ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉଦଘାଟିତ ହେଲା ୧୦୨ ମିଟର ଉଚ୍ଚତା ବିଶିଷ୍ଟ ଦେଶର ସବୁଠାରୁ ଉଚ୍ଚତମ ଏଟିସି ଟାଓ୍ଵାର

Advertisment
ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉଦଘାଟିତ ହେଲା ୧୦୨ ମିଟର ଉଚ୍ଚତା ବିଶିଷ୍ଟ ଦେଶର ସବୁଠାରୁ ଉଚ୍ଚତମ ଏଟିସି ଟାଓ୍ଵାର

News18

ନୂଆଦିଲ୍ଲୀ: ୧୦୨ ମିଟର ଉଚ୍ଚତା ବିଶିଷ୍ଟ, ଦେଶର ସବୁଠାରୁ ଉଚ୍ଚତମ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି) ଟାଓ୍ଵାର ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଠାରେ ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ ଏହି ନବନିର୍ମିତ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ଟାଓ୍ଵାରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ନୂତନ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ଟାଓ୍ଵାର ନିର୍ମାଣରେ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥିରେ ୧୦୦ କୋଟି ଟଙ୍କା ମୂଲ୍ୟର ବିଶ୍ୱ ସ୍ତରୀୟ ଆନୁଷଙ୍ଗିକ ସର୍ବାଧୁନିକ ଯନ୍ତ୍ରପାତି ସବୁ ଖଞ୍ଜା ଯାଇଛି।

publive-image News18

ନୂତନ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ଟାଓ୍ଵାରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ କହିଛନ୍ତି ଯେ ସଂପୂର୍ଣ୍ଣ ବିଶ୍ୱ ସ୍ତରୀୟ ମାନ ଓ ଢ଼ାଞ୍ଚାକୁ ଆଧାର କରି ଏହି ନୂତନ ଟାଓ୍ଵାରକୁ ନିର୍ମାଣ କରାଯାଇଛି। ଏହାର ଉଚ୍ଚତା ୧୦୨ ମିଟର ହେବା ସହ ଏହା ଦେଶର ସବୁଠାରୁ ଉଚ୍ଚତମ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାଓ୍ଵାର। ଏହି ନବନିର୍ମିତ ସର୍ବାଧୁନିକ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାଓ୍ଵାରର ଉଦ୍‌ଘାଟନ ସହ ଏବେ ସବୁଠାରୁ ବ୍ୟସ୍ତବହୁଳ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନର ଅବତରଣ ଓ ଉଡ଼ାଣ ଅଧିକ ନିରାପଦ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe