ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କୁ ହତ୍ୟା 

Advertisment
ପୂର୍ବ ଶତ୍ରୁତାରୁ ଚାଟ୍‌ ବେପାରୀଙ୍କୁ ହତ୍ୟା

Digital Goa

ନୂଆଦିଲ୍ଲୀ:  ମାର୍ଚ୍ଚ ୨୨ ତାରିଖରୁ ନିଖୋଜ ଥିବା  ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ ହତ୍ୟା କରାଯାଇଛି।  ବୁଧବାର ଦ୍ୱାରକା ସେକ୍ଟର-୧୩ର ଏକ ଡ୍ରେନ୍‌ରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଦିଲ୍ଲୀର ପୁଲିସ ଯୁଗ୍ମ କମିସନର ଅଜୟ ଚୌଧୁରିଙ୍କ କହିବା ଅନୁଯାୟୀ  ଡେଟିଂ ଆପ୍‌ ଦ୍ୱାରା ଇସରତ ଅଲି ନାମକ ଜଣେ ବ୍ୟକ୍ତିଙ୍କ ସହ ଏହି ଛାତ୍ରଙ୍କ ବନ୍ଧୁତା ହୋଇଥିଲା। ତେବେ ବନ୍ଧୁତା ହେବାର ଠିକ୍‌ ୧୦ ଦିନ ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଏହି  ଛାତ୍ରଙ୍କୁ ହତ୍ୟା କରିଛନ୍ତି।  ଅଭିଯୁକ୍ତ ଇସରତ ସ୍ୱୀକାର କରିଛି ଯେ ଗତ ମାର୍ଚ୍ଚ ୨୨ ତାରିଖରେ ପୀଡ଼ିତଙ୍କ ସହ ତାଙ୍କର ପାଟିତୁଣ୍ଡ ହେବାରୁ ସେ ତାଙ୍କୁ ହାତୁଡ଼ିରେ ପିଟି ମାରିଦେଇଛି। ତେବେ ଘଟଣାକୁ ଏକ ଭିନ୍ନ ମୋଡ଼ ଦେବା ପାଇଁ ଏବଂ ତଦନ୍ତ ପ୍ରକ୍ରିୟାକୁ ଜଟିଳ କରିବା ପାଇଁ ସେ ପୀଡ଼ିତଙ୍କ ବାପାଙ୍କ ସମ୍ମୁଖରେ ଏହାକୁ ଅପହରଣର ରୂପ ଦେଇଥିଲେ। ପୀଡ଼ିତଙ୍କ ବାପାଙ୍କୁ ହ୍ଵାଟ୍ସ ଆପ୍‌ରେ ୫୦ ଲକ୍ଷ ଟଙ୍କା ବଦଳରେ ପୁଅକୁ ଫେରାଇ ନେବା ପାଇଁ ଦାବି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe