ବିମୁଦ୍ରାୟନ ଆଣିପାରିଛି ଦେଶରେ ଏକ ବିରାଟ ପରିବର୍ତ୍ତନ: ଅର୍ଥମନ୍ତ୍ରୀ

Advertisment
ଭାରତରେ କେବଳ ନେତାଙ୍କୁ ଦୋଷ ଦିଆଯାଏ : ଜେଟଲୀ

The Financial Express

ନୂଆଦିଲ୍ଲୀ: ଯିଏ ଯେତେ ଯାହା କୁହନ୍ତୁ ନା କାହିଁକି, ବିମୁଦ୍ରାୟନ ଯେ ମୋଦି ସରକାରର ଏକ ଯୁଗାନ୍ତକାରୀ ପଦକ୍ଷେପ; ଏହାକୁ କେହି କେବେହେଲେ ବି ଅସ୍ୱୀକାର କରିପାରିବେ ନାହିଁ ବୋଲି ଅତ୍ୟନ୍ତ ଦୃଢ଼ତାର ସହ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।
ସାପ୍ତାହିକ ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ଆୟୋଜିତ କନ୍‌କ୍ଲେଭ୍‌-୨୦୧୭ରେ ଯୋଗ ଦେବା ଅବସରରେ ଅର୍ଥମନ୍ତ୍ରୀ ଶ୍ରୀ ଜେଟଲୀ କହିଛନ୍ତି ଯେ ମୋଦି ସରକାରଙ୍କ ବିମୁଦ୍ରାୟନ ନିଷ୍ପତ୍ତିକୁ ଏକକ ରୂପେ ଦେଖିବା ବା ଏହାର ସମୀକ୍ଷା କରିବା ଅନୁଚିତ୍‌। ବିମୁଦ୍ରାୟନ ନିଷ୍ପତ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ଏହାର ପ୍ରଭାବକୁ ଯଦି ଆମେ ଏକତ୍ର କରି ସାମଗ୍ରିକ ଭାବେ ଦେଖିବା; ତେବେ ଆମେ ସମସ୍ତେ ହୃଦୟଙ୍ଗମ କରିବା ଯେ ବିମୁଦ୍ରାୟନ ନିଷ୍ପତ୍ତି ପରେ ସମଗ୍ର ଦେଶରେ ଏକ ବିରାଟ ପରିବର୍ତ୍ତନ ଆସିଛି। ବିମୁଦ୍ରାୟନ ଯୋଗୁଁ ଏବେ ଦେଶର ଆର୍ଥିକ କାରବାର କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଦେଖିବା ପାଇଁ ମିଳିଛି।

publive-image India Today

କେବଳ ମାତ୍ର ନୋଟ ଉପରେ ନିର୍ଭରଶୀଳ ହୋଇ ନଗଦ କରବାରକୁ ପ୍ରୋତ୍ସାହନ ଦେଇ ଚାଲିଲେ କୌଣସି ଦେଶ ବିକାଶ କରିପାରିବ ନାହିଁ। ଏଇ ସତ୍ୟକୁ ସମସ୍ତଙ୍କୁ ବଝିବାକୁ ପଡ଼ିବ। ତେଣୁ, ନୋଟ କାରବାରକୁ କମ୍‌ କରିବାକୁ ଯାଇ ମୋଦି ସରକାର ଏହି ବିମୁଦ୍ରାୟନ ନିଷ୍ପତ୍ତି ନେଇଥିଲେ ବୋଲି ଏହି ଅବସରରେ ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ ଶ୍ରୀ ଜେଟଲୀ।
ଏଥିସହ ମୋଦି ସରକାରଙ୍କ ବିମୁଦ୍ରାୟନ ନିଷ୍ପତ୍ତି ପରେ ଦେଶକୁ ମିଳିଥିବା ସୁଫଳ ଗୁଡ଼ିକ ଉପରେ ଆଲୋକପାତ କରିବାକୁ ଯାଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବିମୁଦ୍ରାୟନ ପରେ ଦେଶରେ ଡିଜିଟାଲ୍‌ ପେମେଣ୍ଟ ବା ଇ-ପେମେଣ୍ଟ କରବାର ବୃଦ୍ଧି ପାଇଲା। ଫଳରେ, ନୋଟର ଆବଶ୍ୟକତା କମିବା ସହ ପ୍ରତି ଆର୍ଥିକ ନେଣଦେଣରେ ସ୍ୱଚ୍ଛତା ରହିଲା। ସରକାରଙ୍କ ଟିକସ ଆୟରେ ବୃଦ୍ଧି ପାଇବା ସହ ଟିକସ ଫାଙ୍କିକୁ ରୋକାଯାଇ ପାରିଲା। ତେବେ, ବିମୁଦ୍ରାୟନର ସବୁଠାରୁ ବଡ଼ ସଫଳତା ହେଲା, ଏହି ନିଷ୍ପତ୍ତି ପରେ ଦେଶରେ ଆୟକର ଦାତାଙ୍କର ସଂଖ୍ୟାରେ ବୃଦ୍ଧି। ବିମୁଦ୍ରାୟନର ଆଉ ଏକ ବିରାଟ ବଡ଼ ସଫଳତା ହେଉଛି ଦେଶରୁ ଜାଲନୋଟ କାରବାର ବନ୍ଦ ହେବା। ଜାଲନୋଟ ବନ୍ଦ ଓ ନଗଦ ନୋଟ କାରବାର ହ୍ରାସ ପାଇବା ଯୋଗୁଁ ଦେଶରେ ଚାଲିଥିବା ଆତଙ୍କବାଦ ଓ ନକ୍ସଲବାଦ କାର୍ଯ୍ୟକଳାପ ଉପରେ ମଧ୍ୟ ଲଗାମ୍‌ ଲାଗି ପାରିଲା। ଦେଶ ଭିତରେ ମହଜୁଦ୍‌ ଥିବା କଳାଧନ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ ମଧ୍ୟକୁ ଆସି ପାରିଲା।
ଅନ୍ୟପକ୍ଷରେ ଯେଉଁମାନେ ମୋଦି ସରକାରର ବିମୁଦ୍ରାୟନ ନିଷ୍ପତ୍ତି ଏକ ବିରାଟ ଭୁଲ୍‌ ନିଷ୍ପତ୍ତି ଏବଂ ଏହି ନିଷ୍ପତ୍ତି ଯୋଗୁଁ ସମସ୍ତ କଳାଧନ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ମଧ୍ୟକୁ ଆସି ଧଳା ହୋଇଗଲା ବୋଲି କହୁଛନ୍ତି, ସେମାନଙ୍କର ତୀବ୍ର ସମାଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ ଶ୍ରୀ ଜେଟଲୀ। ସେ କହିଛନ୍ତି ଯେ ଦେଶରେ ଲୋକଙ୍କ ନିକଟରେ ମହଜୁଦ୍‌ ଥିବା ବିପୁଳ ନୋଟ ଯେତେବେଳେ ଏହି ନିଷ୍ପତ୍ତି ପରେ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ମଧ୍ୟକୁ ଆସିଲା ସେତେବେଳେ ଜାତୀୟ ରାଜକୋଷର ମଧ୍ୟ ବୃଦ୍ଧି ଘଟିଲା। ଖାଲି ଏତିକି ନୁହେଁ; ଯେଉଁମାନେ ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ଘରେ ନୋଟ ମହଜୁଦ୍‌ କରି ରଖିଥିଲେ ସେମାନେ ସେହି ସବୁ ନୋଟ୍‌କୁ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ ମଧ୍ୟକୁ ଆଣିବା ପରେ ସେ ବାବଦରେ ସରକାରଙ୍କୁ ଟିକସ ଦେବାକୁ ମଧ୍ୟ ବିମୁଦ୍ରାୟନ ନିଷ୍ପତ୍ତି ସେମାନଙ୍କୁ ବାଧ୍ୟ କଲା ବୋଲି କହିଛନ୍ତି ଶ୍ରୀ ଜେଟଲୀ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe