ସରି, ଖାଦ୍ୟ ସ୍ବାଦିଷ୍ଟ ଥିବାରୁ ମୁଁ ଖାଇଦେଲି କହି ଗ୍ରା‌ହକଙ୍କୁ ମେସେଜ କଲେ ଡେଲିଭରି ବୟ

ସରି, ଖାଦ୍ୟ ସ୍ବାଦିଷ୍ଟ ଥିବାରୁ ମୁଁ ଖାଇଦେଲି କହି ଗ୍ରା‌ହକଙ୍କୁ ମେସେଜ କଲେ ଡେଲିଭରି ବୟ

ନୂଆଦିଲ୍ଳୀ: ଥରେ ଭାବନ୍ତୁ ତ ଆପଣ ଅନ୍‌ଲାଇନ୍‌ରୁ ଖାଦ୍ୟ ବରାଦ ଦେଇ ଅପେକ୍ଷା କରି ବସିଥିବେ ହେଲେ ଘରେ ପହଞ୍ଚୁନଥିବ ଖାଦ୍ୟ। ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନେଇ ବସିଥିବେ ଯେ ଡେଲିଭରି ବୟ ଆଣି ଖାଦ୍ୟ ପହଞ୍ଚାଇଲେ ଆପଣ ଖାଇବେ। ମାତ୍ର ଡେଲିଭରି ବୟ ପହଞ୍ଚିବେ ନାହିଁ। ଏପରି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ। ଲିୟାମ୍‌ ବେଗ୍‌ଲାମ ନାମକ ଜଣେ ଗ୍ରାହକ ଫୁଡ୍‌ ଲେଡି ଭରିଂ ସଂସ୍ଥା ‘ଡେଲିଭରୋ’ରୁ ଖାଦ୍ୟ ବରାଦ ଦେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ବସିରହିଲେ। ମାତ୍ର ଘରେ ପହଞ୍ଚିଲା ନାହିଁ ଖାଦ୍ୟ।

କିଛି ସମୟ ପରେ ତାଙ୍କ ମୋବାଇଲ୍‌କୁ ଏକ ମେସେଜ୍‌ ଆସିଲା। ପ୍ରଥମେ ମେସେଜ୍‌ ଆସିଲା ‘ସରି’। ଗ୍ରାହକ ଜଣକ ପଶ୍ନ ପଚାରିଲେ କାହିଁକି? ଡେଲିଭରି ବୟ ଜଣକ ଉତ୍ତରରେ ଲେଖିଲେ, ‘ଖାଦ୍ୟ ସ୍ବାଦିଷ୍ଟ ଥିବାରୁ ମୁଁ ଖାଇଦେଲି। ଆପଣ କମ୍ପାନିକୁ ମୋ ନାମରେ ଅଭିଯୋଗ କରିପାରନ୍ତି।’

ଏହି ମେସେଜ୍‌ର ଉତ୍ତରରେ ଗ୍ରାହକ ଜଣକ ଲେଖିଲେ, ‘ତୁମେ ବହୁତ ଖରାପ ଲୋକ।’ ଗ୍ରାହକଙ୍କ ନିକଟରୁ ଏପରି ମେସେଜ୍‌ ପାଇ ଡେଲିଭରି ବୟ ଜଣକ ଉତ୍ତର ଦେଲେ, ‘ଏ କଥା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।’

ଗ୍ରାହକ ଓ ଡେଲିଭରି ବୟଙ୍କ ମଧ୍ୟରେ ହୋଇଥିବା ଏହି ଚାଟ୍‌ର ଏକ ସ୍କ୍ରିନ୍‌ସଟ୍‌ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ପୋଷ୍ଟ୍‌କୁ ଦେଖି ଲୋକେ ମଜାଦାର କମେଣ୍ଟ୍‌ ସବୁ ଦେଇ ଚାଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe