୧୫ବର୍ଷ ପୁରୁଣା ମର୍ସିଡିଜ୍ ନେଇ ପେଟ୍ରୋଲ ଭରିବାକୁ ଯାଇଥିଲେ, ସିଜ୍ ହେଲା ଗାଡ଼ି

Advertisment
Neqwret (46)

ନୂଆଦିଲ୍ଲୀ: ଯେତେବେଳେ ବିଳାସପୂର୍ଣ୍ଣ ଯାନବାହାନ କଥା ଆସେ, ଆମ ମନକୁ ମର୍ସିଡିଜ୍‌-ଅଡି ଭଳି କାର୍‌ର ନାମ ଆସେ। ଦିଲ୍ଲୀର ରାସ୍ତାରେ ଏହି ସବୁ ବିଳାସପୂର୍ଣ୍ଣ ଗାଡ଼ିଗୁଡ଼ିକର ଲାଇନ୍ ଲାଗେ। ସାଧାରଣ ଲୋକଙ୍କ ପାଇଁ ସ୍ବପ୍ନ ଥିବା ଏହି କାରକୁ ରାସ୍ତାରେ ଦେଖିଲେ ଲୋକଙ୍କୁ ଆଖି ବୁଲି ଚାହେଁ। କିନ୍ତୁ ଆଜି ଦିଲ୍ଲୀର ରାସ୍ତାରେ ଏକ ଅଦ୍ଭୁତ ନୀରବତା ଦେଖିବାକୁ ମିଳିଛି। ଗତକାଲି ପର୍ଯ୍ୟନ୍ତ ମର୍ସିଡିଜ୍, ଅଡି ଏବଂ ବିଏମଡ଼ବ୍ଲୁ ଭଳି ବିଳାସପୂର୍ଣ୍ଣ କାରଗୁଡ଼ିକର ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଆଜି ସେମାନଙ୍କ ମାଲିକମାନଙ୍କ ଉପରେ ଚଡ଼କ ପଡ଼ିଛି। ଏଠାରେ ଆମେ ୧୦ବର୍ଷ ପୁରୁଣା ଗାଡ଼ି ବିଷୟରେ କହୁଛୁ।

ଦିଲ୍ଲୀରେ ସରକାର ନୂଆ ନିୟମ ଲାଗୁ କରିଛନ୍ତି। ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି କେହି ପୁରୁଣା ଗାଡ଼ି ଧରି ବାହାରକୁ ବାହାରୁଛନ୍ତି ତେବେ ସେମାନଙ୍କୁ ତଣ୍ଡ ଗଣିବାକୁ ପଡିବ । କାର ଚାଳକଙ୍କୁ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ଥିବା ବେଳେ ବାଇକ୍ ଚାଳକ ୫ ହଜାର ଟଙ୍କା ଫାଇନ୍ ଗଣିବେ ।

ଏହି ନିୟମ ପରେ ପେଟ୍ରୋଲ ଭରିବାକୁ ଆସିଥିବା ଏକ ମର୍ସିଡିଜକୁ ସିଜ୍ କରାଯାଇଥିବା ଜଣାପଡ଼ିଛି। ଜଣେ ବ୍ୟକ୍ତି ତାଙ୍କର ୧୫ବର୍ଷ ପୁରୁଣା ମର୍ସିଡିଜ୍‌ରେ ତେଲ ଭର୍ତ୍ତି କରିବା ପାଇଁ ଏକ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କ କାରଟି ସିଜ୍ ହୋଇଥିଲା। ମାଲିକଙ୍କ କହିବା ଅନୁଯାୟୀ, କାର୍ ସିଜ୍ ହେବା ପରେ ବହୁତ ଦୁଃଖୀ। କାରଟି ୧୫ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଏହା ଏବେ ବି ଚମକଦାର ଦେଖାଯାଉଛି। ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଗାଡ଼ିର ଏଭଳି ଯତ୍ନ ନେଇଛନ୍ତି, ଯାହାଦ୍ବାରା ୧୫ବର୍ଷ ପରେ ବି ଚମକୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe