ ନିକଟରେ ଅଭିଯୋଗ କରିବାକୁ ଅନୁରୋଧ ବି କରିଛୁ। ଯଦ୍ବାରା ଆମେ ସଙ୍ଗେସଙ୍ଗେ ନିୟମ ଭଙ୍ଗ କରିଥିବା ଲୋକଙ୍କୁ ଧରି ଦଣ୍ଡ ଦେବା ସହିତ ଦୁର୍ଘଟଣା ସମ୍ଭାବନାକୁ ଅଟକାଇ ପାରିବା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe