ଆସନ୍ତାକାଲି ଦିଲ୍ଲୀ ଇସ୍‌କନ୍‌ ମନ୍ଦିରରେ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ

Advertisment
ଆସନ୍ତାକାଲି ଦିଲ୍ଲୀ ଇସ୍‌କନ୍‌ ମନ୍ଦିରରେ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ

DNA India

ନୂଆଦିଲ୍ଲୀ: ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ, ଭଗବାନ ଶ୍ରୀକୃଷ୍ଟଙ୍କ ଜନ୍ମଦିବସ। ମହାମାରୀ କରୋନା ଭାଇରସ୍‌ ପାଇଁ ଧାର୍ମିକ ସ୍ଥାନ ସବୁ ବନ୍ଦ ରହିଥିବା ବେଳେ ଦିଲ୍ଲୀର ଇସ୍‌କନ ମନ୍ଦିରରେ କିନ୍ତୁ କାଲି ଜନ୍ମାଷ୍ଟମୀ ପାଳନ ହେବ ବୋଲି ସୂଚନା ରହିଛି। କରୋନା ଭାଇରସ୍‌ ପାଇଁ ରହିଥିବା ନିୟମାବଳୀ ଅନୁଯାୟୀ ବିନା ଭକ୍ତରେ ମନ୍ଦିରରେ ପୂଜାର୍ଚ୍ଚନା ହେବ।

ଏ ନେଇ ଏଏନ୍‌ଆଇକୁ ନିଜର ବୟାନ ଦେଇ ଇସ୍‌କନ୍‌ର ଉପାଧ୍ୟକ୍ଷ ବ୍ରଜେନ୍ଦ୍ର ନନ୍ଦନ ଦାସ କହିଛନ୍ତି, ‘କୋଭିଡ୍‌-୧୯ ପାଇଁ ଚଳିତବର୍ଷ ଇସ୍‌କନ୍‌ରେ ହେଉଥିବା ପୂଜାର୍ଚ୍ଚନା ଶୋଭା ହ୍ରାସ ପାଇଛି। ପ୍ରବେଶ ଅନୁମତିକୁ ସୀମିତ କରାଯାଇଛି। ଏହି ଶୁଭ ଦିନରେ ଆମେ ସମସ୍ତ ଭକ୍ତଙ୍କୁ ଆମ ସହିତ ଭର୍ଚୁଆଲି ରହିବାକୁ ଅନୁରୋଧ କରୁଛୁ। ”

କରୋନା ସଚେତନତତା ମୁତାବକ, ମନ୍ଦିରର ପ୍ରବେଶ ପଥରେ ଥର୍ମାଲ୍ ସ୍କାନିଂ କରାଯିବା ସହିତ ହ୍ୟାଣ୍ଡ ସାନିଟାଇଜର ମଧ୍ୟ ଉପଲବ୍ଧ ହେବ। ନିମନ୍ତ୍ରିତ ଅତିଥିମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ସାନିଟାଇଜର ଟନେଲ ଦେଇ ଯିବାକୁ ପଡ଼ିବ।

publive-image Pinterest

ଯଦିଓ ପୂର୍ବ ବର୍ଷମାନଙ୍କରେ କର୍ତ୍ତୃପକ୍ଷ ଜନମାଷ୍ଟମୀରେ ଭକ୍ତମାନଙ୍କ ପାଇଁ ପାଞ୍ଚଟି ଫାଟକ ଖୋଲୁଥିଲେ, ଏଥର ନିମନ୍ତ୍ରିତ ଅତିଥିମାନେ କେବଳ ଗେଟ୍ ନମ୍ବର ୪ ଦେଇ ପ୍ରବେଶ କରିବେ।

ବ୍ରଜେନ୍ଦ୍ର ନନ୍ଦନ ଦାସ ଆହୁରି ବି କହିଛନ୍ତି ଯେ “ଆମେ ମନ୍ଦିରକୁ ସଜାଇବା ପାଇଁ ବିଶେଷ କରି ବିଦେଶରୁ ଫୁଲ ମଗାଇଥାଉ, କାରଣ ସେହିି ଫୁଲ ସବୁ ଦୀର୍ଘ ସମୟ ଧରି ସତେଜ ରହିଥାଏ। ଏଥର ଆମେ ସ୍ଥାନୀୟ ବଜାର ଏବଂ ଅନ୍ୟାନ୍ୟ ରାଜ୍ୟରୁ ଫୁଲ ମଗାଇଛୁ।’

ଏଥର ମନ୍ଦିର ପରିସର ମଧ୍ୟରେ ପ୍ରସାଦ ବଣ୍ଟନ କରାଯିବ ନାହିଁ। ଭକ୍ତମାନଙ୍କୁ ପ୍ୟାକେଟ୍‌ ଆକାରରେ ପ୍ରସାଦ ଦିଆଯିବାର ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe