ଜମ୍ମୁ ଓ କଶ୍ମୀରରେ ସାଧାରଣ ଜନତାଙ୍କୁ ଭେଦ କରିଛି ଗଣତନ୍ତ୍ର: ପ୍ରଧାନମନ୍ତ୍ରୀ ମୋଦୀ

Advertisment
‘ଗୋଟିଏ ଦେଶ, ଦୁଇ ସମ୍ବିଧାନ’: ଜମ୍ମୁ-କାଶ୍ମୀର ସ୍ବତନ୍ତ୍ର ମାନ୍ୟତା ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଲେ ମୋଦୀ

Image Courtesy of Zee News

ଜମ୍ମୁ: ଜମ୍ମୁ ଓ କଶ୍ମୀରରେ ଗଣତନ୍ତ୍ର ସାଧାରଣ ଜନତାଙ୍କୁ ଭେଦ କରିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ କରାଯାଇ ଜମ୍ମୁ ଓ କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ପ୍ରଥମ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଜମ୍ମୁ ଓ କଶ୍ମୀରର ଯୁବବର୍ଗଙ୍କୁ କହିବାକୁ ଚାହେଁ ଯେ, ତୁମ୍ଭମାନଙ୍କ ବାପାମାଆ ଓ ଜେଜେଜେଜୀ ଯେଭଳି କଷ୍ଟରେ ଜୀବନଯାପନ କରିଥିଲେ ତୁମ୍ଭମାନଙ୍କ ଜୀବନ କଦାପି ସେଭଳି ହେବନାହିଁ। ତୁମ୍ଭମାନଙ୍କୁ ଏହା ପ୍ରମାଣ କରିଦେବି।

ପଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ଏଥର ଜମ୍ମୁ ଓ କଶ୍ମୀରରେ ପଞ୍ଚାୟତି ରାଜ ଦିବସ ପାଳନ କରାଯିବା ଘଟଣା ବଡ଼ ପରିବର୍ତ୍ତନକୁ ଦର୍ଶାଉଛି। ବଡ଼ ଗୌରବର କଥା ଯେ, ଗଣତନ୍ତ୍ର ସାଧାରଣ ଜନତାଙ୍କୁ ଭେଦ କରିପାରିଛି। ସେହି କାରଣରୁ ହିଁ ମୁଁ ଏଠାରେ ଥାଇ ସମଗ୍ର ଦେଶରେ ଥିବା ପଞ୍ଚାୟତଗୁଡ଼ିକ ସହ ଆଳାପ କରିପାରୁଛି।

publive-image Image Courtesy of The Times of India

ସୂଚନାଯୋଗ୍ୟ, ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାସ୍ଥିତ ପଲ୍ଲୀ ଗ୍ରାମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ସେଠାରେ ପ୍ରଦର୍ଶିତ ହୋଇଥିବା ‘ଇନ୍‌ଟାକ୍‌’ ଫଟୋ ଗ୍ୟାଲେରି ବୁଲି ଦେଖିଥିଲେ। ରାଲିରେ ଉଦ୍‌ବୋଧନ ଦେଇ ଉପରାଜ୍ୟପାଳ ମନୋଜ ସିହ୍ନା କହିଲେ, ଜମ୍ମୁ ଓ କଶ୍ମୀର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ଶିଳ୍ପ ଯୋଜନା ଦେଇଛନ୍ତି। ସ୍ବାଧୀନତାଠାରୁ ମାତ୍ର ୧୫,୦୦୦ କୋଟି ଟଙ୍କା ବିନିଯୋଗ ହୋଇଥିଲା। ଏବେ ୫୨,୦୦୦ କୋଟି ଟଙ୍କା ନିବେଶର ପ୍ରସ୍ତାବ ରହିଛି। ପ୍ରଧାନମନ୍ତ୍ରୀ ୩୮,୦୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବେ। ନିବେଶ ବା ବିନିଯୋଗ ୭୦,୦୦୦ କୋଟି ଟଙ୍କା ଟପିବ ବୋଲି ଆମର ଆଶା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe