Image Courtesy of Zee News
ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁମାନ ‘ଅତି ଖରାପ’ ହୋଇଯାଇଥିବା କଥା ବାୟୁ ମାନ ଉପରେ ଦୃଷ୍ଟି ରଖୁଥିବା ‘ମିନିଷ୍ଟ୍ରି ଅଫ୍ ଆର୍ଥ ସାଇନ୍ସେସ୍’ର ‘ସିଷ୍ଟମ୍ ଅଫ୍ ଏୟାର୍ କ୍ବାଲିଟି ଆଣ୍ଡ୍ ୱେଦର୍ ଫୋର୍କାଷ୍ଟିଙ୍ଗ୍ ଆଣ୍ଡ୍ ରିସର୍ଚ’ (ସଫର୍) କହିଛି। ‘ସଫର’ କହିବା ଅନୁସାରେ, ଆଜି ଦିଲ୍ଲୀରେ ହାରାହାରି ‘ଏୟାର୍ କ୍ବାଲିଟି ଇଣ୍ଡେକ୍ସ୍’ (ଏକ୍ୟୁଆଇ) ୩୬୦ ରହିଛି।
ପ୍ରତିକୂଳ ପାଣିପାଗ ପରିସ୍ଥିତି ପ୍ରଦୂଷଣ ସୃଷ୍ଟିକାରୀ ପଦାର୍ଥ ଠୁଳ କରାଉଥିବାରୁ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀର କେତେକ ଅଞ୍ଚଳରେ ଦୃଶ୍ୟତା ହ୍ରାସ ପାଇଛି।
Image Courtesy of India Today‘ସେଣ୍ଟର୍ ଫର୍ ସାଇନ୍ସ୍ ଆଣ୍ଡ୍ ଏନ୍ଭାଇରୋନ୍ମେଣ୍ଟ୍’ (ସିଏସ୍ଇ) କହିଛି, ପବନ ପ୍ରବାହିତ ହେଉଥିଲେ ମଧ୍ୟ ସହରରେ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଅଭାବ ଚଳିତ ବର୍ଷ ଅଧିକ ସମୟ ଧୂଆଁ ରହିବାର କାରଣ ହୋଇପାରେ।
‘ସିଏସ୍ଇ’ କହିଛି, ସମ୍ପ୍ରତି ଜାତୀୟ ରାଜଧାନୀ ଦିଲ୍ଲୀରେ ଘୋଟି ରହିଥିବା ଭୀଷଣ ଧୂଆଁ ଆଉ ଗୋଟିଏ ଦିନ ରହିପାରେ। ଏହି ଧୂଆଁ ଘଟଣା ଜନସ୍ବାସ୍ଥ୍ୟ ପ୍ରତି ବିପଦର କାରଣ ହୋଇଛି।
Follow Us