ନଦୀ, ମୁହାଣ ଓ ସମୁଦ୍ରରୁ ମାଛମରା ନିଷେଧ ହେତୁ କୋଲ୍‌କାତା ବଜାରରେ ୧୦୦% ମହଙ୍ଗା ହେଲା ମାଛ ଦର

Advertisment
ନଦୀ, ମୁହାଣ ଓ ସମୁଦ୍ରରୁ ମାଛମରା ନିଷେଧ ହେତୁ କୋଲ୍‌କାତା ବଜାରରେ ୧୦୦% ମହଙ୍ଗା ହେଲା ମାଛ ଦର

Image Courtesy of The Economic Times

କୋଲ୍‌କାତା: ନଦୀ, ମୁହାଣ ଓ ସମୁଦ୍ରରେ ମାଛମରା ଉପରେ ୬୧ ଦିନ ପାଇଁ ନିଷେଧାଦେଶ ଜାରି ଚାହିଦା ଓ ଯୋଗାଣ ମଧ୍ୟରେ ବ୍ୟବଧାନ ବଢ଼ାଇ ଦେବାରୁ କୋଲ୍‌କାତାର ବଜାରଗୁଡ଼ିକରେ ମାଛର ଦର ମହଙ୍ଗା ହୋଇଯାଇଛି।

ନିଷେଧାଦେଶ ଜାରି ହେବାର ମାତ୍ର ୨୫ ଦିନ ପରେ କେତେକ ପ୍ରକାରର ମାଛର ଦର ପ୍ରାୟ ୧୦୦% ବୃଦ୍ଧି ପାଇଛି। ନିଷେଧାଦେଶ ଆହୁରି ମାସେରୁ ଅଧିକ କାଳ ବଳବତ୍ତର ଥିବାରୁ ଦର ଆହୁରି ବୃଦ୍ଧି ପାଇବ ବୋଲି ‘ପଶ୍ଚିମବଙ୍ଗ ମତ୍ସ୍ୟଜୀବୀ ସଂଘ’ର ବିଜନ ମାଇତି କହିଛନ୍ତି।

ମାଛମାନଙ୍କର ଅଣ୍ଡାଦେବା ସମୟ ହୋଇଥିବାରୁ ଏପ୍ରିଲ୍‌ ୧୫ରୁ ଜୁନ୍‌ ୧୪ ପର୍ଯ୍ୟନ୍ତ ନଦୀ ଓ ସମୁଦ୍ରରୁ ମାଛ ମାରିବା ନିଷେଧ କରାଯାଇଛି। ମତ୍ସ୍ୟ ବିଭାଗର ସହକାରୀ ନିର୍ଦେଶକ ଜୟନ୍ତ କୁମାର ପ୍ରଧାନ କହନ୍ତି, ଏହି ସମୟରେ ହିଁ ଅଣ୍ଡାରୁ ଜାଆଁଳ ସବୁ ବାହାରି ତୁରନ୍ତ ବଢ଼ି ଯାଆନ୍ତି। ତେଣୁ, ଏହି ସମୟରେ ମାଛ ମରାଗଲେ ସମଗ୍ର ଅଣ୍ଡାଦାନ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ସେହି କାରଣରୁ ଆମେ ଭାରତୀୟ ମୁହାଣଗୁଡ଼ିକରୁ ଆଉ ଇଲିଶି ମାଛ ପାଉନାହୁଁ।

publive-image Image Courtesy of The Hindu

ବର୍ଷ ସାରା ମାଛ ଖାଇବାକୁ ହେଲେ ଏବେ କମ୍‌ ମାଛ ଖାଆନ୍ତୁ ବୋଲି ମତ୍ସ୍ୟ ବିଭାଗ ଜନସାଧାରଣଙ୍କୁ ନିବେଦନ କରିଛି। ତେଣୁ, ଚଳିତ ବର୍ଷ ନିଷେଧାଦେଶକୁ କଠୋର କରାଯାଇଛି। ମାଛ ମାରୁଥିବା ଅବସ୍ଥାରେ କେହି ଧରାପଡ଼ିଲେ, ତାଙ୍କ ଡଙ୍ଗା ଜବତ କରାଯିବା ସହ ଲାଇସେନ୍ସ୍‌ ରଦ୍ଦ କରାଯିବ।

ମାଇତି କହିଛନ୍ତି, ପଡ଼ୋଶୀ ବାଂଲାଦେଶରୁ ଆମକୁ ଅନେକ କିଛି ଶିଖିବାକୁ ପଡ଼ିବ। ନିଷେଧାଦେଶ ମାନେ ନିଷେଧାଦେଶ। ଆଦୌ ମାଛମରା ଯିବନାହିଁ। ସେହି କାରଣରୁ ଆଜି ବି ବାଂଲାଦେଶ ପଦ୍ମା ନଦୀ ମୁହାଣରେ ଇଲିଶିମାଛ ଅଛି। କିନ୍ତୁ, ଆମ ଗଙ୍ଗା ମୁହାଣରେ ଇଲିଶିମାଛ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe