ନୂଆ ଲକ୍ଷଣ ସହ ଅଧିକ ସଂକ୍ରାମକ ଭାରତରେ ଚିହ୍ନଟ ହୋଇଥିବା କରୋନାର ଡେଲଟା ଭାରିଆଣ୍ଟ

Advertisment
ନୂଆ ଲକ୍ଷଣ ସହ ଅଧିକ ସଂକ୍ରାମକ ଭାରତରେ ଚିହ୍ନଟ ହୋଇଥିବା କରୋନାର ଡେଲଟା ଭାରିଆଣ୍ଟ

ନୂଆଦିଲ୍ଲୀ : ସବୁଠାରୁ ଅଧିକ ମାରାତ୍ମକ ଭାରତରେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ | ଡେଲଟା ଭାରିଆଣ୍ଟ ପାଇଁ ମହାମାରୀର ଦ୍ୱିତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହୋଇଥିବା କଥା ସାମ୍ନାକୁ ଆସିବା ସହ ଏହାର ଲକ୍ଷଣ ଭିନ୍ନ ଥିବା ଡାକ୍ତର ଦାବି କରିଛନ୍ତି | ଗତ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ('ହୁ') ଡେଲଟା ଭାରିଆଣ୍ଟକୁ 'ଭାରିଆଣ୍ଟ ଅଫ କଂସର୍ନ' (ଭିଓସି) ଭାବରେ ବର୍ଗୀକୃତ କରିଥିଲା | ଏବେ ଗତ ବର୍ଷ ବ୍ରିଟେନରେ ଚିହ୍ନଟ ହୋଇଥିବା ଆଲଫା ଭାରିଆଣ୍ଟ ଅପେକ୍ଷା ଏହା ଅଧିକ ସଂକ୍ରାମକ ବୋଲି 'ହୁ' କହିଛି।

ଡେଲଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ଅନ୍ୟ ଭାରିଆଣ୍ଟ ତୁଳନାରେ ଭିନ୍ନ ଲକ୍ଷଣ ଦେଖାଯାଉଛି | ଡେଲଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ କୋଭିଡ -୧୯ ରୋଗୀଙ୍କ ମଧ୍ୟରେ ଶ୍ରବଣ ଦୁର୍ବଳତା, ଗୁରୁତର ଗ୍ୟାଷ୍ଟ୍ରିକ୍ ସମସ୍ୟା ଏବଂ ରକ୍ତ ଜମାଟ ବାନ୍ଧିବା ଭଳି କେତେକ ଅପ୍ରାକୃତିକ ଲକ୍ଷଣ ରିପୋର୍ଟ କରାଯାଉଛି।

Only one strain of Covid delta variant first detected in India is now 'of concern': WHO Mint

ଗତ ମାସରେ ନ୍ୟୁ ସାଉଥ ୱେଲ୍ସ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ୟୁକେର ଆଲଫା ସହିତ ଦକ୍ଷିଣ ଆଫ୍ରିକାର ବିଟା ଏବଂ ବ୍ରାଜିଲର ଗାମା ଭାରିଆଣ୍ଟ ସେତେଟା ମାରାତ୍ମକ ହୋଇନଥିବା ସହ ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ କୌଣସି ଗୁରୁତର ଲକ୍ଷଣ ଦେଖା ଯାଇନାହିଁ ।

୬୦ରୁ ଅଧିକ ଦେଶର ଲୋକେ ଡେଲଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ବ୍ରିଟେନରେ ଅଧିକ ଲୋକ ଡେଲଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | କେତେକ ବିଶେଷଜ୍ଞ ସନ୍ଦେହ କରୁଛନ୍ତି ଯେ କୋଭିଡ୍ -୧୯ ଟିକା ମଧ୍ୟ ଡେଲଟା ଭାରିଆଣ୍ଟ ଉପରେ ବିଶେଷ ପ୍ରଭାବ ପକାଇପାରୁନାହିଁ | ତେବେ ଏନେଇ ଅଧିକ ପରୀକ୍ଷାର ଆବଶ୍ୟକତା ଥିବା କହିଛନ୍ତି ବିଶେଷଜ୍ଞ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe