ଦିଲ୍ଲୀ ହିଂସା ନେଲାଣି ୧୭ ଜଣଙ୍କ ଜୀବନ, ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା

Advertisment
ଦିଲ୍ଲୀ ହିଂସା ନେଲାଣି ୧୭ ଜଣଙ୍କ ଜୀବନ, ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ନାମରେ ଦିଲ୍ଲୀ ସଡ଼କରେ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ଧରୁନାହିଁ | ଗତ ତିନି ଦିନ ଧରି ଦେଶର ରାଜଧାନୀର ବିଭିନ୍ନ ଅଂଚଳରେ ହିଂସାକାଣ୍ଡ ଦେଖାଦେଇଛି | ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ବୁଧବାର ଦିନ ସକାଳେ ଗୁରୁ ତେଜ ବହାଦୁର ହସ୍ପିଟାଲ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ଏବେ ପର୍ଯ୍ୟନ୍ତ ଦିଲ୍ଲୀ ହିଂସାରେ ୧୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି | ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ବୁଧବାର ସକାଳେ ୪ ଜଣ ଲୋକଙ୍କର ମୃତଦେହକୁ ମେଡିକାଲକୁ ଅଣାଯାଇଛି |

ଏଠାରେ ସୂଚନା ଥାଉ କି ସିଏଏକୁ ନେଇ ଉତ୍ତର ପୂର୍ବ ଦିଲ୍ଲୀ ତିନି ଦିନ ଧରି ଅଶାନ୍ତ ରହିଛି। ଗତକାଲି ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ୧୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ତେବେ ଆଜି ମୃତକଙ୍କ ସଂଖ୍ୟା ୧୭ରେ ପହଂଚିଛି | ମୃତକଙ୍କ ମଧ୍ୟରେ ଜଣେ ପୁଲିସ ଅଧିକାରୀ ରହିଛନ୍ତି।

publive-image Photo: Zee News

ଅଣାୟତ୍ତ ହୋଇପଡ଼ିଥିବା ଏହି ହିଂସାକାଣ୍ଡରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଦେହରେ ଗୁଳି ବାଜିଥିବା‌ ଡାକ୍ତରଖାନା ପକ୍ଷରୁ କୁହାଯାଇଛି।ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦେଶ ଦିଆଯାଇଛି। ଜାଫରାବ‌ାଦ, ଚାନ୍ଦବାଗ, ମୌଜପୁର, ଭଜନପାରା, ଗୋକୁଲପୁରୀ, ଖଜୁରି ଏବଂ କରୱାଲ ନଗରରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe