Image Courtesy of India Today
ଅଯୋଧ୍ୟା: ଭାରତକୁ ‘ହିନ୍ଦୁ ରାଷ୍ଟ୍ର’ ଭାବେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିବା ପ୍ରସିଦ୍ଧ ଋଷି ପରମହଂସ ଆଚାର୍ଯ୍ୟ ମହାରାଜ ଆଜି ଅଯୋଧ୍ୟାର ସରଯୂ ନଦୀରେ ‘ଜଳ ସମାଧି’ ନେବେ।
ଏ ସପ୍ତାହ ପ୍ରାରମ୍ଭରେ ପରମହଂସ ଆଚାର୍ଯ୍ୟ ମହାରାଜ ସରକାରଙ୍କ ପ୍ରତି ଚରମବାଣୀ ଜାରି କରି କହିଥିଲେ, ଅକ୍ଟୋବର ୨ ସୁଦ୍ଧା ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରା ନ ଗଲେ ସେ ସରଯୂ ନଦୀରେ ‘ଜଳ ସମାଧି’ ନେବେ। ଭାରତରେ ବାସ କରୁଥିବା ସମସ୍ତ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ନାଗରିକତ୍ବକୁ ସରକାରୀ ଭାବେ ରଦ୍ଦ କରିବା ପାଇଁ ମଧ୍ୟ ସେ ନିବେଦନ କରିଥିଲେ।
ଆଜି ମଧ୍ୟାହ୍ନରେ ଏହି ପ୍ରଭାବଶାଳୀ ସନ୍ଥ ଚିରକାଳ ପାଇଁ ସରଯୂ ନଦୀକୁ ପ୍ରବେଶ କରି ଜୀବନ ହାରିବେ ବୋଲି ଅଯୋଧ୍ୟାରେ ପ୍ରସ୍ତୁତି ଚାଲିଥିଲା।
Image Courtesy of Hindi News-News18ଗଣମାଧ୍ୟମକୁ ଅଯୋଧ୍ୟାର ‘ସିଓ’ ରାଜେଶ ରାୟ କହିଛନ୍ତି ଯେ, ପରମହଂସଙ୍କୁ ଗୃହବନ୍ଦୀ କରାଯାଇଛି। କୌଣସି କାର୍ଯ୍ୟ ପାଇଁ ତାଙ୍କୁ ପଦାକୁ ଛଡ଼ା ଯାଉନାହିଁ। ବୁଝାମଣା ପାଇଁ ସମ୍ପ୍ରତି ପୁଲିସ ଅଧିକାରୀମାନେ ସନ୍ଥଙ୍କ ସହ ଆଲୋଚନା କରୁଛନ୍ତି। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ତାଙ୍କ ଦାବିର ସ୍ମାରକପତ୍ର ଦାଖଲ କରିବା ଲାଗି ପୁଲିସ ଅଧିକାରୀମାନେ ପରମହଂସକୁ ପରାମର୍ଶ ଦେଉଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
ଉପରୋକ୍ତ ଦାବି ନିମନ୍ତେ କିଛି ମାସ ତଳେ ପରମହଂସ ଆଚାର୍ଯ୍ୟ ମହାରାଜ ସନ୍ନ୍ୟାସୀ ଶିବିରରେ ଚିତାଗ୍ନି ପ୍ରସ୍ତୁତ କରି ଆତ୍ମଦାହ କରିବା କଥା କହିଥିଲେ। ଅଯୋଧ୍ୟା ପୁଲିସ ତାଙ୍କୁ ଗୃହବନ୍ଦୀ କରି ସେଥିରୁ ନିବୃତ୍ତ କରିଥିଲା।
ହିନ୍ଦୁ ରାଷ୍ଟ୍ର ଦାବି କରି ସେ ମଧ୍ୟ ୧୫ ଦିନ ଆମରଣ ଅନଶନ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଓ ପ୍ରତିଶ୍ରୁତି କାରଣରୁ ସେ ଅନଶନ ଭାଙ୍ଗିଥିଲେ।
Follow Us