ନୂଆଦିଲ୍ଲୀ: ସମ୍ପ୍ରତି ରାଜଧାନୀ ନୂଆଦିଲ୍ଲୀ ଏବଂ ଆଖପାଖ ଇଲାକାର ବାୟୁମଣ୍ଡଳରେ ଦେଖାଦେଇଥିବା କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ହିଁ ଲୋକଙ୍କ ଦୈନନ୍ଦିନ ଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି। ସରକାର ଯେତେ ଯାହା କଲେ ବି ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ତେବେ ଏଭଳି ସ୍ଥିତିରୁ ବର୍ତ୍ତିବା ପାଇଁ ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ହରିଆଣା ଏବଂ ପଞ୍ଜାବ ସରକାର କି ସବୁ ପଦକ୍ଷେପ ନେଇଛନ୍ତି ତାହା ଜଣାଇବା ଲାଗି ସୁପ୍ରିମକୋର୍ଟ ଆଜି ସଂପୃକ୍ତ ରାଜ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରଦୂଷଣ ରୋକିବା ପାଇଁ ବର୍ତ୍ତମାନ ଯାହା ସବୁ ପଦକ୍ଷେପ ନିଆଯାଇଛି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ମାନ୍ୟବର କୋର୍ଟ ଟିପ୍ପଣୀ କରିଛନ୍ତି। ଅପରପକ୍ଷେ, ଏହାଦ୍ୱାରା ସ୍ଥିତିରେ କୌଣସି ସୁଧାର ଆସିନଥିବାରୁ ଏହାର ମୁକାବିଲା ପାଇଁ ବ୍ୟାପକ ଯୋଜନା ଜରୁରୀ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। କଳକାରଖାନାରେ ଜାଳେଣି ତୈଳ ଉପରେ କଟକଣା କେବଳ ନୂଆଦିଲ୍ଲୀରେ କରିଦେଲେ ଯଥେଷ୍ଟ ହେବନାହିଁ। ସଂଲଗ୍ନ ରାଜ୍ୟ ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ହରିଆଣାରେ ମଧ୍ୟ ଅନୁରୂପ ଲଗାମ କଷିବା ପାଇଁ ଅଦାଲତ କହିଛନ୍ତି।
ପ୍ରଦୂଷଣ ଉପଦ୍ରବରେ ଅଣାୟତ୍ତ ଦିଲ୍ଲୀ:ଚାରି ରାଜ୍ୟକୁ ସୁପ୍ରିମ୍କୋର୍ଟଙ୍କ ଜବାବ ତଲବ
Advertisment
Follow Us