ଦିଲ୍ଲୀ ଦଙ୍ଗାରେ ୪୦ ଓଡ଼ିଆ ପରିବାର ପ୍ରଭାବିତ: ଘରଛାଡ଼ି ପଳାଇଥିଲେ, ଏବେ ଫେରିଲେ

ଦିଲ୍ଲୀ ହିଂସାକୁ ନେଇ ପାକିସ୍ତାନର ଚାଲ, ଭାରତୀୟଙ୍କୁ ଭୁଲ ଖବର ଦେବାକୁ ଉଦ୍ୟମ

The Logical Indian

ନୂଆଦିଲ୍ଲୀ : ଉତ୍ତର ପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାରେ ଅନେକ ଓଡ଼ିଆ ପରିବାର ମଧ୍ୟ ପ୍ରଭାବିତ ହୋଇଥିବା ନଜରକୁ ଆସିଛି। ତେବେ ଏହି ସାଂପ୍ରଦାୟିକ ଦଙ୍ଗାରେ କୌଣସି ଓଡ଼ିଆ ମୃତାହତ ହୋଇନାହାନ୍ତି। ଦଙ୍ଗା ସମୟରେ ସେମାନେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିବାରୁ ରକ୍ଷା ପାଇଯାଇଛନ୍ତି। ଭଜନାପୁରା ଅଞ୍ଚଳର କରାବଲନଗର ରୋଡ୍‌ ସ୍ଥିତ ଶେରପୁର ଗାଁରେ ପାଖାପାଖି ୬୦ଟି ଓଡ଼ିଆ ପରିବାର ତଥା ୨୦୦ରୁ ଅଧିକ ସଦସ୍ୟ ରୁହନ୍ତି। ସିଏଏ ବିରୋଧୀ ହିଂସା ଉଗ୍ର ରୂପ ଧାରଣା କରିବା ସମୟରେ ସେଠାରେ ଭଡ଼ା ଘରେ ରହୁଥିବା ପାଖାପାଖି ୪୦ଟି ଓଡ଼ିଆ ପରିବାର ନିଜର ପିଲାଛୁଆଙ୍କୁ ଧରି ପ୍ରାଣ ବିକଳରେ ଘର ମାଲିକ ହେମନ୍ତ ରାଉତଙ୍କ ବାସଭବନରେ ଆଶ୍ରୟ ନେଇଥିବା କହିଥିଲେ। ୪ ଦିନ ପରେ ଦଙ୍ଗା ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଆସିବା ପରେ ସେମାନେ ନିଜ ଭଡ଼ା ଘରକୁ ଫେରି ଆସିଥିଲେ। ଓଡ଼ିଶାର ପଟ୍ଟାମୁଣ୍ଡାଇ ଅଞ୍ଚଳ ରାଜନଗରର ପାଖାପାଖି ୪୦ଟି ପରିବାର ଉତ୍ତର-ପୂର୍ବ ଦିଲ୍ଲୀର ଭଜନାପୁରା ଅଞ୍ଚଳରେ ୨୦-୨୫ ବର୍ଷ ଧରି ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପାଣି ପାଇପ୍ ମିସ୍ତ୍ରୀ ଓ ଅନ୍ୟାନ୍ୟ ଫ୍ୟାକ୍ଟ୍ରିରେ ଶ୍ରମିକ ରୂପେ କାର୍ଯ୍ୟ କରନ୍ତି।

ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗା ସ୍ଥିତି ଉପୁଜିବା ସମୟରେ ଓଡ଼ିଆ ପରିବାରମାନେ ସେମାନଙ୍କ ଲୋମଟାଙ୍କୁରା ଅନୁଭୂତି ସମ୍ପର୍କରେ କହିଛନ୍ତି। ସେମାନେ ରହୁଥିବା ମସ୍‌ଜିଦ ପାଖରେ ଦଙ୍ଗା ବ୍ୟାପିବା ପରେ ଓଡ଼ିଆ ପରିବାରମାନେ ନିଜ ବିଲ୍ଡିଂର ପଛରାସ୍ତା ଦେଇ ପଳାଇ ଆସିଥିଲେ। ଛୋଟ ପିଲାଙ୍କୁ ନେଇ ସ୍ଥାନାନ୍ତର ହେବା ବହୁତ କଷ୍ଟକର ଥିଲା ବୋଲି ସେମାନେ କହିଥିଲେ। ପରେ ସ୍ଥିତି ସ୍ବାଭାବିକ ହେବା ପରେ ସେମାନେ ନିଜର ପୁରୁଣା ଘରକୁ ଫେରି ଆସିବାରେ ସମର୍ଥ ହୋଇଥିଲେ। ଦିଲ୍ଲୀର ଓଡ଼ିଆ ମହାମଞ୍ଚର ଅଧ୍ୟକ୍ଷ ଗୋବର୍ଦ୍ଧନ ଧଳଙ୍କୁ ଏହି ପରିବାରର ଜଣେ ସଦସ୍ୟ ଯୋଗାଯୋଗ କରି ସେମାନଙ୍କ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ କରାଇଥିଲେ। ପରେ ସେମାନଙ୍କ ପାଇଁ କିଛି କିଛି ଆବଶ୍ୟକୀୟ ସାମଗ୍ରୀ ସହିତ ସ୍ବେଚ୍ଛାସେବୀ ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe