Livemint
ନୂଆଦିଲ୍ଲୀ: ସିଏଏ ହିଂସାରେ ଉତ୍ତର-ପୂର୍ବ ଦିଲ୍ଲୀରେ ୨୨ ଜଣ ନିହତ ହୋଇ ସାରିଥିବା ବେଳେ ସ୍ଥିତିକୁ ଆଖି ଆଗରେ ରଖି ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ହିଂସା ସହ ଜଡ଼ିତ ଆବେଦନ ଉପରେ ଶୁଣାଣି କରି ବୁଧବାର ବରିଷ୍ଠ ଓକିଲ ଜୁବୈଦା ବେଗମଙ୍କୁ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଜୁବୈଦା ବେଗମ ଆମିକସ୍ କ୍ୟୁରି ଭାବେ ହିଂସାରେ ପୀଡ଼ିତ ହୋଇଥିବା ଲୋକ ଏବଂ ବିଭିନ୍ନ ଏଜେନ୍ସିମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବାର କାମ କରିବେ।
India Todayହିଂସା ଜାରି ରହିଥିବା ଅଞ୍ଚଳର ଲୋକମାନଙ୍କ ମାନସିକ ଅବସ୍ଥାକୁ ଆଖି ଆଗରେ ରଖି ଦିଲ୍ଲୀ ହାଇକୋର୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ ବିହେଭିୟର ଆଣ୍ଡ ଆଲାଏଡ୍ ସାଇନ୍ସ(ଆଇଏଚବିଏଏସ)କୁ ବିଶେଷଜ୍ଞ ଉପଲବ୍ଧ କରାଇବା ପାଇଁ ଆଦେଶ ଦେଇଛନ୍ତି। ଏହା ସହ ବର୍ତ୍ତମାନ ଲୋକମାନଙ୍କୁ ମାନସିକ ଅବସାଦରୁ ବାହାରକୁ ଆଣିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ହିଂସାରେ ଆହତ ହୋଇଥିବା ଲୋକମାନଙ୍କର ତୁରନ୍ତ ଚିକିତ୍ସା ଲାଗି ଆଇଏଚବିଏଏସକୁ ଆଦେଶ ଦେବା ସହ ଜରୁରୀକାଳିନ ହେଲ୍ପଲାଇନ ନମ୍ବର ଆରମ୍ଭ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି।
Follow Us