ଦିଲ୍ଲୀ ହିଂସାକୁ ନେଇ ରୁଜୁ ହେଲା ୧୨୩ଟି ଏତଲା, ହିଂସା ସମୟରେ ସାହାଯ୍ୟ ପାଇଁ ପିସିଆରକୁ ଆସିଥିଲା ୧୫,୦୦୦ ଫୋନ କଲ୍,

Advertisment
ଦିଲ୍ଲୀ ହିଂସାକୁ ନେଇ ରୁଜୁ ହେଲା ୧୨୩ଟି ଏତଲା, ହିଂସା ସମୟରେ ସାହାଯ୍ୟ ପାଇଁ ପିସିଆରକୁ ଆସିଥିଲା ୧୫,୦୦୦ ଫୋନ କଲ୍,

indiatoday.in

ନୂଆଦିଲ୍ଲୀ: ଦିଲ୍ଲୀରେ ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ନାଗରିକତା ସଂଶୋଧନ ଆଇନକୁ ନେଇ ହିଂସା ଲାଗି ରହିଥିଲା। ବର୍ତ୍ତମାନ ଏହି ହିଂସାର ଶିକାର ହୋଇ ପ୍ରାୟ ୪୨ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ହିଂସା ସମୟରେ ସାହାଯ୍ୟ ପାଇଁ ଦିଲ୍ଲୀ ପୁଲିସ କଣ୍ଟ୍ରୋଲ ରୁମ୍(ପିସିଆର)କୁ ପ୍ରାୟ ୧୫,୦୦୦ ଫୋନ କଲ୍ ଆସିଥିବା ସାମ୍ନାକୁ ଆସିଛି। ୪ଦିନର ହିଂସା ସମୟରେ ୧୫,୦୦୦ଲୋକ ସାହାଯ୍ୟ ପାଇଁ କଲ୍ କରିଥିବା ବେଳେ କେବଳ ରବିବାର ୭୦୦ଲୋକ ଫୋନ କରିଥିବା ଜଣାପଡ଼ିଛି।

publive-image zeenews.india.com

ଏକ ସାମ୍ବାଦିକ ସମ୍ମିଳନୀ କରି ପୁଲିସ ୧୨୩ଟି ଏତଲା ରୁଜୁ କରାଯାଇଥିବା ଖବର ଦେବା ସହ ହିଂସାରେ ଜଡ଼ିତ ଥିବା ୬୩୦ଜଣଙ୍କୁ ଗିରଫ କରାଯାଇଥିବା କହିଛି। ପୂର୍ବରୁ ସାହାଯ୍ୟ ପାଇଁ ୧୫,୦୦୦ ଫୋନ କଲ୍ ଆସିଥିଲେ ମଧ୍ୟ ବର୍ତ୍ତମାନ କଲ୍ ସଂଖ୍ୟା କମିଛି। ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ଏବେ ବି ପୁଲିସକର୍ମୀମାନେ ମୁତୟନ ହୋଇଛନ୍ତି। ସ୍ବତନ୍ତ୍ର ତଦନ୍ତକାରୀ ଟିମକୁ ପ୍ରଭାବିତ ଅଞ୍ଚଳକୁ ସବିଶେଷ ତଦନ୍ତ ପାଇଁ ପଠାଯାଇଛି। ତେବେ ତଦନ୍ତ ପରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ଦିଲ୍ଲୀ ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe