ଦିଲ୍ଲୀର ବାୟୁ ଗୁଣବତ୍ତା ଅତି ନିମ୍ନଧରଣର, ଆଗାମୀ ୨ ଦିନରେ ବଦଳିବାର ସମ୍ଭାବନା ଅଛି

ଚିନ୍ତା ବଢ଼ାଇଲା ଅନୁଗୁଳ ପ୍ରଦୂଷଣ: କୋଇଲା ଦହନ, ପରିବହନ ପ୍ରମୁଖ କାରଣ

Image Courtesy of India Today

ନୂଆଦିଲ୍ଲୀ: ସାମଗ୍ରିକ ‘ବାୟୁ ଗୁଣବତ୍ତା ସୂଚକାଙ୍କ’ (ଏକ୍ୟୁଆଇ) ‘ଅତି ନିମ୍ନମାନ’ ବର୍ଗରେ ଥିଲେ ସୁଦ୍ଧା ଆଜି ସକାଳେ ଦିଲ୍ଲୀର ବାୟୁ ପ୍ରଦୂଷଣରେ ସାମାନ୍ୟ ସୁଧାର ଆସିଥିବା ଜଣାପଡ଼ିଛି। ବାୟୁ ଗୁଣବତ୍ତା ସମ୍ବନ୍ଧରେ ପୂର୍ବାନୁମାନ କରୁଥିବା ‘ଭୂବିଜ୍ଞାନ ମନ୍ତ୍ରାଳୟ’ର ଏଜେନ୍‌ସି ‘ସଫର’ କହିବା ଅନୁସାରେ, ଜାତୀୟ ରାଜଧାନୀରେ ‘ଏକ୍ୟୁଆଇ’ର ମାତ୍ରା ୩୮୬ ରହିଛି।

ସୂଚନାଯୋଗ୍ୟ, ଶନିବାର ଦିନ ଜାତୀୟ ରାଜଧାନୀରେ ‘ଏକ୍ୟୁଆଇ’ ଭୀଷଣ ବର୍ଗରେ ଥିଲା। ଆଗାମୀ ଦୁଇ ଦିନ ମଧ୍ୟରେ ବାୟୁ ଗୁଣବତ୍ତାରେ ଉନ୍ନତି ଘଟିପାରେ।

publive-image Image Courtesy of NDTV

୫୧ ରୁ ୧୦୦ ରେଞ୍ଜ୍ ମଧ୍ୟରେ ଥିବା ‘ଏକ୍ୟୁଆଇ’କୁ ‘ସନ୍ତୋଷଜନକ’, ‘୧୦୧-୨୦୦’ ମଧ୍ୟରେ ‘ସାଧାରଣ’ ଏବଂ ‘୨୦୧-୩୦୦’ ମଧ୍ୟରେ ‘ନିମ୍ନମାନ’ ବର୍ଗର ବୋଲି ବିବେଚନା କରାଯାଏ। ସେହିପରି, ତାହାର ସ୍ତର ୩୦୦ ରୁ ୪୦୦ ମଧ୍ୟରେ ରହିଲେ ‘ଅତି ନିମ୍ନମାନ’ର ଏବଂ ୪୦୧ ରୁ ୫୦୦ ମଧ୍ୟରେ ରହିଲେ ‘ବିପଜ୍ଜନକ’ ବର୍ଗ ଭାବେ ବିବେଚିତ ହୋଇଥାଏ।

ଏଥିପାଇଁ ‘ସେଣ୍ଟ୍ରାଲ୍‌ ପଲୁସନ୍‌ କଣ୍ଟ୍ରୋଲ୍‌ ବୋର୍ଡ’ (ସିପିସିବି) ମଧ୍ୟ ଦିଲ୍ଲୀରେ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ପରାମର୍ଶ ଦେଇ କହିଛନ୍ତି କି, ସେମ‌ାନେ ଯାନବାହନ ଚଳାଚଳ ୩୦% ହ୍ରାସ କରନ୍ତୁ। ଦିଲ୍ଲୀ ବାସିନ୍ଦାମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ଯେ, ସେମାନେ ବାହାର କାର୍ଯ୍ୟକଳାପ ସୀମିତ କରନ୍ତୁ ଓ ଯଥା ସମ୍ଭବ କମ୍‌ ବାୟୁ ସଂସ୍ପର୍ଶରେ ଆସନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe