Advertisment

ମୋଦୀଙ୍କୁ ନିର୍ବାଚନ ଲଢ଼ିବାକୁ ​ଅଯୋଗ୍ୟ ଘୋଷଣା କରିବାକୁ ଦାବି: ଆବେଦନକାରୀଙ୍କ ମୁଣ୍ଡ ଖରାପ ଥିବା କହିଲେ ହାଇକୋର୍ଟ

Advertisment
ମୋଦୀଙ୍କୁ ନିର୍ବାଚନ ଲଢ଼ିବାକୁ ​ଅଯୋଗ୍ୟ ଘୋଷଣା କରିବାକୁ ଦାବି: ଆବେଦନକାରୀଙ୍କ ମୁଣ୍ଡ ଖରାପ ଥିବା କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ମାମଲା ନେଇ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ହାଇକୋର୍ଟ କଡ଼ା ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ଘୋଷଣା କରାଯିବାକୁ ଦାବି କରି ଦାଖଲ ହୋଇଥିବା‌ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ବୁଧବାର ଖାରଜ କରିଛନ୍ତି। ହାଇକୋର୍ଟ ଆବେଦନକାରୀଙ୍କୁ ତାଗିଦ୍ କରି କହିଛନ୍ତି ଯେ ଆବେଦନକାରୀଙ୍କ ମାନସିକ ସ୍ବାସ୍ଥ୍ୟ ଯାଞ୍ଚର ଆବଶ୍ୟକତା ରହିଛି। ତାଙ୍କ ମୁଣ୍ଡ ଖରାପ ଥିବାରୁ ସେ ଏଭଳି ଆବେଦନ କରିଛନ୍ତି।

ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନଙ୍କ ବେଞ୍ଚ୍ କହିଛନ୍ତି ଯେ ଆବେଦନକାରୀଙ୍କ ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିବା ଉଚିତ୍। ଏହି ଆବେଦନକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଆବେଦନକାରୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଅଯଥା ଅଟେ ଏବଂ ସେ ହାଲୁସିନାସନ୍ କିମ୍ବା ଅନ୍ୟାନ୍ୟ ମାନସିକ ସମସ୍ୟାରେ ପୀଡିତ ଏବଂ ତାଙ୍କର ଚିକିତ୍ସା ସହାୟତା ଆବଶ୍ୟକ। କୋର୍ଟ ସ୍ଥାନୀୟ ପ୍ରଶାସନକୁ ଆହୁରି କହିଛନ୍ତି ଆବଶ୍ୟକ ହେଲେ ସେମାନେ ସେମାନଙ୍କର ଅଧିକାରକୁ ବ୍ୟବହାର କରନ୍ତୁ ଏବଂ ତାଙ୍କୁ ମାନସିକ ସ୍ୱାସ୍ଥ୍ୟସେବା ଅଧିନିୟମ ଅନୁଯାୟୀ ଚିକିତ୍ସା କରାଇବା ଉଚିତ୍ । ଏହା ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ।

କ୍ୟାପଟେନ ଦୀପକ କୁମାର ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ କରିଥିଲେ। ବିମାନରେ ପାଇଲଟ୍ ଭାବରେ ଆବେଦନକାରୀ ଦୀପକଙ୍କୁ ପୋଷ୍ଟ କରାଯାଇଥିଲା। ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୁଲ ଭାବେ ଶପଥ ନେଇଛନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଏହି କାରଣରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ଉଚିତ୍। ହାଇକୋର୍ଟର ଏକ ସଦସ୍ୟ ବିଶିଷ୍ଟ ବେଞ୍ଚ୍ ଏହି ଆବେଦନକୁ ଖାରଜ କରିଛନ୍ତି। ଏହି ଆବେଦନରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜାତୀୟ ସୁରକ୍ଷାକୁ ଅସ୍ଥିର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe