ୟୁରୋପର ଅଧିକାଂଶ ଅଞ୍ଚଳରେ ଅଧିକ ସଂକ୍ରାମକ ଭାରିଆଣ୍ଟ ପାଲଟିଲାଣି ଡେଲଟା: 'ହୁ'

Advertisment
ୟୁରୋପର ଅଧିକାଂଶ ଅଞ୍ଚଳରେ ଅଧିକ ସଂକ୍ରାମକ ଭାରିଆଣ୍ଟ ପାଲଟିଲାଣି ଡେଲଟା: 'ହୁ'

NPR

ନୂଆଦିଲ୍ଲୀ: ୟୁରୋପର ଅଧିକାଂଶ ସ୍ଥାନରେ କୋଭିଡ -୧୯ର ଡେଲଟା ଭାରିଆଣ୍ଟ ବର୍ତ୍ତମାନ ଅଧିକ ସଂକ୍ରାମକ ହେବାରେ ଲାଗିଛି | ଆଜି ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସତର୍କ କରାଇବା ସହ ସଂକ୍ରମଣକୁ ରୋକିବା ପ୍ରୟାସକୁ ଆହୁରି ଦୃଢ କରାଯିବା ଆବଶ୍ୟକ ବୋଲି କହିଛି।

What You Need to Know About the Delta Variant WebMD

'ହୁ'ର ଆଞ୍ଚଳିକ କାର୍ଯ୍ୟାଳୟ ଅନୁଯାୟୀ, ଜୁନ୍ ୨୮ରୁ ଜୁଲାଇ ୧୧ ମଧ୍ୟରେ ହୋଇଥିବା ସର୍ବେକ୍ଷଣ ତଥ୍ୟରୁ ଜଣାପଡିଛି ଯେ, ୨୮ଟି ୟୁରୋପୀୟ ଦେଶ ମଧ୍ୟରୁ ଅତି କମରେ ୧୯ଟିରେ ଡେଲଟା ଭାରିଆଣ୍ଟ ଅଧିକ ପ୍ରଭାବଶାଳୀ ଥିଲା | ଏହି ୧୯ଟି ଦେଶରୁ ଜେନେଟିକ ସିକୁଏନସିଂ ପାଇଁ ପଠାଯାଇଥିବା ନମୁନାରେ ଚିହ୍ନଟ ହୋଇଥିବା ଡେଲଟା ପ୍ରକାରର ମଧ୍ୟମ ଅନୁପାତ ୬୮.୩ ପ୍ରତିଶତ ଥିଲା, ଯାହା ଆଲଫା ଭାରିଆଣ୍ଟ(୨୨.୩ ପ୍ରତିଶତ)ଠାରୁ ଖୁବ ଅଧିକ | ଏହା ସୂଚାଉଛି ଯେ, ଡେଲଟା ଭାରିଆଣ୍ଟ ଆଲଫାଠାରୁ ଅଧିକ ସଂକ୍ରାମକ ଏବଂ କ୍ଷତିକାରକ | ଯଦି ସାମ୍ପ୍ରତିକ ଧାରା ଅବ୍ୟାହତ ରୁହେ, ଆଗାମୀ ସପ୍ତାହରେ ବିଶ୍ୱ ସ୍ତରରେ ଡେଲଟା ସାର୍କ-କୋଭ-୨ର ପ୍ରମୁଖ ଭାରିଆଣ୍ଟ ଭାବେ ଉଭା ହେବ ବୋଲି କହିଛି 'ହୁ' |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe