ବିମୁଦ୍ରାକରଣ ବିରୋଧୀ ଆନ୍ଦୋଳନରୁ ଓହରିଲା ଡିଏମ୍‌କେ

Advertisment
ବିମୁଦ୍ରାକରଣ ବିରୋଧୀ ଆନ୍ଦୋଳନରୁ ଓହରିଲା ଡିଏମ୍‌କେ

ଚେନ୍ନାଇ: ଆସନ୍ତାକାଲି ବିମୁଦ୍ରାକରଣକୁ ଏକ ବର୍ଷ ପୂରିବ। ବିମୁଦ୍ରାକରଣର ବର୍ଷପୂର୍ତ୍ତିକୁ କଳାଦିବସ ଭାବେ ପାଳନ କରିବାକୁ କଂଗ୍ରେସ ସହ ଅନ୍ୟ ୧୮ ବିରୋଧୀ ଦଳ ଅଣ୍ଟା ଭିଡ଼ିଥିବାବେଳେ ଏବେ ଏହି ଆନ୍ଦୋଳନରୁ ଡିଏମ୍‌କେ ଓହରି ଯାଇଛି। ପୂର୍ବରୁ ତାମିଲନାଡ଼ୁର ୮ଟି ଜିଲ୍ଳାରେ ବିମୁଦ୍ରାକରଣ ବିରୋଧୀ ଆନ୍ଦୋଳନ ନେଇ ଏଜେଣ୍ଡା ପ୍ରସ୍ତୁତ କରିଥିବା ଡିଏମ୍‌କେ ହଠାତ୍‌ ମତ ପରିବର୍ତ୍ତନ କରିବା ରାଜନୀତିକ ମହଲରେ ବିସ୍ମୟ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଡିଏମ୍‌କେ ନେତା ଏବଂ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କୁ ତାଙ୍କ ବାସଭବନରେ ଭେଟିବାପରେ ଡିିଏମ୍‌କେର ଏହି ନିଷ୍ପତ୍ତି ବଦଳିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନୁମାନ କରାଯାଉଛି ଯେ ବିଜେପି ଡିଏମ୍‌କେ ପ୍ରତି ନରମ ମନୋଭାବ ପୋଷଣ କରିବା ଫଳରେ ଡିଏମ୍‌କେ ତା’ର ନିଷ୍ପତ୍ତି ବଦଳାଇଛି। ଅନ୍ୟପକ୍ଷରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ଲାଗିରହିଥିବା ଏବଂ ରାସ୍ତାଗୁଡ଼ିକ ଜଳବନ୍ଦୀ ରହିଥିବା ହେତୁ ଡିଏମ୍‌କେ ଏହାର ବିମୁଦ୍ରାକରଣ ବିରୋଧୀ ଆନ୍ଦୋଳନକୁ ବନ୍ଦ ରଖୁଥିବା ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe