ବିମୁଦ୍ରାୟନ ସମୟରୁ ଓଭର୍‌ଟାଇମ୍‌ ନ ପାଇ ଧର୍ମଘଟ ପାଇଁ ଧମକ ଦେଉଛନ୍ତି ବ୍ୟାଙ୍କ୍‌ କର୍ମଚାରୀ

Advertisment
ବିମୁଦ୍ରାୟନ ସମୟରୁ ଓଭର୍‌ଟାଇମ୍‌ ନ ପାଇ ଧର୍ମଘଟ ପାଇଁ ଧମକ ଦେଉଛନ୍ତି ବ୍ୟାଙ୍କ୍‌ କର୍ମଚାରୀ

Photo Courtesy of HT

ନୂଆଦିଲ୍ଲୀ: ବିମୁଦ୍ରାୟନ ସମୟର ଗହଳିକୁ ମୁକାବିଲା କରିବାକୁ ଘଣ୍ଟା ଘଣ୍ଟା ଧରି କାମ କରିଥବା କର୍ମଚାରୀମାନଙ୍କୁ ଯଦି ଓଭର୍‌ଟାଇମ୍‌ ବାବଦ ଦେୟ ନ ମିଳେ ରାଷ୍ଟ୍ରାୟତ ବ୍ୟାଙ୍କ୍‌ ସମୂହର କର୍ମଚାରୀମାନଙ୍କର ପ୍ରତିନିଧିତ୍ୱ କରୁଥିବା ସଙ୍ଗଠନଗୁଡ଼ିକ ଧର୍ମଘଟ କରିବା ନିମନ୍ତେ ଧମକ ଦେବା ସହ ଅଦାଲତ୍‌କୁ ଯିବା ପାଇଁ କହିଛନ୍ତି।

ଗତବର୍ଷ ନଭେମ୍ବର ମାସ ୮ ତାରିଖରେ କେନ୍ଦ୍ର ସରକାର ୫୦୦ ଟଙ୍କିଆ ଏବଂ ୧୦୦୦ ଟଙ୍କିଆ ବ୍ୟାଙ୍କ୍‌ ନୋଟ୍‌କୁ ଅଚଳ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳତଃ, ବିମୁଦ୍ରାୟନ ଯୋଗୁଁ ପ୍ରସାରଣରେ ଥିବା ଶତକଡ଼ା ୮୬ ଭାଗ ମୁଦ୍ରା ବିଲୁପ୍ତ ହୋଇଯାଇଥିଲା। ଅଚଳ ନୋଟ୍‌ଗୁଡ଼ିକୁ ବଦଳାଇ ତା’ ପରିବର୍ତ୍ତେ ସଚଳ ନୋଟ୍‌ ନେବା ପାଇଁ ଦେଶବ୍ୟାପୀ କୋଟି କୋଟି ଲୋକ ବିଭିନ୍ନ ବ୍ୟାଙ୍କ୍‌ ଶାଖାଗୁଡ଼କରେ ଅସମ୍ଭବ ଗହଳି କରିଥିଲେ।

କେତେକ ପରିସ୍ଥିତିରେ, ବ୍ୟାଙ୍କ୍‌ କର୍ମଚାରୀମାନେ ଏକାଦିକ୍ରମେ ୧୪ ଘଣ୍ଟା କାର୍ଯ୍ୟ କରିଥିଲେ। ଅସମ୍ଭବ ପ୍ରକାରର ଜନ ଗହଳି ଓ ତଜ୍ଜନିତ ବାଦବିସମ୍ବାଦ ମୁକାବିଲା କରିବାକୁ ସେମାନଙ୍କ ଛୁଟି ବାତିଲ୍‌ କରାଯାଇଥିଲା।

ସେ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ଅଧିକ ସମୟ କାର୍ଯ୍ୟକରିଥିବା ଅତିରିକ୍ତ ପ୍ରାପ୍ୟ ଏବଂ ଓଭର୍‌ଟାଇମ୍‌ ଏ ଯାବତ୍‌ ପାଇ ନାହାନ୍ତି। ଇତିମଧ୍ୟରେ, ସେମାନେ ଅଧିକ ସମୟ କାର୍ଯ୍ୟ କରିଥିବାର ୧୧ ମାସ ଅତିବାହିତ ହୋଇ ଗଲାଣି। ପ୍ରାୟ ତିନି ମାସ ଯାଏଁ ସେ ସମୟରେ ବ୍ୟାଙ୍କ୍‌ ଶାଖାଗୁଡ଼ିକରେ ଜନ ଗହଳି ଲାଗି ରହିଥିଲା। ଏବେ ଏହି ବ୍ୟାଙ୍କ୍‌ଗୁଡ଼ିକରେ ପ୍ରାୟ ୮ ଲକ୍ଷ କର୍ମଚାରୀ ନିୟୋଜିତ ରହି କାର୍ଯ୍ୟ କରିଛନ୍ତି।

କିନ୍ତୁ, ବ୍ୟାଙ୍କ୍‌ ଆକଳନ ଅନୁସାରେ କେବଳ ୪ ଲକ୍ଷ କର୍ମଚାରୀଙ୍କ ଓଭର୍‌ଟାଇମ୍‌ ପାଉଣ ବକେୟା ରହିଛି।

ପେ’ ପ୍ୟାକେଜ୍‌ ଅନୁସାରେ ଯଦି ଜଣେ କର୍ମଚାରୀ ଅଧିକ ଘଣ୍ଟାଏ କାମ କରନ୍ତି ତାଙ୍କୁ ୧୦୦ରୁ ୩୦୦ ଟଙ୍କା ମିଳେ। ବକେୟା ପଡ଼ିଥିବା କର୍ମଚାରୀଙ୍କ ପାଉଣାକୁ ସମୁଦାୟ ହିସାବ କଲେ ତାହା ଅଳ୍ପ କେତେ କୋଟି ଟଙ୍କାରୁ ଆରମ୍ଭ କରି ଆଉ କିଛି କୋଟି ଟଙ୍କା ଅଧିକ ହୋଇ ପାରେ।

ଆମେ ଏହି ମାମଲା ସରକାରଙ୍କ ଦୃଷ୍ଟିକୁ ଆଣିଛୁ। ଯଦି ବକେୟା ପାଉଣା ଦିଆ ନ ଯାଏ, ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ପୂର୍ବ ଥର ପରି ଆମେ ଧର୍ମଘଟ କରିପାରୁ। ଆଇନ୍‌ର ସହାୟତା ନେବାକୁ ମଧ୍ୟ ଆମେ ବିଚାର କରିବୁ ବୋଲି କହନ୍ତି ଅଖିଳ ଭାରତୀୟ ବ୍ୟାଙ୍କ୍‌ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସି ଏଚ୍‌ ଭେଙ୍କଟଚଳମ୍‌।

ସଂଘ କହିବା ଅନୁସାରେ କୌଣସି ବ୍ୟାଙ୍କ୍‌ ବକେୟା ଅର୍ଥ ସମ୍ପୂର୍ଣ୍ଣ ଦେଇ ନାହାନ୍ତି। ଏ କଥା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଦୃଷ୍ଟିକୁ ମଧ୍ୟ ନିଆଯାଇଥିଲା। ପରବର୍ତ୍ତୀ ବୈଠକରେ ଏ ପ୍ରସଙ୍ଗରେ ଶ୍ରମ ମନ୍ତ୍ରାଳୟରେ ଉତ୍ଥାପନ କରାଯିବ।

ଅର୍ଥମନ୍ତ୍ରାଳୟ ଅଧୀନରେ ଥିବା ଅର୍ଥନୈତିକ ସେବା ବିଭାଗ ପୂର୍ବରୁ କହିଥିଲା କି, କର୍ମଚାରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପାରିଶ୍ରମିକ ପ୍ୟାକେଜ୍‌ ଅନୁଯାୟୀ ସମସ୍ତ କର୍ମଚାରୀମାନଙ୍କୁ ଓଭର୍‌ଟାଇମ୍‌ ଦେବା କଷ୍ଟସାଧ୍ୟ ହୋଇଥିବାରୁ ସେମାନଙ୍କ ଅନୁକମ୍ପା ରାଶି ପାଇଁ କିଛି ଅଭିନବ ଉପାୟ କରିବାକୁ ବିଚାର କରାଯାଉଛି।

ଅଶ୍ୱିନୀ ରାଣା ବୋଲି ସଂଘର ଜଣେ ସଦସ୍ୟ କହନ୍ତି: ଓଭର୍‌ଟାଇମ୍‌ ପ୍ରାପ୍ୟ ପାଇବାକୁ ହକ୍‌ କର୍ମଚାରୀମାନଙ୍କୁ କାହିଁକି ଏ ଯାଏଁ ଓଭର୍‌ଟାଇମ୍‌ ମିଳି ନାହିଁ ଆମେ ବୁଝି ପାରୁନାହୁଁ। ଏଥିଯୋଗୁଁ କର୍ମଚାରୀମାନଙ୍କର ମନୋବଳ ଭାଜି ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe