୧୪ ଥର ପାଇଁ ଗର୍ଭପାତ କରିବାକୁ ସାଥୀ କହିବା ପରେ ଜୀବନ ହାରିଲେ ମହିଳା

Advertisment
୧୪ ଥର ପାଇଁ ଗର୍ଭପାତ କରିବାକୁ ସାଥୀ କହିବା ପରେ ଜୀବନ ହାରିଲେ ମହିଳା

ନୂଆଦିଲ୍ଳୀ: ଦିଲ୍ଳୀର ଜଣେ ମହିଳାଙ୍କୁ ତାଙ୍କ ଲିଭ୍‌-ଇନ୍‌ ପାର୍ଟନର୍‌ ବାରମ୍ବାର ଗର୍ଭପାତ କରିବାକୁ କହୁଥିବାରୁ ମହିଳା ଜଣକ ନିଜ ଜୀବନ ହାରିଛନ୍ତି। ଜାଣିବାକୁ ମିଳିଛି ଯେ ଜଣେ ଯୁବକଙ୍କ ସହ ଦିଳ୍ଳୀରେ ଲିଭ୍‌ଇନ୍‌-ରିଲେସନ୍‌ସିପ୍‌ରେ ରହୁଥିବା ୩୨ ବର୍ଷୀୟା ମହିଳା ଜଣକ ୧୪ ଥର ପାଇଁ ଗର୍ଭବତୀ ହୋଇଥିଲେ। ଏଥର ବି ତାଙ୍କ ସାଥୀ ତାଙ୍କୁ ଗର୍ଭପାତ କରିବାକୁ କହିବାରୁ ଦୁଃଖରେ ଆସି ସେ ତାଙ୍କ ଜୀବନ ଦେଇ ଦେଇଛନ୍ତି।

ଏହି ଘଟଣାର ପ୍ରାଥମିକ ତଦନ୍ତ କରି ପୁଲିସ୍‌ କହିଛି ଯେ ମହିଳା ଜଣକ ଜୁଲାଇ ୫ ତାରିଖରେ ଦକ୍ଷିଣ ଦିଲ୍ଳୀର ଜୈତ୍‌ପୁର ଅଞ୍ଚଳରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମହିଳା କାଳେ ଜୀବିତ ଥିବେ ବୋଲି ଚିନ୍ତା କରି ପୁଲିସ୍‌ ଟିମ୍‌ ତାଙ୍କୁ ଏମ୍‌ସ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁୁଲିସ୍‌ ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ବି ଜବତ ହୋଇଛି। ସେହି ନୋଟ୍‌ରେ ମହିଳା ଜଣଙ୍କ ତାଙ୍କ ସାଥୀଙ୍କ ସଂପର୍କରେ ଉଲ୍ଳେଖ କରିଛନ୍ତି। ମହିଳା ଜଣକ ନୋଟ୍‌ରେ ଲେଖିଛନ୍ତି କି ତାଙ୍କ ପାର୍ଟନର୍‌ ତାଙ୍କୁ ବିବାହ କରିବେ କହି ତାଙ୍କ ସହ ରୀତିମତ ଶାରୀରିକ ସଂପର୍କରେ ରହୁଥିଲେ। ମାତ୍ର ୧୪ ଥର ଗର୍ଭବତୀ ହେବା ପରେ ବି ତାଙ୍କ ପାର୍ଟନର୍‌ ତାଙ୍କୁ ବିବାହ କରିବା କଥା ଉଠାଉନଥିଲେ। ବାରମ୍ବାର ତାଙ୍କୁ ଗର୍ଭପାତ କରିବାକୁ କହୁଥିଲେ। ଯେଉଁ କାରଣରୁ ସେ ପାର୍ଟନର୍‌ଙ୍କ ଉପରୁ ବିଶ୍ବାସ ହରାଇ ଆତ୍ମହତ୍ୟା କରିଛନ୍ତି। ଏହି ନୋଟ୍‌ ପାଇବା ପରେ ପୁଲିସ୍‌ ଏକ ସଫ୍‌ଟୱେୟାର୍‌ କମ୍ପାନିରେ କାମ କରୁଥିବା ମହିଳାଙ୍କ ପାର୍ଟନରଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe