ଫେସବୁକ୍‌ ଅଧିକାରୀଙ୍କୁ ପ୍ରଶ୍ନବାଣରେ ଘାଇଲା କ‌ଲା ଦିଲ୍ଲୀ ବିଧାନସଭା କମିଟି

Advertisment
ଫେସବୁକ୍‌ ଅଧିକାରୀଙ୍କୁ ପ୍ରଶ୍ନବାଣରେ ଘାଇଲା କ‌ଲା ଦିଲ୍ଲୀ ବିଧାନସଭା କମିଟି

hindustan times

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଦିଲ୍ଲୀରେ ୨୦୨୦ ମସିହା ଫେବ୍ରୁଆରି ମାସରେ ହୋଇଥିବା ହିଂସା ପ୍ରସଙ୍ଗରେ ପଚରାଉଚରା ପାଇଁ ଫେସବୁକ୍‌ର ଅଧିକାରୀମାନଙ୍କୁ ଦିଲ୍ଲୀ ବିଧାନସଭା କମିଟି ଘେରିଛି। ବିଭିନ୍ନ ପ୍ରଶ୍ନ ପଚାରି ଫେସବୁକ୍ ଅଧିକାରୀମାନଙ୍କୁ କମିଟି ଘାଇଲା କରିଛି। କମ୍ପାନିର ପବ୍ଲିକ୍ ପଲିସି ଟିମ୍ ଏବଂ ନିର୍ଦ୍ଦେଶକ ମଣ୍ଡଳୀର ସଦସ୍ୟମାନେ କେଉଁ ଧର୍ମର ‌ତାହାର ବିସ୍ତୃତ ସୂଚନା ‌ମଗାଯାଇଛି। ଘୃଣାସୃଷ୍ଟିକାରୀ ପୋଷ୍ଟ ଉପରେ କମ୍ପାନିର ନୀତି କ’ଣ ବୋଲି ମଧ୍ୟ ପଚରାଯାଉଛି। ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଂହତି କମିଟି ମୁଖ୍ୟ ତଥା ଆପ୍‌ ନେତା ରାଘବ ଚଢ଼ା ଏହା ପଚାରିଥିଲେ। ଫେସବୁକ୍ ଇଣ୍ଡିଆର ପବ୍ଲିକ ପଲିସି ନିର୍ଦ୍ଦେଶକ ଶିବନାଥ ଠୁକ୍ରାଲ ଉତ୍ତର ଦେଇଥିଲେ ଯେ ଭାରତରେ ୩୦୦ କର୍ମଚାରୀ କାମ କରୁଛନ୍ତି। ପଲିସି ଟିମ୍‌ରେ ପ୍ରାୟ ୨୦ ଜଣ ଅଛନ୍ତି।

publive-image 123RF

ନିକଟରେ ଫେସବୁକ୍‌ର କର୍ପୋରେଟ ନାମ ମେଟାକୁ ବଦଳା ଯାଇଛି। ତେବେ ଆଇନରେ ଅନୁମତି ନଥିବାରୁ ଏପ୍ରକାର ତଥ୍ୟ ରଖାଯାଉନି ବୋଲି କମିଟିକୁ ଠୁକରାଲ କହିଥିଲେ। ଆସନ୍ତା ବୈଠକରେ ପବ୍ଲିକ ପଲିସି ଟିମ୍ ଏବଂ ନିର୍ଦ୍ଦେଶକ ମଣ୍ଡଳୀର ସଦସ୍ୟମାନଙ୍କ ଧର୍ମ ଏବଂ ସେୟାର ସଂପର୍କରେ ସୂଚନା ଦେବାକୁ କମିଟି କହିଛି। ସେହିଭଳି ହିଂସା ଦେଖାଦେବାର ମାସେ ପୂର୍ବରୁ ଏବଂ ଦୁଇ ମାସ ପର ଯାଏଁ କମ୍ପାନିକୁ ୟୁଜରମା‌ନେ ଘୃଣା ସୃଷ୍ଟି ବିରୋଧରେ ପଠାଇଥିବା ଅଭିଯୋଗ ଓ ତାହା ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ କମିଟି ପ୍ରଶ୍ନ ପଚାରିଥିଲା।

ଘୃଣା ଆମକୁ ମଧ୍ୟ ଆଘାତ ‌ଦେଇଥାଏ। ଆମେ ଆମ ପ୍ଲାଟଫର୍ମରେ ଘୃଣା ଚାହୁନା। ବିଜ୍ଞାପନଦାତାମାନେ ମଧ୍ୟ ତାହା ଚାହାନ୍ତିନି ବୋଲି ଅଧିକାରୀମାନେ କହିଛନ୍ତି। ଏହାର ଉତ୍ତରରେ ଆପ୍ ନେତା କହିଥିଲେ ଘୃଣା ତୁମକୁ ଆଘାତ ଦିଏ‌ ବୋଲି ଯାହା କହୁଛ ସେ ନେଇ ମୁଁ ନିଶ୍ଚିତ ନୁହେଁ। କାରଣ ଘୃଣାସୃଷ୍ଟିକାରୀ ପୋଷ୍ଟ ଦ୍ବାରା ତୁମକୁ ରାଜସ୍ବ ମିଳିଥାଏ। ଭାରତ ପରିପ୍ରେକ୍ଷୀରେ ଘୃଣା ମନ୍ତବ୍ୟ କ’ଣ ତାହାର ସଂଜ୍ଞା ନିର୍ଦ୍ଧାରଣ କରାଯାଇଛି ବୋଲି କମିଟି ପଚାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe