ସିଦ୍ଦରମୈୟାଙ୍କ ଇସ୍ତଫା ଦାବି ଜୋର ଧରିଲା‌: ‘ମୋତେ ବିରୋଧୀ ସହ୍ୟ କରୁନାହାନ୍ତି’

Advertisment

ମୁଦା ଜମି ଦୁର୍ନୀତି ମାମଲାରେ ବିଚାରଣ ସାମ୍ନା କରୁଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଆଜି କର୍ଣ୍ଣାଟକ ହାଇକୋର୍ଟରେ ଶକ୍ତ ଝଟ୍‌କା ଲାଗିଥିବା ବେଳେ ତାଙ୍କ ଇସ୍ତଫା ଦାବି ଜୋର୍‌ ଧରିଛି।

ମୁଦା ଜମି ଦୁର୍ନୀତି ମାମଲାରେ ବିଚାରଣ ସାମ୍ନା କରୁଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଆଜି କର୍ଣ୍ଣାଟକ ହାଇକୋର୍ଟରେ ଶକ୍ତ ଝଟ୍‌କା ଲାଗିଥିବା ବେଳେ ତାଙ୍କ ଇସ୍ତଫା ଦାବି ଜୋର୍‌ ଧରିଛି।

gdjggjgjgjgj

ନୂଆଦିଲ୍ଲୀ: ମୁଦା ଜମି ଦୁର୍ନୀତି ମାମଲାରେ ବିଚାରଣ ସାମ୍ନା କରୁଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଆଜି କର୍ଣ୍ଣାଟକ ହାଇକୋର୍ଟରେ ଶକ୍ତ ଝଟ୍‌କା ଲାଗିଥିବା ବେଳେ ତାଙ୍କ ଇସ୍ତଫା ଦାବି ଜୋର୍‌ ଧରିଛି। ସିଦ୍ଦରମୈୟାଙ୍କ ବିରୋଧରେ ତଦନ୍ତ ଚଳାଇବାକୁ ରାଜ୍ୟପାଳଙ୍କ ଅନୁମୋଦନ କୋର୍ଟରେ କାଏମ ରହିଥିବାରୁ ବିଜେପି ପୁଣିଥରେ ତାଙ୍କ ଇସ୍ତଫା ଦାବି କରି ଏହି ମାମଲାରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘୋଷଣା କରିଛି। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ରାୟକୁ ସରକାର ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା‌ ବୋଲି କହିଛନ୍ତି। ସେ କହିଛନ୍ତି, କର୍ଣ୍ଣାଟକ ହାଇକୋର୍ଟ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏବେ ସିଦ୍ଦରମୈୟା ଇସ୍ତଫା ଦେଇଦେବା ଉଚିତ। ଏହାଦ୍ବାରା ସିବିଆଇ ନିରପେକ୍ଷ ତଦନ୍ତ କରିପାରିବ। 

ଅନ୍ୟପକ୍ଷେ କୋର୍ଟଙ୍କ ରାୟ ପରେ ସିଦ୍ଦରମୈୟା ବିଜେପି ଉପରେ ବର୍ଷିଛନ୍ତି। ସିଦ୍ଦରମେୟା କହିଛନ୍ତି, ଏହା ବିଜେପି ଏବଂ ଜେଡିଏସ୍‌ର ‘ପ୍ରତିଶୋଧମୂଳକ ରାଜନୀତି’।  ସେ କହିଛନ୍ତି, ସେ ଆଇନ ଏବଂ ସମ୍ବିଧାନ ଉପରେ ବିଶ୍ବାସ କରନ୍ତି ଏବଂ ଖୁବ୍‌ଶୀଘ୍ର ସତ୍ୟ ସାମ୍ନାକୁ ଆସିବ।  ସିଦ୍ଦରମୈୟା କହିଛନ୍ତି, ବିରୋଧୀମାନେ ମୋର ଇସ୍ତଫା ଦାବି କରୁଛନ୍ତି ଏବଂ ଏହାର ଏକମାତ୍ର କାରଣ ହେଉଛି ମୁଁ ଆଣିଥିବା କଲ୍ୟାଣକାରୀ ଯୋଜନା । ସେମାନେ ମୋତେ ସହ୍ୟ କରିପାରୁନଥିବାରୁ ଅଯଥା ବିଭ୍ରାନ୍ତ କରୁଛନ୍ତି। ସିଦ୍ଦରମୈୟା କହିଛନ୍ତି, ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଏବଂ ଏହାର ସହଯୋଗୀ ଜେଡିଏସ୍‌ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।  ତେବେ ଏହି ପ୍ରତିଶୋଧମୂଳକ ରାଜନୀତି ବିରୋଧରେ ଆମ ନ୍ୟାୟିକ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe