ସୁପରଟେକକୁ ଦୁଇ ସପ୍ତାହ ମଧ୍ୟରେ ଟ୍ବିନ ଟାୱାର ଭାଙ୍ଗିବା କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ସୁପରଟେକକୁ ଦୁଇ ସପ୍ତାହ ମଧ୍ୟରେ ଟ୍ବିନ ଟାୱାର ଭାଙ୍ଗିବା କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

indiatoday

ନୂଆଦିଲ୍ଲୀ: ଟ୍ୱିନ୍ ଟାୱାରକୁ ଦୁଇ ସପ୍ତାହ ମଧ୍ୟରେ ଭାଙ୍ଗିବା କାମ ଆରମ୍ଭ କର। ଆଜି ସୁପରଟେକ୍ ଏମେରାଲ୍ଡକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଟାୱାର ଭାଙ୍ଗିବା ପାଇଁ ୭୨ ଘଣ୍ଟା ମଧ୍ୟରେ ଚୂଡ଼ାନ୍ତ ଯୋଜନା ଏବଂ ଭାଙ୍ଗିବା ପାଇଁ ଏକ ସମୟସୀମା ପ୍ରସ୍ତୁତ କରିବାକୁ ନୋଏଡାର ସିଇଓଙ୍କୁ ଗେଲ୍ ସମେତ ସମସ୍ତ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବ ଶୁଣାଣିରେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ୍ ଏବଂ ସୂର୍ଯ୍ୟକାନ୍ତଙ୍କ ଏକ ଖଣ୍ଡପୀଠ ସୁପରଟେକ୍ ଲିମିଟେଡକୁ ୪୦ମହଲା ବିଶିଷ୍ଟ ଟ୍ବିନ ଟାୱାରରେ ଫ୍ଲାଟ ବୁକ୍ କରିଥିବା ଲୋକଙ୍କୁ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫ୍ଲାଟ ପାଇଁ ଟଙ୍କା ଦେଇଥିବା ୩୮ଜଣ ଲୋକ ଟଙ୍କା ଫେରସ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ଏହି ରାୟ ଶୁଣାଇଥଲେ ଖଣ୍ଡପୀଠ। ସମସ୍ତଙ୍କୁ ସୁଧ ସହିତ ଟଙ୍କା ଫେରସ୍ତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ସୁପରଟେକକୁ ସମୟ ଦେଇଛନ୍ତି।

ସୂଚନା ମୁତାବକ, ଗତବର୍ଷ ଅଗଷ୍ଟ ୩୧ରେ ଏହି ଟ୍ବିନ ଟାୱାର ବେଆଇନ ଭାବରେ ନିର୍ମାଣ ହୋଇଥିବା କହି ଭାଙ୍ଗିବାକୁ କହିଥିଲେ ସୁପ୍ରିମକୋର୍ଟ। ଏଥିପାଇଁ ୩ମାସ ସମୟ ଦିଆଯାଇଥିଲା। ଏହା ପରେ ଚଳିତ ବର୍ଷ ଜାନୁଆରି ୧୭ରେ ଟ୍ବିନ ଟାୱାର ଭାଙ୍ଗିବାକୁ ଥିବା ଏଜେନ୍ସି ସହିତ ଚୁକ୍ତିନାମା କରିବାକୁ ସୁପରଟେକ୍ ଲିମିଟେଡକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହା ପରେ ଆଜି ସୁପରଟେକକୁ ୨ସପ୍ତାହ ମଧ୍ୟରେ ଭାଙ୍ଗିବା କାମ ଆରମ୍ଭ କରିବାକୁ କହିଛି ସୁପ୍ରିମକୋର୍ଟ।

ଉଲ୍ଲେଖଯୋଗ୍ୟ, ପରିବେଶ ସୁରକ୍ଷା ଦୃଷ୍ଟିରୁ ଏପରି ଟାୱାରକୁ ମଞ୍ଜୁରୀ ନଥିବାବେଳେ ନୋଏଡା ଅଥରିଟି ଓ ବିଲ୍ଡର ମିଶି ବେଆଇନ ଭାବେ ଏହାକୁ ନିର୍ମାଣ କରିଥିଲେ । ଟ୍ୱାୱାର ନିର୍ମାଣର ପ୍ରତି ପ୍ରକ୍ରିୟାରେ ନିୟମ ଭଙ୍ଗାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏହାକୁ ଭାଙ୍ଗିବାକୁ ୨୦୧୪ରେ ଆହ୍ଲାବାଦ ହାଇକାର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏହି ରାୟକୁ ସୁପ୍ରିମକୋର୍ଟ ବଜାୟ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe