ଗୋଟେ ପରେ ଗୋଟେ ରୂପ ବଦଳାଇବାରେ ଲାଗିଛି କରୋନା; 'ଓମିକ୍ରନ', 'ଆଇଏଚୟୁ' ପରେ ଏବେ ନୂଆ ଭାରିଆଣ୍ଟ 'ଡେଲଟାକ୍ରନ' ଚିହ୍ନଟ

Advertisment
ଗୋଟେ ପରେ ଗୋଟେ ରୂପ ବଦଳାଇବାରେ ଲାଗିଛି କରୋନା; 'ଓମିକ୍ରନ', 'ଆଇଏଚୟୁ' ପରେ ଏବେ ନୂଆ ଭାରିଆଣ୍ଟ 'ଡେଲଟାକ୍ରନ' ଚିହ୍ନଟ

ନୂଆଦିଲ୍ଲୀ: ପୁଣି ରୂପ ବଦଳାଇଲା କରୋନା। ଡେଲଟା ପରେ କରୋନାର ନୂଆ ରୂପ ଓମିକ୍ରନକୁ ନେଇ ଏବେ ସାରା ବିଶ୍ବ ଚିନ୍ତାରେ। ଓମିକ୍ରନ ଭଳି ସଂକ୍ରାମକ ଭାରିଆଣ୍ଟ ସହ ଲଢ଼ିବାକୁ ବିଶ୍ବ ପ୍ରସ୍ତୁତ ହେଉଥିବା ବେଳେ ଏବେ ପୁଣି ରୂପ ବଦଳାଇ ଅଧିକ ସଂକ୍ରାମକ ଭାରିଆଣ୍ଟରେ ପରିଣତ ହୋଇଛି କରୋନା। କିଛି ଦିନ ତଳେ ଓମିକ୍ରନ ପରେ ଫ୍ରାନ୍ସରୁ କରୋନାର ‘ଆଇଏଚୟୁ’ ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ଏକ ଭାରିଆଣ୍ଟ ସାମ୍ନାକୁ ଆସିଛି। ଏହାର ନାଁ ଡେଲଟାକ୍ରନ ଦିଆଯାଇଛି।

ନୂଆ ଭାରିଆଣ୍ଟଟି ସାଇପ୍ରସ ଦେଶରେ ଚିହ୍ନଟ କରାଯାଇଛି। ଡେଲଟାକ୍ରନ ଭାରିଆଣ୍ଟର ଡେଲଟା ଓ ଓମିକ୍ରନ ଭାରିଆଣ୍ଟ ସହ ସମାନତା ଥିବାରୁ ଏହାର ନାଁ ଡେଲଟାକ୍ରନ  ରଖାଯାଇଛି। ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ବର୍ତ୍ତମାନ ଏହି ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ।

Omicron के बाद Variant IHU मिला है (सांकेतिक फोटो) aajtak

ଏହା ପୂର୍ବରୁ ଫ୍ରାନ୍ସରୁ କରୋନାର ‘ଆଇଏଚୟୁ’ ଭାରିଆଣ୍ଟ ଚିହ୍ନଟ କରାଯାଇଥିଲା। ଭାରିଆଣ୍ଟ ‘ଆଇଏଚୟୁ’ ୪୬ଥର ରୂପ ପରିବର୍ତ୍ତନ କରିଥିଲା। ମୂଳ କୋଭିଡ ଭୂତାଣୁ ଅପେକ୍ଷା ଏହା ଅଧିକ ସଂକ୍ରାମକ ଏବଂ ଟିକା ପ୍ରଭାବକୁ କମ କରିବାରେ ସକ୍ଷମ ବୋଲି କୁହାଯାଇଥିଲା। ଫ୍ରାନ୍ସର ମାର୍ସେଲରୁ ୧୨ଜଣ ଏହି ନୂଆ ଭୂତାଣୁ ‘ଆଇଏଚୟୁ’ ଦ୍ବାରା ସଂକ୍ରମିତ ହୋଇଥଇଲେ। ସଂକ୍ରମିତ ୧୨ଜଣ ଆଫ୍ରିକୀୟ ଦେଶ କାମେରୁନରୁ ଫେରିଥିଲେ ବୋଲି ଜଣାପଡ଼ିଥିଲା।

ତେବେ ଏହି ଦୁଇଟି ଭାରିଆଣ୍ଟ ‘ଆଇଏଚୟୁ’ ଏବଂ ଡେଲଟ୍ରାକ୍ରନ କେତେ ମାରାତ୍ମକ ତାହା ସ୍ପଷ୍ଟ ହୋଇନଥିବ‌ା ବେଳେ ଓମିକ୍ରନ ଏବେ ଚିନ୍ତାର କାରଣ ପାଲଟିଛି। ଓମିକ୍ରନ ପାଇଁ ଏବେ ଦେଶରେ କରୋନା ମିଟର ଉପରମୁହାଁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe