ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍‌ ସମର୍ଥନରେ ବିକ୍ଷୋଭ: ଗିରଫ ସଂଖ୍ୟା ୯୦୦ ଛୁଇଁଲା

Advertisment
ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍‌ ସମର୍ଥନରେ ବିକ୍ଷୋଭ: ଗିରଫ ସଂଖ୍ୟା ୯୦୦ ଛୁଇଁଲା

ନ୍ୟୁୟର୍କ: ପାଲେଷ୍ଟାଇନ ସମର୍ଥନରେ ଆମେରିକାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ ଜାରି ରହିଛି। ଆଜି ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଆନ୍ଦୋଳନକାରୀମାନେ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଜନ୍‌ ହାଭାର୍ଡଙ୍କ ପ୍ରତିମୂର୍ତ୍ତିରେ ପାଲେଷ୍ଟାଇନ୍‌ ପତାକା ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ଅଣାୟତ୍ତ ହେବାରୁ ପୁଲିସ ଦମନମୂଳକ ପଦକ୍ଷେପ ଗ୍ରହଣ କରିଛି। ବିଶ୍ବବିଦ୍ୟାଳୟ ପରିସରରୁ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହା ସହ ପାଲେଷ୍ଟାଇନ୍‌ ସମର୍ଥିତ ବିକ୍ଷୋଭରେ ମୋଟ ଗିରଫଦାରୀ ସଂଖ୍ୟା ୯୦୦କୁ ଛୁଇଁଛି। ଇସ୍ରାଏଲ ବିରୋଧରେ ଛାତ୍ରଛାତ୍ରୀମାନେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଆଇଭି ଲିଗ୍‌ ସ୍କୁଲ୍‌ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁରୋଧ ସତ୍ତ୍ବେ ବିକ୍ଷୋଭକାରୀମାନେ ବିଶ୍ବବିଦ୍ୟାଳୟ ପରିସର ଛାଡ଼ିନଥିଲେ। ଶେଷରେ, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ପରେ ପୁଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ହଟାଇଥିଲା। ତେବେ ଗିରଫ ହୋଇଥିବା ଛାତ୍ରଙ୍କୁ ଖଲାସ କରିବା ଦାବିରେ ପୁଣି ଆନ୍ଦୋଳନ ଆରମ୍ଭ ହୋଇଛି। ସେହିଭଳି ବ୍ଲୁମିଂଟନ୍‌ର ଇଣ୍ଡିଆନା ବିଶ୍ବବିଦ୍ୟାଳୟ, ଆରିଜୋନା ଷ୍ଟେଟ୍‌ ବିଶ୍ବବିଦ୍ୟାଳୟ, ସେଣ୍ଟ ଲୁଇସ୍‌ର ୱାସିଂଟନ୍‌ ବିଶ୍ବବିଦ୍ୟାଳୟରେ ମଧ୍ୟ ପୁଲିସ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିଛି। ନ୍ୟୁୟର୍କର କଲମ୍ବିଆ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍‌ ସମର୍ଥନରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଗତକାଲି ହିଂସାତ୍ମକ ରୂପ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe