ତଦାରଖ ପାଇଁ ବେଶ ବଦଳାଇ ହସ୍ପିଟାଲ‌ରେ ପହଞ୍ଚି‌ବା ପରେ ଗାର୍ଡ ଠାରୁ ମାଡ ଖାଇଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

Advertisment
ତଦାରଖ ପାଇଁ ବେଶ ବଦଳାଇ ହସ୍ପିଟାଲ‌ରେ ପହଞ୍ଚି‌ବା ପରେ ଗାର୍ଡ ଠାରୁ ମାଡ ଖାଇଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କାଳରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆକସନକୁ ଓହ୍ଲାଇଛନ୍ତି। ସେ ବାରମ୍ବାର ଅଧିକାରୀଙ୍କ ସହିତ ମିଶି ସମୀକ୍ଷା କରିବା ପାଇଁ ହସ୍ପିଟାଲରେ ଯାଇ ପହଞ୍ଚି ଯାଉଛନ୍ତି। ଆଉ ସେଠାରେ ସମସ୍ୟା କ’ଣ ରହିଛି ତାହା ପଚାରି ବୁଝୁଛନ୍ତି। ନିକଟରେ ହଠାତ ହସ୍ପିଟାଲ ଗସ୍ତ କରିବା ମନସୁଖ ମାଣ୍ଡବ୍ୟଙ୍କୁ ମହଙ୍ଗା ପଡ଼ିଛି। ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସଫଦରଜଙ୍ଗ ହସ୍ପିଟାଲରେ ବସିଥିବା ବେଳେ ତାଙ୍କୁ ଜଣେ ଗାର୍ଡ ବାଡିରେ ପିଟିଥିଲେ । ସଫଦରଜଙ୍ଗ ହସ୍ପିଟାଲରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ବେଳେ ଏହି ଘଟଣା ଉପରୁ ପରଦା ହଟାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

Health minister Mansukh Mandaviya visits hospital in disguise to review conditions

ମନସୁଖ କହିଛନ୍ତି, କିଛିଦିନ ପୂର୍ବେ ପରିଚୟ ବଦଳାଇ ସଫଦରଜଙ୍ଗ ହସ୍ପିଟାଲରେ ପହଞ୍ଚିଥିଲି । ସେଠାରେ ପହଞ୍ଚିବା ପରେ ଅନେକ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳିଲା । ଏପରିକି ହସ୍ପିଟାଲ ପରିସରରେ ଜଣେ ବୃଦ୍ଧାଙ୍କୁ ଷ୍ଟ୍ରେଚର ଦେବାକୁ ମଧ୍ୟ କେହି ନଥିଲେ । ଏହି ସମୟରେ ସେ ବେଞ୍ଚରେ ବସିଥିବା ବେଳେ ଜଣେ ଗାର୍ଡ ବାଡିରେ ପିଟିବାକୁ ପଛାଇ ନଥିଲେ ।

ଏଭଳି ଅବ୍ୟବସ୍ଥା ବାବଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରିଥିଲି । ସେତେବେଳେ ଗାର୍ଡକୁ ନିଲମ୍ବନ କରାଯାଇଛି କି ନାହିଁ ବୋଲି ମୋଦୀ ପଚାରିଥିଲେ । କିନ୍ତୁ ଜଣେ ବ୍ୟକ୍ତି ନୁହେଁ ବରଂ ବ୍ୟବସ୍ଥାକୁ ବଦଳାଇବା ସହ ଉନ୍ନତମାନର ହେବା ଆବଶ୍ୟକ ବୋଲି କହିଥିଲେ ମନସୁଖ । ଆଉ ମନସୁଖଙ୍କ ଏହି କାହାଣୀ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ୟପଟେ ମନସୁ୍ଖ କରୋନା କାଳରେ ଡାକ୍ତରଙ୍କ କାର୍ଯ୍ୟକୁ ବେଶ ପ୍ରଂଶସା କରିଛନ୍ତି । କରୋନା ଭଳି ସଙ୍କଟଜନକ ସ୍ଥିତିରେ ଡାକ୍ତରମାନେ ଯେଉଁଭଳି କାର୍ଯ୍ୟ କରିଛନ୍ତି ତାହା ବେଶ ପ୍ରଂଶସନୀୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe