ଭଲ ଖବର: ଦିଲ୍ଲୀର ପ୍ରଥମ କରୋନା ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଗଲେ

Advertisment
ଭଲ ଖବର:  ଦିଲ୍ଲୀର ପ୍ରଥମ କରୋନା ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଗଲେ

WION

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ କିଛିଦିନ ତଳେ କୋଭିଡ- ୧୯ରେ ପୀଡ଼ିତ ଥିବା ପ୍ରଥମେ ଚିହ୍ନଟ କରାଯାଇଥିଲା। ଏହାପରେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଥିଲା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ। ଗତ ଶନିବାର ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରୁ ଘରକୁ ଯିବାକୁ ଅନୁମତି ଦିଆଯାଇଛି।

ସୂଚନାଯୋଗ୍ୟ, ୪୫ ବର୍ଷୀୟ ବ୍ୟକ୍ତି ଜଣକ ଫେବୃୟାରି ୨୨ରେ ଇଟାଲିରୁ ଫେରିଥିଲେ। ଏହାସହ ସେ ହୋଟେଲରେ ଏକ ଜନ୍ମଦିନ ଉତ୍ସବରେ ମଧ୍ୟ ବହୁ ଲୋକଙ୍କ ସହ ମିଳାମିଶା କରିଥିଲେ। ସେପର୍ଯ୍ୟନ୍ତ ସେ କରୋନା ଭାଇରସରେ ପୀଡ଼ିିତ ହୋଇ ନଥିଲେ। କିନ୍ତୁ ମାର୍ଚ୍ଚ ୨ରେ ସେ କୋଭିଡ -୧୯ରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଥିଲା। କେବଳ ଏତିକି ନୁହେଁ, ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୦୫ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। କିନ୍ତୁ ଚିହ୍ନଟ ହୋଇଥିବା ୧୦୫ଜଣଙ୍କ ମଧ୍ୟରୁ କେହି କୋଭିଡ -୧୯ରେ ପୀଡିତ ନଥିବା ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଦିଲ୍ଲୀରେ ଏଯାବତ୍‌ ମାରାତ୍ମକ କରୋନାଭାଇରସ୍‌ରେ ୭ଜଣ ପୀଡ଼ିତ ଥିବା ଜଣାପଡ଼ିଛି।

Image result for Delhi’s first coronavirus patient recovers fully Read more at: http://timesofindia.indiatimes.com/articleshow/74632816.cms?utm_source=contentofinterest&utm_medium=text&utm_campaign=cppst Times of India

ଉଲ୍ଲେଖଯୋଗ୍ୟ, ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଥିବା କଥା ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରେ ୯୦ଜଣ ଭାରତୀୟ ଅଛନ୍ତି। କରୋନାଭାଇରସ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୯ଜଣ ଆରୋଗ୍ୟ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe