ଭାରତୀୟ ଜିନିଷର ଚାହିଦା ବଢ଼ୁଛି: ରପ୍ତାନି ଲକ୍ଷ୍ୟ ପୂରଣକୁ ନେଇ ‘ମନ୍ କୀ ବାତ୍’ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଂସ୍କାର ଜରୁରୀ ହୋଇପଡ଼ିଛି : ମୋଦୀ

Rediffmail

ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଉଦ୍‌ବୋଧନ ଦେଇଛନ୍ତି। ଚାରି ବିଧାନସଭା ନିର୍ବାଚନ ଜିଣିବା ପରେ ଏହା ତାଙ୍କର ପ୍ରଥମ ରେଡିଓ କାର୍ଯ୍ୟକ୍ରମ। ଏହି ଅବସରରେ ଭାରତ ୯ ଦିନ ପୂର୍ବରୁ ତା’ର ୪୦୦ ବିଲିୟନ ଡଲାର ରପ୍ତାନି ଲକ୍ଷ୍ୟ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ଏହାଦ୍ବାରା ବିଶ୍ବ ବଜାରରେ ଭାରତୀୟ ଜିନିଷର ଚାହିଦା ବଢ଼ୁଛି ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ବ ଚାହିଦା ପୂରଣ କରିବା ପାଇଁ ଭାରତର କ୍ଷମତା ଓ ସମ୍ଭାବ୍ୟତା ଅଛି ଏବଂ ଏହାର ମୂଳ ହେଉଛନ୍ତି ଦେଶର କୃଷକ, କଳାକାର, ବୁଣାକାର, ଯନ୍ତ୍ରୀ, କ୍ଷୁଦ୍ର ଉଦ୍ୟୋଗପତି ଓ ବିଭିନ୍ନ ବୃତ୍ତିର ସାଧାରଣ ଜନତା। ସେମାନଙ୍କ କଠିନ ପରିଶ୍ରମ ଯୋଗୁ ଭାରତ ଏହି ଲକ୍ଷ୍ୟ ପୂରଣ କରିପାରିଛି। ଆମେ ‘ଲୋକାଲ’କୁ ‘ଗ୍ଲୋବାଲ’ରେ ପରିଣତ କରିବା ଏବଂ ଆମ ଉତ୍ପାଦର ମାନବୃଦ୍ଧି କରିବା ଉଚିତ ବୋଲି ସେ କହିଥିଲେ।

ଉଲ୍ଲେଖନୀୟ ମାର୍ଚ୍ଚ ୩୧ ସୁଦ୍ଧା ୪୦୦ ବିଲିୟନ ଡଲାରର ରପ୍ତାନି ଲକ୍ଷ୍ୟ ରଖାଯାଇଥିବା ବେଳେ ଭାରତ ତା’ର ୯ ଦିନ ପୂର୍ବରୁ ମାର୍ଚ୍ଚ ୨୩ରେ ଏହି ଲକ୍ଷ୍ୟ ହାସଲ କରିପାରିଛି। ଭାରତର ରପ୍ତାନି ଇତିହାସରେ ଏହା ସବୁଠାରୁ ଅଧିକ। ହାରାହାରି ପ୍ରତି ଘଣ୍ଟାରେ ଭାରତ ୪୬ ନିୟୁତ ଡଲାରର ଜନିଷ ରପ୍ତାନି କରୁଛି। ଏହା ପ୍ରତିଦିନ ୧ ବିଲିୟନ ଓ ପ୍ରତି ମାସରେ ୩୩ ବିଲିୟନ ଡଲାରର ଜିନିଷ ରପ୍ତାନି କରୁଛି। ୨୦୨୦-୨୧ରେ ୨୯୨ ବିଲିୟନ ଡଲାରର ଜିନିଷ ରପ୍ତାନି ହୋଇଥିବା ବେଳେ ୨୦୨୧-୨୨ରେ ଏହା ୩୭ ପ୍ରତିଶତ ବୃଦ୍ଧି ପାଇ ୪୦୦ ବିଲିୟନ ଡଲାରର ଜିନିଷ ରପ୍ତାନି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe