ବିନା ସର୍ତ୍ତରେ କୃଷି ଆଇନ ପ୍ରତ୍ୟାହାର ଦାବି, ପଂଜାବ ବିଧାନସଭାରେ ପ୍ରସ୍ତାବ ଗୃହୀତ

Advertisment
ବିନା ସର୍ତ୍ତରେ କୃଷି ଆଇନ ପ୍ରତ୍ୟାହାର ଦାବି, ପଂଜାବ ବିଧାନସଭାରେ ପ୍ରସ୍ତାବ ଗୃହୀତ

National Herald

ପଂଜାବ : ବିନା କୌଣସି ସର୍ତ୍ତରେ କେନ୍ଦ୍ର ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ଦାବି କରି ପଂଜାବ ସରକାର ଆଜି ରାଜ୍ୟ ବିଧାନସଭା ବଜେଟ୍‌ ଅଧିବେଶନରେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଦ୍ବାରା ଏହି ପ୍ରସ୍ତାବ ଅଣାଯାଇଥିଲା। ୩ କୃଷି ଆଇନ ଉଭୟ କୃଷକ ଏବଂ ପଂଜାବ ସରକାରଙ୍କ ପାଇଁ ଗ୍ରହଣୀୟ ନୁହେଁ ବୋଲି ପ୍ରସ୍ତାବରେ କୁହାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ୩ ଆଇନ କୃଷକମାନଙ୍କ ପାଇଁ ହାନିକାରକ। କୃ୍ଷକମାନଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। କୃଷକମାନେ କୌଣସି ଦେଶବିରୋଧୀ କାମ କରିନାହାନ୍ତି କି ସେମାନେ ଦେଶବିରୋଧୀ ନୁହନ୍ତି ବୋଲି ଅମରିନ୍ଦର କହିଛନ୍ତି। ବାଚନିକ ଭୋଟ୍‌ରେ ଆଜି ପଂଜାବ ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe