ବିମୁଦ୍ରାୟନ ଏକ ସୁସଂଗଠିତ ଲୁଟ୍‌ ଓ ଆଇନ ସମ୍ମତ ଡ଼କାୟତି ଥଲା: ଡ. ମନମୋହନ ସିଂ

Advertisment
ବିମୁଦ୍ରାୟନ ଏକ ସୁସଂଗଠିତ ଲୁଟ୍‌ ଓ ଆଇନ ସମ୍ମତ ଡ଼କାୟତି ଥଲା: ଡ. ମନମୋହନ ସିଂ

NDTV

ନୂଆଦିଲ୍ଲୀ: ‘‘ନଭେମ୍ବର ୮ ହେଉଛି କଳାଦିବସ। କାରଣ ଏହି ଦିନ ବିମୁଦ୍ରାୟନ ଘୋଷଣା ହୋଇଥିଲା। ଆଉ ବିମୁଦ୍ରାୟନ ହେଉଛି ଏକ ସୁସଂଗଠିତ ଲୁଟ୍‌ ଏବଂ ଆଇନ ସମ୍ମତ ଡ଼କାୟତି। ଗତବର୍ଷ ମୁଁ ପାର୍ଲାମେଣ୍ଟରେ ଏହା କହିଥିଲି ଓ ଆଜି ମଧ୍ୟ ତାହା ଦୋହରାଉଛି।’’

ମୋଦିର ସରକାର ୨୦୧୬ ନଭେମ୍ବର ୮ ତାରିଖରେ କରିଥିବା ବିମୁଦ୍ରାୟନକୁ ଏକ ବର୍ଷ ପୂରିବାକୁ ଯାଉଥିବା ସମୟରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଅର୍ଥନୀତିଜ୍ଞ ଡ଼ ମନମୋହନ ସିଂ।

ଅହମ୍ମଦାବାଦରେ ବ୍ୟବସାୟୀମାନଙ୍କ ଏକ ସମାବେଶରେ ଯୋଗଦେଇ ଏହି ବରିଷ୍ଠ କଂଗ୍ରେସ ନେତା ଡ଼ ସିଂ କହିଛନ୍ତି କି , ‘ନଭେମ୍ବର ୮ ହେଉଛି ଆମ ଅର୍ଥନୀତି ପାଇଁ ଓ ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳାଦିବସ’। ପୃଥିବୀରେ ଏପରି ଦେଶ ନାହିଁ ,ଯାହାକି ବଜାରରେ ଥିବା ୮୬ ପ୍ରତିଶତ ନୋଟ୍‌କୁ ଅଚଳ ଘୋଷଣା କରିଥିବ।

ଯେଉଁଦିନ ମୁଁ ବିମୁଦ୍ରାୟନ ଘୋଷଣା ଶୁଣିଲି ,ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କିଏ ତାଙ୍କୁ (ମୋଦିଙ୍କୁ) ଏପରି ଦାୟିତ୍ୱହୀନ ପରାମର୍ଶ ଦେଲା?’ସେଦିନର ସ୍ମୃତିଚାରଣ କରି କହିଛନ୍ତି ଡ଼.ସିଂ। ସେ ପୁଣି କହିଛନ୍ତି, ଯଦି ସରକାର ‘କ୍ୟାସ୍‌ଲେସ୍‌’ ଅର୍ଥନୀତି କରିବା ଲକ୍ଷ୍ୟରେ ବିମୁଦ୍ରାୟନ କରିଥାଆନ୍ତି ତେବେ ଏହା ଏକ ପ୍ରଭାବହୀନ ପଦକ୍ଷେପ। ଏହା ଫଳରେ ‘ଟ୍ୟାକ୍ସ ଟେରୋରିଜିମ୍‌’ର ଭୟ ଦେଶକୁ ଗ୍ରାସ କରୁଛି ଏବଂ ବ୍ୟବସାୟୀ ଗୋଷ୍ଠୀ ପୁଞ୍ଜିନିବେଶ ଲାଗି ଭୟ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe